୩୦୩ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ମାନବ ଚାଲାଣ ନେଇ ସନ୍ଦେହ ପରେ ଅଟକ । ତଦନ୍ତ ଲୋଡିଲେ ଫ୍ରାନ୍ସ ସରକାର । Kanak News

କନକ ବ୍ୟୁରୋ: ୩୦୩ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ଦୁବାଇରୁ ଭାରତୀୟଙ୍କୁ ନେଇ ନିକାରାଗୁଆ ଯାଉଥିବା ଏକ ଚାର୍ଟର ବିମାନକୁ ଫ୍ରାନ୍ସ ପୋଲିସ ମାର୍ନେଠାରେ ଅଟକାଇଛି । ମାନବଚାଲଣ ନେଇ ଗୁଇନ୍ଦା ରିପୋର୍ଟ ଆଧାରରେ ଫ୍ରାନ୍ସ ଏହି ବିମାନକୁ ଅଟକାଇଥିବା ଦୂତାବାସ ସୂତ୍ରରୁ ଜଣାପଡ଼ିଛି ।
ଫ୍ରାନ୍ସ ପୋଲିସ ଭାତ୍ରେଠାରେ ଥିବା ଏକ କ୍ଷୁଦ୍ର ବିମାନବନ୍ଦରରେ ବିମାନକୁ ଅବତରଣ କରିବାକୁ ବାଧ୍ୟ କରିଥିଲା । ବିମାନ ଯାତ୍ରୀଙ୍କ ବିଶ୍ରାମ ପାଇଁ ବନ୍ଦରର ଅଭ୍ୟର୍ଥନା ପ୍ରକୋଷ୍ଠରେ ବ୍ୟବସ୍ଥା କରାଯାଇଛି । ଅଟକ ଥିବା ବିମାନ ସମ୍ପର୍କରେ ଭାରତୀୟ ଦୂତାବାସକୁ ଫ୍ରାନ୍ସ କର୍ତୃପକ୍ଷ ତଥ୍ୟ ପ୍ରଦାନ କରିବା ସହ ମାନବ ଚାଲାଣ ମାମଲାରେ ତଦନ୍ତ ପାଇଁ ସହାୟତା ଲୋଡିଛି ।
The post ୩୦୩ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ମାନବ ଚାଲାଣ ନେଇ ସନ୍ଦେହ ପରେ ଅଟକ । ତଦନ୍ତ ଲୋଡିଲେ ଫ୍ରାନ୍ସ ସରକାର । first appeared on Kanak News.
from Kanak News https://ift.tt/ORpPhys https://ift.tt/5T2tkNq
୩୦୩ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ମାନବ ଚାଲାଣ ନେଇ ସନ୍ଦେହ ପରେ ଅଟକ । ତଦନ୍ତ ଲୋଡିଲେ ଫ୍ରାନ୍ସ ସରକାର । Kanak News
Reviewed by SUBHENDU BARAL
on
December 22, 2023
Rating:
No comments: