ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠୁୁ ପରୀକ୍ଷାର୍ଥୀଙ୍କୁ ମିଳିବ ଆଡମିଟ୍ କାର୍ଡ । ଜାଣନ୍ତୁ ଅନଲାଇନରୁ କେମିତି କରିବେ ଡାଉନଲୋଡ୍ Kanak News

କନକ ବ୍ୟୁରୋ : ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠାରୁ ୱେବସାଇଟରେ ଉପଲବ୍ଧ ହେବ ଆଡମିଟ୍ କାର୍ଡ । ଜାନୁଆରୀ ୨ରେ ପ୍ରାକ୍ଟିକାଲ ଏବଂ ଫେବ୍ରୃଆରୀ ୧୬ରୁ ଥିଓରି ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଭିନ୍ନ କେନ୍ଦ୍ରକୁ ପଠାଯିବ ପ୍ରଶ୍ନପତ୍ର । ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ କଲେଜ ଯାଇ ଆଜିଠୁ ଆଡମିଟ ଆଣିବେ ।
ସାମ୍ସ ୱେବସାଇଟ www.samsodisha.gov.in କୁ ଯାଇ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ କଲେଜ କତୃପକ୍ଷ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ କଜେଜକୁ ଅବଗତ କରାଇଛି । ଆଡମିଟ୍ କାର୍ଡ ଡାଉନଲୋଡ ପରେ ପ୍ରଥମେ ସମସ୍ତ ତଥ୍ୟକୁ ଠିକ ଅଛି କି ନାହିଁ ଯାଞ୍ଚ କରିବା ପରେ ଦସ୍ତଖତ କରି ପରୀକ୍ଷାର୍ଥୀମାନଙ୍କୁ ପ୍ରଦାନ କରିବେ, କୌଣସି ତ୍ରୁଟି ଥିଲେ ତୁରନ୍ତ କଲେଜ କତୃପକ୍ଷ ମେଲ ଜରିଆରେ ବୋର୍ଡକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଜାନୁଆରୀ ୨ରେ ପ୍ରାକ୍ଟିକାଲ ଏବଂ ଫେବ୍ରୃଆରୀ ୧୬ରୁ ଥିଓରି ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜିଠୁ ରାଜ୍ୟର ସମସ୍ତ ୧୧୫୮ଟି କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ ।
The post ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠୁୁ ପରୀକ୍ଷାର୍ଥୀଙ୍କୁ ମିଳିବ ଆଡମିଟ୍ କାର୍ଡ । ଜାଣନ୍ତୁ ଅନଲାଇନରୁ କେମିତି କରିବେ ଡାଉନଲୋଡ୍ first appeared on Kanak News.
from Kanak News https://ift.tt/uwptXIL https://ift.tt/1XBhz2j
No comments: