ୟୁଟ୍ୟୁବକୁ ନେଇ ଥାନାରେ ଦୁଇ ବନ୍ଧୁ । ସାଙ୍ଗ ହୋଇ ୟୁଟ୍ୟୁବ ଚ୍ୟାନେଲ କରିଥିଲେ ଏବେ ରୋଜଗାରକୁ ନେଇ ଥାନାର ଦ୍ୱାରସ୍ଥ । Kanak News

କନକ ବ୍ୟୁରୋ: ଦୁଇ ୟୁଟ୍ୟୁବରଙ୍କ ମଧ୍ୟରେ ବିବାଦ । ଥାନାରେ ପହଂଚିଲା ମାମଲା । ବାଲେଶ୍ୱରରୁ ଏପରି ଘଟଣା ସାମ୍ନାକୁ ଆସିଛି । ପ୍ରାୟ ୪ ବର୍ଷ ପୂର୍ବେ ମନ୍ମୟ ଦେ ଓ ଅମୃତାଂଶୁ ମହାପାତ୍ର ମିଶି ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲେ । ଏଥିରେ ବିଭିନ୍ନ ପ୍ରସଙ୍ଗରେ ଭିଡିଓ ମଧ୍ୟ ପୋଷ୍ଟ କରୁଥିଲେ । ଏହାକୁ ଦର୍ଶକମାନେ ମଧ୍ୟ ବେଶ୍ ପସନ୍ଦ କରୁଥିଲେ । ଫଳରେ ୟୁଟ୍ୟୁବରୁ ଭଲ ରୋଜଗାର ମଧ୍ୟ ହେଉଥିଲା । ଏହାସହ ସଂଖ୍ୟା ବଢ଼ି ମୋଟ ୧୧ ଜଣ ସଦସ୍ୟ ରହିଥିଲେ । ହେଲେ ଏବେ ଭିଡିଓ ତିଆରି କରିବା, ପୋଷ୍ଟ କରିବା ଓ ରୋଜଗାର ହେଉଥିବା ଟଙ୍କାକୁ ନେଇ ବିବାଦ ଦେଖାଦେଇଛି । ଏପରିକି ମାମଲା ଥାନାରେ ପହଞ୍ଚିିଛି । ଦୁଇ ପକ୍ଷ ପରସ୍ପର ବିରୋଧରେ ବାଲେଶ୍ୱର ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଏବେ ପୋଲିସ୍ ମାମଲାର ତଦନ୍ତ କରୁଛି ।

The post ୟୁଟ୍ୟୁବକୁ ନେଇ ଥାନାରେ ଦୁଇ ବନ୍ଧୁ । ସାଙ୍ଗ ହୋଇ ୟୁଟ୍ୟୁବ ଚ୍ୟାନେଲ କରିଥିଲେ ଏବେ ରୋଜଗାରକୁ ନେଇ ଥାନାର ଦ୍ୱାରସ୍ଥ । first appeared on Kanak News.



from Kanak News https://ift.tt/87fw3Mm https://ift.tt/IL3Ha6b
ୟୁଟ୍ୟୁବକୁ ନେଇ ଥାନାରେ ଦୁଇ ବନ୍ଧୁ । ସାଙ୍ଗ ହୋଇ ୟୁଟ୍ୟୁବ ଚ୍ୟାନେଲ କରିଥିଲେ ଏବେ ରୋଜଗାରକୁ ନେଇ ଥାନାର ଦ୍ୱାରସ୍ଥ । Kanak News ୟୁଟ୍ୟୁବକୁ ନେଇ ଥାନାରେ ଦୁଇ ବନ୍ଧୁ । ସାଙ୍ଗ ହୋଇ ୟୁଟ୍ୟୁବ ଚ୍ୟାନେଲ କରିଥିଲେ ଏବେ ରୋଜଗାରକୁ ନେଇ ଥାନାର ଦ୍ୱାରସ୍ଥ । Kanak News Reviewed by SUBHENDU BARAL on December 28, 2023 Rating: 5

No comments:

Powered by Blogger.