ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି । ଓଡ଼ିଶା ପବ୍ଲିକ ସିଭିଲ୍ ସର୍ଭିସ ପାଇଁ ବଢ଼ିଲା ବୟସ ସୀମା , ବୟସ ସୀମା ୩୮ ବର୍ଷକୁ ବୃଦ୍ଧି । ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ । Kanak News

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପ୍ତ୍ତି ନିଆଯାଇଛି । ଓଡିଶା ପବ୍ଲିକ୍ ସର୍ଭିସ୍ ପରୀକ୍ଷା ପାଇଁ ବଢିଲା ବୟସ ସୀମା । ପରୀକ୍ଷାର୍ଥୀଙ୍କ ସର୍ବୋଚ୍ଚ ବୟସ ସୀମାକୁ ୩୨ରୁ ୩୮ ବର୍ଷକୁ ବୃଦ୍ଧି କରାଯାଇଛି ।
ସେହିପରି ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳକୁ ୨ଶହଟି ଇଲେକ୍ଟ୍ରିକ୍ ବସ୍ ଚଳାଇବେ ସରକାର । ରାଜ୍ୟରେ ୩୬୫ଟି ଜୁନିୟର ଡିପ୍ଲୋମା ଇଞ୍ଜିନିୟର ପଦବୀ ସୃଷ୍ଟି କରାଯିବ । ଜଗ୍ନନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ସୁରକ୍ଷା ପାଇଁ ଜନସାଧାରଣଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ସାମିଲ କରାଯିବ । ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ କ୍ରମେ ଜଗନ୍ନାଥ ରଥ ବୁଲିବ ଓ ଘରକୁ ଘର ଯାଇ ଗୁଆ ଚାଉଳ ସଂଗ୍ରହ କରାଯିବ । ପ୍ରତି ପଞ୍ଚାୟତରୁ ଲୋକ ପୁରୀ ଆସିବେ ଓ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବେ ।
ଆଗାମୀ ୧୭ ତାରିଖରେ ପୁରୀ ପରିକ୍ରମା ପ୍ରକଳ୍ପର ଉଦଘାଟନୀ ଉତ୍ସବର ଲାଇଭ୍ ଟେଲିକାଷ୍ଟ ପାଇଁ ପ୍ରତି ପଂଚାୟତରେ ଏଲଇଡି ଲାଗିବ । ଏଥିପାଇଁ ୧୫୬ କୋଟି ଟଙ୍କା ମଂଜୁର କରିଛି କ୍ୟାବିନେଟ୍ ।
The post ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି । ଓଡ଼ିଶା ପବ୍ଲିକ ସିଭିଲ୍ ସର୍ଭିସ ପାଇଁ ବଢ଼ିଲା ବୟସ ସୀମା , ବୟସ ସୀମା ୩୮ ବର୍ଷକୁ ବୃଦ୍ଧି । ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ । first appeared on Kanak News.
from Kanak News https://ift.tt/eRtDIBG https://ift.tt/TLHz2a8
No comments: