ବିରୋଧୀଙ୍କ ଯୁଦ୍ଧ ଡାକରା, ସେପଟେ ଅନ୍ତରୀଣ ସ୍ଥିତି ସଜାଡ଼ିବାରେ ବ୍ୟସ୍ତ କଂଗ୍ରେସ Swadesi Megha Mallhar Prusty

ଏଥର ରାଜ୍ୟ ସରକାରଙ୍କ ପ୍ରତି ଆଭିମୁଖ୍ୟ ଆଉ ନରମ ରହିବନି । ବରଂ ଯୁଦ୍ଧ ହେବ । ଦିଲ୍ଲୀରୁ ବୈଠକ ସାରି ଭୁବନେଶ୍ବର ଫେରିବା ପରେ ଏଭଳି ମନ୍ତବ୍ୟ ରଖିଛନ୍ତି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର । କହିଛନ୍ତି, ଆସନ୍ତା ମାସରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସିବେ ।

୨୦୨୪ରେ ଓଡ଼ିଶାରେ ବିଜେପି ସରକାର ଆସିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଜୟନାରାୟଣ । ଦିଲ୍ଲୀରେ ଅନୁଷ୍ଠିତ ୨ ଦିନିଆ ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ୨୪ ସାଧାରଣ ନିର୍ବାଚନ ନେଇ ଦଳ ରଣନୀତି ପ୍ରସ୍ତୁତ କରିଛି ।

ଅନ୍ୟପଟେ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ କଂଗ୍ରେସରେ ବଡ଼ଧରଣର ଅଦଳବଦଳ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଜ ଟିମର ରୂପରେଖ ବଦଳାଇବା ସହ ୧୨ ନୂଆ ମହାସଚିବ ଏବଂ ୧୨ ନୂଆ ପ୍ରଦେଶ ପ୍ରଭାରୀ ନିଯୁକ୍ତ କରିଛନ୍ତି । ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଦଳର ମହାସଚିବ ଭାବେ ନିଯୁକ୍ତି ଦେଇ ଛତିଶଗଡ଼ ପ୍ରଭାରୀ କରିଛି କଂଗ୍ରେସ ।

ସେହିପରି ରମେଶ ଚେନିଥାଲାଙ୍କୁ ମହାରାଷ୍ଟ୍ର, ମୋହନ ପ୍ରକାଶଙ୍କୁ ବିହାର, ରାଜୀବ ଶୁକ୍ଳାଙ୍କୁ ହିମାଚଳ ପ୍ରଦେଶ ଏବଂ ମୁକୁଲ ୱାସନିକଙ୍କୁ ଗୁଜରାଟ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଗତ ୫ ବର୍ଷ ଧରି ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ବରେ ଥିବା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ଥାନରେ ପାର୍ଟି ମହାସଚିବ ଅବିନାଶ ପାଣ୍ଡେଙ୍କୁ ନିଯୁକ୍ତି ଦିଆଯାଇଛି ।

ସେପଟେ ଓଡ଼ିଶା ପ୍ରଦେଶ କଂଗ୍ରେସ ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କରିଛି କଂଗ୍ରେସ । ଡକ୍ଟର ଅଜୟ କୁମାରଙ୍କୁ ଓଡ଼ିଶା ପିସିସିର ନୂଆ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି । ଏହା ପୂର୍ବରୁ ଚେଲ୍ଲା କୁମାର ଓଡ଼ିଶା ପିସିସି ପ୍ରଭାରୀ ଥିଲେ । ତାଙ୍କ ସ୍ଥାନରେ ଡକ୍ଟର ଅଜୟ କୁମାରଙ୍କୁ ନିଯୁକ୍ତ କରିଛି କଂଗ୍ରେସ ।

ଅଜୟଙ୍କୁ ଓଡ଼ିଶା ସହ ତାମିଲନାଡୁ ଓ ପୁଡୁଚେରୀର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସେପଟେ ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ପ୍ରଭାରୀ ଦାୟିତ୍ବ ଦିଆଯାଇଛି ।



from Latest Odisha News, Breaking News Today | Top Updates on Corona - OTV News https://ift.tt/jp812yn
ବିରୋଧୀଙ୍କ ଯୁଦ୍ଧ ଡାକରା, ସେପଟେ ଅନ୍ତରୀଣ ସ୍ଥିତି ସଜାଡ଼ିବାରେ ବ୍ୟସ୍ତ କଂଗ୍ରେସ Swadesi Megha Mallhar Prusty ବିରୋଧୀଙ୍କ ଯୁଦ୍ଧ ଡାକରା, ସେପଟେ ଅନ୍ତରୀଣ ସ୍ଥିତି ସଜାଡ଼ିବାରେ ବ୍ୟସ୍ତ କଂଗ୍ରେସ Swadesi Megha Mallhar Prusty Reviewed by SUBHENDU BARAL on December 23, 2023 Rating: 5

No comments:

Powered by Blogger.