ପୁରୀରେ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ କଳା ପତାକା ଦେଖାଇ ବିରୋଧ.. Manoranjan Behera

5T ଚେୟାରମ୍ୟାନ ଭି. କେ ପାଣ୍ଡିଆନଙ୍କୁ ପୁରୀରେ କଳାପତାକା ଦେଖାଇ ବିରୋଧ । ଆଜି ଭୋର ୫ଟା ସମୟରେ ଭି. କେ ପାଣ୍ଡିଆନ ପୁରୀ ଆସିଥିବା ସମୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି । କଳାପତାକା ଦେଖାଇବା ସହ ପାଣ୍ଡିଆନ ଗୋ ବ୍ୟାକ୍ ନାରା ଦେଇଥିଲେ କଂଗ୍ରେସ କର୍ମୀ । କଂଗ୍ରେସର ୧୦ ଜଣ ନେତା ଓ କର୍ମୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଠାରେ ପାଣ୍ଡିଆନଙ୍କୁ କଳାପତକା ଦେଖାଇଛନ୍ତି ।

ପୋଲିସ ସମସ୍ତ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି । ସୌନ୍ଦର୍ଯ୍ୟକରଣ ନାଁରେ ମଠ-ମନ୍ଦିରକୁ ମାଟିରେ ମିଶାଇବା, ୟୁଟ୍ୟୁବର କାମୀୟା ଜାନି ବିବାଦ ଓ ଜଗନ୍ନାଥ ସଂସ୍କୃତିକୁ ବିଶ୍ୱରେ ଅପମାନ ହେଉଥିବା ଅଭିଯୋଗ ଆଣି ବିରୋଧ ପ୍ରଦର୍ଶନ କରିଥିଲା ଦଳ । ତେବେ କଂଗ୍ରେସର ବିରୋଧ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି ।

ନିକଟରେ ଭଦ୍ରକ ଆରଡ଼ିର ବାବା ଆଖଣ୍ଡଳମଣୀ ମନ୍ଦିରରେ ଆମ ଓଡିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ବିରୋଧ ହୋଇଥିଲା । ଗଙ୍ଗା ପାଣି ଓ ଗୋବର ପାଣି ସିଞ୍ଚନ କଲେ ସେବାୟତ । ପାଣ୍ତିଆନ ଦର୍ଶନ ସାରି ଯିବା ପରେ ମନ୍ଦିରର ସେବାୟତ ମାନେ ଗୋବର ପାଣି ଓ ଗଙ୍ଗାଜଳ ସିଞ୍ଚନ କରିଥିଲେ । ଗୋ-ମାଂସ ଭକ୍ଷଣକାରୀ କାମିଆ ଜାନିକୁ ପାଣ୍ଡିଆନ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରାଇବା ଭାରତୀୟ ସଂସ୍କୃତିର ପରମ୍ପରାକୁ ନଷ୍ଟ କରୁଛି ବୋଲି ଅଭିଯୋଗ କରିଥିଲେ ସେବାୟତ । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।



from Latest Odisha News, Breaking News Today | Top Updates on Corona - OTV News https://ift.tt/nm7FHiw
ପୁରୀରେ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ କଳା ପତାକା ଦେଖାଇ ବିରୋଧ.. Manoranjan Behera ପୁରୀରେ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ କଳା ପତାକା ଦେଖାଇ ବିରୋଧ.. Manoranjan Behera Reviewed by SUBHENDU BARAL on December 29, 2023 Rating: 5

No comments:

Powered by Blogger.