ଘରୋଇ କଳିକୁ ନେଇ ଭାଇକୁ ଗୁଳି କଲା ସାନ ଭାଇ । ସୁନ୍ଦରଗଡ ଦାଣ୍ଡପାଣି ଗାଁରେ ଚାଞ୍ଚଲ୍ୟ । Kanak News

କନକ ବ୍ୟୁରୋ: ଘରୋଇ କଳିକୁ ନେଇ ଭାଇକୁ ଗୁଳି ମାଡ କଲା ଭାଇ । ସୁନ୍ଦରଗଡ କିଞ୍ଜିରକେଲା ଥାନା ପାତକିଯୋର ଦାଣ୍ଡପାଣି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ସାନ ଭାଇର ଗୁଳି ମାଡରେ ବଡ ଭାଇ ଗୁରୁତର ଆହତ ହୋଇଛି । ଗୁରୁତର ଅବସ୍ଥାରେ ବଡ ଭାଇକୁ ପ୍ରଥମେ କିଞ୍ଜିରକେଲା ମେଡିକାଲ ଓ ପରେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଘରୋଇ କଳିକୁ ନେଇ ଦାଣ୍ଡପାଣି ଗାଁର ବାସୁଦେବ ସାଙ୍କ ସହ ସଂପର୍କୀୟ ସାନ ଭାଇ ସୁନୀଲ ସାଙ୍କର ଝଗଡା ହୋଇଥିଲା । ଯୁକ୍ତିତର୍କ ପରେ ଉତେଜନା ବଢିବାରୁ ବନ୍ଧୁକ ଆଣି ବାସୁଦେବଙ୍କୁ ଗୁଳି କରିଥିଲେ । ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିବା ବେଳେ ଗାଁଲୋକେ ସୁନୀଲକୁ କାବୁ କରି ନିସ୍ତୁକ ମାଡ ମାରିବା ସହ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଖବର ମିଳିଛି । କିଞ୍ଜିରକେଲା ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

The post ଘରୋଇ କଳିକୁ ନେଇ ଭାଇକୁ ଗୁଳି କଲା ସାନ ଭାଇ । ସୁନ୍ଦରଗଡ ଦାଣ୍ଡପାଣି ଗାଁରେ ଚାଞ୍ଚଲ୍ୟ । first appeared on Kanak News.



from Kanak News https://ift.tt/B6JRGq4 https://ift.tt/I9gYR7k
ଘରୋଇ କଳିକୁ ନେଇ ଭାଇକୁ ଗୁଳି କଲା ସାନ ଭାଇ । ସୁନ୍ଦରଗଡ ଦାଣ୍ଡପାଣି ଗାଁରେ ଚାଞ୍ଚଲ୍ୟ । Kanak News ଘରୋଇ କଳିକୁ ନେଇ ଭାଇକୁ ଗୁଳି କଲା ସାନ ଭାଇ । ସୁନ୍ଦରଗଡ ଦାଣ୍ଡପାଣି ଗାଁରେ ଚାଞ୍ଚଲ୍ୟ । Kanak News Reviewed by SUBHENDU BARAL on December 30, 2023 Rating: 5

No comments:

Powered by Blogger.