ମାଟିରେ ମିଶିଲା ୫୦ ହଜାର ଗଞ୍ଜେଇ ଗଛ । ବୈପାରୀଗୁଡ଼ା ବ୍ଲକରେ ୫୦ ଏକର ଗଞ୍ଜେଇ ଚାଷକୁ ନଷ୍ଟ କଲା ପୋଲିସ। Kanak News

 କନକ ବ୍ୟୁରୋ: ବେଆଇନ ଭାବେ କରାଯାଇଛି ୫୦ ଏକର ଜାଗାର ଗଞ୍ଜେଇ ଚାଷକୁ ନଷ୍ଟ କଲା ପୋଲିସ୍ । ଅପରେସନ ଗ୍ରୀନ୍ କ୍ଲିନ ଜରିଆରେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକର ଜି.ମଝିଗୁଡ଼ା ପଂଚାୟତର ଉଲଦାନ ଓ ଆଖପାଖ ଗାଁରେ ଏହି ଚାଷ କରାଯାଇଥିବା ବେଳେ ନଷ୍ଟ କରିଦିଆଯାଇଛି ।

ବୈପାରୀଗୁଡ଼ା ପୋଲିସ୍ ଓ ଡିଭିଏଫ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା । ପ୍ରାୟ ୫୦ ହଜାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି । ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୫ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ବୈପାରୀଗୁଡ଼ା ବ୍ଲକର ଦୁର୍ଗମ ଅଂଚଳରେ ବେଆଇନ ଭାବେ ଗଞ୍ଜେଇ ଚାଷ କରାଯାଉଥିବା ଅଭିଯୋଗ ହୋଇଆସୁଛି । ଦୁର୍ଗମ ଅଂଚଳ, ଏହାସହ ମାଓବାଦୀ ଭୟ ଯୋଗୁଁ ଲାଭ ଉଠାଉଛନ୍ତି ଗଞ୍ଜେଇ ମାଫିଆ । ସ୍ଥାନୀୟ ଲୋକଙ୍କକୁ ଗଞ୍ଜେଇ ଚାଷ କରିବାକୁ ପ୍ରବର୍ତାଉଛନ୍ତି । ତେବେ ଅପରେସନ୍ ଗ୍ରୀନ୍ କ୍ଲିନ୍ ଜରିଆରେ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଉଛି ।

The post ମାଟିରେ ମିଶିଲା ୫୦ ହଜାର ଗଞ୍ଜେଇ ଗଛ । ବୈପାରୀଗୁଡ଼ା ବ୍ଲକରେ ୫୦ ଏକର ଗଞ୍ଜେଇ ଚାଷକୁ ନଷ୍ଟ କଲା ପୋଲିସ। first appeared on Kanak News.



from Kanak News https://ift.tt/2Rsyqb1 https://ift.tt/m2Mjhg5
ମାଟିରେ ମିଶିଲା ୫୦ ହଜାର ଗଞ୍ଜେଇ ଗଛ । ବୈପାରୀଗୁଡ଼ା ବ୍ଲକରେ ୫୦ ଏକର ଗଞ୍ଜେଇ ଚାଷକୁ ନଷ୍ଟ କଲା ପୋଲିସ। Kanak News ମାଟିରେ ମିଶିଲା ୫୦ ହଜାର ଗଞ୍ଜେଇ ଗଛ । ବୈପାରୀଗୁଡ଼ା ବ୍ଲକରେ ୫୦ ଏକର ଗଞ୍ଜେଇ ଚାଷକୁ ନଷ୍ଟ କଲା ପୋଲିସ। Kanak News Reviewed by SUBHENDU BARAL on December 28, 2023 Rating: 5

No comments:

Powered by Blogger.