ରାଉରକେଲାବାସୀଙ୍କ ନିଜ ହଜାଇଛି ହଇଜା । ଗଲାଣି ୧୫ ଜଣଙ୍କ ଜୀବନ । Kanak News

କନକ ବ୍ୟୁରୋ: ଇସ୍ପାତ ନଗରୀ ରାଉରକେଲାରେ ଥମୁନି ହଇଜା । ଏହି ରୋଗରେ ପଡ଼ି ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି । ବର୍ତମାନ ସୁଦ୍ଧା ଏହି ରୋଗରେ ମୃତ୍ୟୁ ସଂଖ୍ୟା ୧୫ରେ ପହଂଚିଥିବା ଅଭିଯୋଗ ହୋଇଛି । ସଂକ୍ରମଣ ରୋକିବାକୁ ପ୍ରଶାସନିକ ସ୍ତରରେ ଜୋରଦାର ଉଦ୍ୟମ ଚାଲିଛି । ମୁକାବିଲା ପାଇଁ ଏଡିଏମ୍ ଓ ସିଡିଏମ୍ଓଙ୍କ ମାରାଥନ ସମୀକ୍ଷା ବୈଠକ ହେଉଛି ।

ସେପଟେ ଲୋକଙ୍କ ସଚେତନତା ପାଇଁ ୯ଟି ମୋବାଇଲ୍ ଟିମ୍ ଗଠିତ ହୋଇଛି । ଏହି ଟିମ୍ ଘରକୁ ଘର ଯାଇ ଲୋକଙ୍କୁ ସଚେତନ କରିବେ । ପାଣି ଫୁଟାଇ ପିଇବା, ବାହାର ଖାଦ୍ୟ ନଖାଇବା ପାଇଁ ପରାମର୍ଶ ଦେବେ । ଏବେ ସହରର ବିଭିନ୍ନ ହସ୍ପିଟାଲରେ ୧୨୬ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ।

The post ରାଉରକେଲାବାସୀଙ୍କ ନିଜ ହଜାଇଛି ହଇଜା । ଗଲାଣି ୧୫ ଜଣଙ୍କ ଜୀବନ । first appeared on Kanak News.



from Kanak News https://ift.tt/sCXGPbp https://ift.tt/i5W0Syk
ରାଉରକେଲାବାସୀଙ୍କ ନିଜ ହଜାଇଛି ହଇଜା । ଗଲାଣି ୧୫ ଜଣଙ୍କ ଜୀବନ । Kanak News ରାଉରକେଲାବାସୀଙ୍କ ନିଜ ହଜାଇଛି ହଇଜା । ଗଲାଣି ୧୫ ଜଣଙ୍କ ଜୀବନ । Kanak News Reviewed by SUBHENDU BARAL on December 22, 2023 Rating: 5

No comments:

Powered by Blogger.