Salman Khan Birthday: ଅଭିନୟ କରିବା ପୂର୍ବରୁ କ’ଣ କରୁଥିଲେ ଦବଙ୍ଗ ଷ୍ଟାର୍ ସଲମାନ Pramod Behera

ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଶ୍ରେଷ୍ଠ ଅଭିନେତା, ବଲିଉଡର ଭାଇଜାନ୍ ଅର୍ଥାତ୍ ସଲମାନ ଖାନ୍ ପ୍ରଶଂସକଙ୍କ ପ୍ରିୟ ତାରକାମାନଙ୍କ ମଧ୍ୟରୁ ଜଣେ। ଯେତେବେଳେ ସଲମାନଙ୍କ ଫିଲ୍ମ କିମ୍ବା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କୌଣସି ଆଲୋଚନା ହୁଏ, ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଯାଆନ୍ତି। ସଲମାନ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଶିଳ୍ପ ସହିତ ଲୋକଙ୍କ ହୃଦୟରେ ରାଜ୍ କରିଆସୁଛନ୍ତି।

ଡିସେମ୍ବର ୨୭, ୧୯୬୫ ରେ ଜନ୍ମ ହୋଇଥିବା ସଲମାନ ଖାନ ଆଜି ତାଙ୍କର ୫୮ ତମ ଜନ୍ମଦିନ ପାଳନ କରୁଛନ୍ତି। ବାପାଙ୍କ ଫିଲ୍ମ ବ୍ୟାକ୍‌ଗ୍ରାଉଣ୍ଡ୍ ସତ୍ତ୍ୱେ ସେ କେବେବି ତାଙ୍କ ନାମ ବ୍ୟବହାର କରି ନାହାନ୍ତି ଏବଂ ନିଜେ ସଂଘର୍ଷ କରି ନିଜର ପରିଚୟ ସୃଷ୍ଟି କରିଛନ୍ତି। ତେବେ ଆସନ୍ତୁ ତାଙ୍କ ଜନ୍ମଦିନରେ ଅଭିନେତାଙ୍କ ସହିତ ଜଡିତ କିଛି ଅଜଣା ଏବଂ ଆକର୍ଷଣୀୟ ତଥ୍ୟ ଉପରେ ନଜର ପକେଇବା।

ସଲମାନ ଖାନଙ୍କ ପୂରା ନାମ:

ଯଦିଓ ସମଗ୍ର ବିଶ୍ୱ ଅଭିନେତା ସଲମାନ ଖାନଙ୍କୁ ଏହି ନାମରେ ଜାଣିଛି, କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ତାଙ୍କର ପୂରା ନାମ ଅବଦୁଲ ରସିଦ ସଲିମ ସଲମାନ ଖାନ। ଅଭିନେତାଙ୍କ ଏହି ନାମ ତାଙ୍କ ବାପା ସଲିମ ଖାନ ଏବଂ ଜେଜେବାପା ଅବଦୁଲ ରସିଦ ଖାନଙ୍କ ନାମକୁ ନେଇ ଦିଆଯାଇଥିଲା।

ଅଭିନେତା ହେବା ପୂର୍ବରୁ କ’ଣ କରୁଥିଲେ:

ବହୁତ କମ୍ ଲୋକ ଜାଣିଥିବେ ଯେ ସଲମାନ ଖାନ ଅଭିନେତା ହେବା ପୂର୍ବରୁ ସହକାରୀ ନିର୍ଦ୍ଦେଶକ ଭାବରେ କାମ କରୁଥିଲେ। ସେ ଜ୍ୟାକି ଶ୍ରଫ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର 'ଫଲକ'ରେ ସହକାରୀ ନିର୍ଦ୍ଦେଶକ ଭାବରେ ତାଙ୍କର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ।

ସଲମାନଙ୍କ ଭାଗ୍ୟ ବଦଳାଇଥିବା ଫିଲ୍ମ:

ଅଭିନେତା ଭାବରେ ସଲମାନ ଖାନଙ୍କ ପ୍ରଥମ ଫିଲ୍ମ ଥିଲା 'ବିବି ହୋ ତୋ ଐସି', କିନ୍ତୁ ସେ ତାଙ୍କର ତାଙ୍କର ପରିଚୟ ଦ୍ୱିତୀୟ ସିନେମା 'ମୈନେ ପ୍ୟାର୍‌ କିୟା'ରୁ ପାଇଥିଲେ। ଏହି ଫିଲ୍ମଟି ଅଭିନେତାଙ୍କ କ୍ୟାରିୟର ସହିତ ହିନ୍ଦୀ ସିନେମାର ସଫଳ ଫିଲ୍ମ ମଧ୍ୟରୁ ଅନ୍ୟତମ।

'ବାଜିଗର'ରେ ଥାଆନ୍ତେ ସଲମାନ୍:

ସମସ୍ତେ ଶାହରୁଖଙ୍କ ଫିଲ୍ମ 'ବାଜିଗର'କୁ ମନେ ରଖିବେ। ଏହି ଫିଲ୍ମ କିଙ୍ଗ ଖାନଙ୍କ କ୍ୟାରିଅରରେ ଏକ ବ୍ଲକବଷ୍ଟର ଥିଲା। କିନ୍ତୁ ଶାହରୁଖଙ୍କ ପୂର୍ବରୁ ଅବ୍ବାସ ମସ୍ତାନ ଏହାକୁ ସଲମାନଙ୍କୁ ଅଫର କରିଥିଲେ। ନେଗେଟିଭ୍ ଭୂମିକା ଯୋଗୁଁ ଭାଇଜାନ୍ ଏହାକୁ ମନା କରିଦେଇଥିଲେ। ସଲମାନ ନିଜେ ଦି କପିଲ ଶର୍ମା ଶୋ’ରେ ଏହା ଉଲ୍ଲେଖ କରିଥିଲେ।

ବ୍ରେସଲେଟ୍ ପଛର ସତ:

ଦବଙ୍ଗ ଖାନ୍ ତାଙ୍କ ହାତରେ ଏକ ନୀଳ ରଙ୍ଗର ବ୍ରେସଲେଟ୍ ପିନ୍ଧନ୍ତି। ଏହି ବ୍ରେସଲେଟ୍‌ଟି ତାଙ୍କୁ କୌଣସି ଜ୍ୟୋତିଷଙ୍କ ଦ୍ୱାରା ଉପହାର ଦିଆଯାଇ ନ ଥିଲା। ଏହାକୁ ତାଙ୍କ ବାପା ସଲିମ ଖାନଙ୍କ ଦ୍ୱାରା ଉପହାର ଦିଆଯାଇଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଏହାକୁ ନିଜର ଭାଗ୍ୟ ବୋଲି ବିବେଚନା କରନ୍ତି।

'ସାଜନ ଜୀ ଘର ଆଏ'ରେ ସଲମାନଙ୍କ ନକଲ:

ଫରାହ ଖାନ ଏକ ଡ୍ୟାନ୍ସ ରିଅଲିଟି ଶୋ’ରେ ପ୍ରକାଶ କରିଥିଲେ ଯେ 'କୁଛ୍‌ କୁଛ୍‌ ହୋତା ହେ' ଫିଲ୍ମର 'ସାଜନ ଜୀ ଘର ଆଏ' ଗୀତର ଅଧାରୁ ଅଧିକ ଦୃଶ୍ୟ ସଲମାନଙ୍କ ଡୁପ୍ଲିକେଟ୍‌ଙ୍କ ଦ୍ୱାରା ସୁଟିଂ କରାଯାଇଥିଲା, କାରଣ ଦବଙ୍ଗ ଖାନ ସେଟ୍‌କୁ ମାତ୍ର ୨-୩ ଘଣ୍ଟା ପାଇଁ ଆସୁଥିଲେ।



from Latest Odisha News, Breaking News Today | Top Updates on Corona - OTV News https://ift.tt/5td7oec
Salman Khan Birthday: ଅଭିନୟ କରିବା ପୂର୍ବରୁ କ’ଣ କରୁଥିଲେ ଦବଙ୍ଗ ଷ୍ଟାର୍ ସଲମାନ Pramod Behera Salman Khan Birthday: ଅଭିନୟ କରିବା ପୂର୍ବରୁ କ’ଣ କରୁଥିଲେ ଦବଙ୍ଗ ଷ୍ଟାର୍ ସଲମାନ Pramod Behera Reviewed by SUBHENDU BARAL on December 26, 2023 Rating: 5

No comments:

Powered by Blogger.