ମାଓ ବିରୋଧୀ ଅଭିଯାନରେ ବିଏସଏଫକୁ ବଡ଼ ସଫଳତା । ଠାବ ହେଲା ୨ଟି ଗୁପ୍ତ ଅସ୍ତ୍ରଭଣ୍ଡାର । ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ । Kanak News

କନକ ବ୍ୟୁରୋ: ମାଓବାଦୀ ବିରୋଧୀ ଅଭିଯାନରେ ବର୍ଡର ସିକ୍ୟୁରିଟି ଫୋର୍ସ ବିଏସଏଫକୁ ବଡ଼ ସଫଳତା । ମାଓବାଦୀଙ୍କ ୨ ଟି ଗୁପ୍ତ ଅସ୍ତ୍ର ଲୁଚାଇବା ଜାଗାର ଠାବ କରିଛନ୍ତି ସୁରକ୍ଷା କର୍ମୀ । ଏହାସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ ହୋଇଛି । ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ୍ ଷ୍ଟେସନ ଅନ୍ତର୍ଗତ ଆଲୁରକୋଟା ଗାଁ ନିକଟ ବେଜାଙ୍ଗିୱାଡ଼ା ଜଙ୍ଗଲରୁ ଏହି ଗୁପ୍ତ କ୍ୟାମ୍ପ ଠାବ ହୋଇଛି ।

ଘଂଚ ଜଙ୍ଗଲ ଓ ପଥର କନ୍ଦିରେ ଏହି ସବୁ ଅସ୍ତ୍ରଶସ୍ତ୍ରକୁ ଲୁଚାଇ ରଖାଯାଇଥିଲା । ତେବେ ବିଏସଏଫର ୧୪୨ ବାଟାଲିୟନ ଖାନତଲାସି କଲାବେଳେ ଏହାର ସନ୍ଧାନ ପାଇଥିଲେ । ୨ଟି ବନ୍ଧୁକ, ୫୭ ଜିଲୋଟିନ୍ ଷ୍ଟିକ, ୧୧୧ ଇମ୍ପ୍ରୋଭାଇଜଡ୍ ଗ୍ରେନେଡ୍, ୨ଟି ହ୍ୟାଣ୍ଡ ଗ୍ରେନେଡ୍, ୫ଟି ଡେଟେନେଟର ସହ ଅନ୍ୟ କିଛି ମାରଣାସ୍ତ୍ର ଓ ମାଓ ସାମଗ୍ରୀ ମିଳିଛି । ସୁରକ୍ଷାକର୍ମୀମାନେ ସମ୍ପୃକ୍ତ ଅଂଚଳରେ ଅଧିକ ସର୍ଚ୍ଚ ଅପରେସନ ଚଳାଇଛନ୍ତି ।

The post ମାଓ ବିରୋଧୀ ଅଭିଯାନରେ ବିଏସଏଫକୁ ବଡ଼ ସଫଳତା । ଠାବ ହେଲା ୨ଟି ଗୁପ୍ତ ଅସ୍ତ୍ରଭଣ୍ଡାର । ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ । first appeared on Kanak News.



from Kanak News https://ift.tt/2Nl3Wxn https://ift.tt/0N5pLzF
ମାଓ ବିରୋଧୀ ଅଭିଯାନରେ ବିଏସଏଫକୁ ବଡ଼ ସଫଳତା । ଠାବ ହେଲା ୨ଟି ଗୁପ୍ତ ଅସ୍ତ୍ରଭଣ୍ଡାର । ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ । Kanak News ମାଓ ବିରୋଧୀ ଅଭିଯାନରେ ବିଏସଏଫକୁ ବଡ଼ ସଫଳତା । ଠାବ ହେଲା ୨ଟି ଗୁପ୍ତ ଅସ୍ତ୍ରଭଣ୍ଡାର । ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ । Kanak News Reviewed by SUBHENDU BARAL on December 28, 2023 Rating: 5

No comments:

Powered by Blogger.