ଆଜି ଅଯୋଧ୍ୟାରେ ଆନ୍ତର୍ଜାତୀୟ ବିମାନବନ୍ଦର, ପୁନଃନିର୍ମାଣ ରେଳ ଷ୍ଟେସନ ସହ ୧୫ ହଜାର କୋଟିର ପ୍ରକଳ୍ପର ଉଦଘାଟନ କରିବେ ମୋଦୀ । Kanak News

କନକ ବ୍ୟୁରୋ: ଆଜି ଅଯୋଧ୍ୟା ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଯୋଧ୍ୟାର ନୂଆ ଆନ୍ତର୍ଜାତୀୟ ବିମାନବନ୍ଦର, ପୁନଃନିର୍ମାଣ ରେଳ ଷ୍ଟେସନ, ଜାତୀୟ ରାଜପଥ ସହ ୧୫ ହଜାର କୋଟିର ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।

୧୪ ଶହ ୫୦ କୋଟି ବ୍ୟୟରେ ନିର୍ମିତ ହୋଇଥିବା ବିମାନବନ୍ଦରକୁ ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ କରାଯାଇଛି । ଏନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି । ସହରକୁ ବିଭିନ୍ନ ଫୁଲରେ ସଜା ଯିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରେଳମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବ ଅଯୋଧ୍ୟାର ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ଅଯୋଧ୍ୟା ପାଇଁ ମୋଟ ୧୫ହଜାର ୭୦୦ କୋଟିର ବିଭିନ୍ନ ଯୋଜନା ଘୋଷଣା କରିବେ ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ ମୋଦୀ ବିଶାଳ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି । ୨୪୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ଧାମ ରେଳ ଷ୍ଟେସନର ପୁନଃନିର୍ମାଣ କରାଯାଇଛି । ଏଥିସହ ମୋଟ ୨ ହଜାର ୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ରହିଛି ।

ଆଜି ସକାଳ ୧୧ ଟା ୧୫ ମିନିଟରେ ଏସବୁ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଧାନମନ୍ତ୍ରୀ ସକାଳ ୧୦ ଟାରେ ଅଯୋଧ୍ୟାରେ ପହଂଚିବେ ବୋଲି ସୂଚନା ରହିଛି । ସେଠାରେ ରୋଡ ସୋ’ ସହ ଦେଢ ଲକ୍ଷ ଲୋକଙ୍କୁ ନେଇ ଏକ ସଭାର ଆୟୋଜନ ମଧ୍ୟ କରାଯାଇଛି ।

The post ଆଜି ଅଯୋଧ୍ୟାରେ ଆନ୍ତର୍ଜାତୀୟ ବିମାନବନ୍ଦର, ପୁନଃନିର୍ମାଣ ରେଳ ଷ୍ଟେସନ ସହ ୧୫ ହଜାର କୋଟିର ପ୍ରକଳ୍ପର ଉଦଘାଟନ କରିବେ ମୋଦୀ । first appeared on Kanak News.



from Kanak News https://ift.tt/E9jbAHs https://ift.tt/dVQcPe4
ଆଜି ଅଯୋଧ୍ୟାରେ ଆନ୍ତର୍ଜାତୀୟ ବିମାନବନ୍ଦର, ପୁନଃନିର୍ମାଣ ରେଳ ଷ୍ଟେସନ ସହ ୧୫ ହଜାର କୋଟିର ପ୍ରକଳ୍ପର ଉଦଘାଟନ କରିବେ ମୋଦୀ । Kanak News ଆଜି ଅଯୋଧ୍ୟାରେ ଆନ୍ତର୍ଜାତୀୟ ବିମାନବନ୍ଦର, ପୁନଃନିର୍ମାଣ ରେଳ ଷ୍ଟେସନ ସହ ୧୫ ହଜାର କୋଟିର ପ୍ରକଳ୍ପର ଉଦଘାଟନ କରିବେ ମୋଦୀ । Kanak News Reviewed by SUBHENDU BARAL on December 29, 2023 Rating: 5

No comments:

Powered by Blogger.