Rajesh Khanna's Birthday: ରାଜେଶ ଖାନ୍ନାଙ୍କ ପାଇଁ ପାଗଳ ହୋଇଯାଉଥିଲେ ଯୁବତୀ; ଲେଖୁଥିଲେ ରକ୍ତରେ ପ୍ରେମ ଚିଠି Pramod Behera

ରାଜେଶ ଖାନ୍ନା ଜଣେ ଷ୍ଟାର୍‌ ନୁହେଁ ବରଂ ସେ ଥିଲେ ଜଣେ ପ୍ରକୃତ ସୁପର୍‌ଷ୍ଟାର୍‌। ହିନ୍ଦୀ ସିନେମାର ଜଣେ ଭେଟେରାନ୍ ଅଭିନେତା ରାଜେଶ ଖାନ୍ନା ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଅନେକ ଚଳଚ୍ଚିତ୍ର ଦେଇଥିଲେ। ଆଜି ତାଙ୍କୁ ଭଲପାଉଥିବା ପ୍ରତ୍ୟେକ ବ୍ୟକ୍ତି ତାଙ୍କର ୮୧ ତମ ଜନ୍ମ ବାର୍ଷିକୀ ପାଳନ କରୁଛନ୍ତି।

ୟୁନାଇଟେଡ୍ ପ୍ରଡ୍ୟୁସର ଏବଂ ଫିଲ୍ମଫେୟାରର ଟାଲେଣ୍ଟ ହଣ୍ଟ୍‌ର ଆବିଷ୍କାର ଜତିନ ଖାନ୍ନା ଫିଲ୍ମ 'ରାଜ୍'ରୁ କେତେବେଳେ ରାଜେଶ ଖାନ୍ନା ପାଲଟିଗଲେ ତାହା ବୋଧହୁଏ ନିଜେ କାକା ମଧ୍ୟ ଅନୁଭବ କରିପାରିନଥିଲେ।

ଯଦିଓ ରାଜେଶ ଖାନ୍ନା ୧୮ ଜୁଲାଇ ୨୦୧୨ ରେ ଏ ଦୁନିଆ ଛାଡି ଚାଲିଯାଇଛନ୍ତି, ତଥାପି ତାଙ୍କର ଅବିସ୍ମରଣୀୟ ଚଳଚ୍ଚିତ୍ର ଏବଂ ଚିର ସବୁଜ ଗୀତ ଯୋଗୁଁ ତାଙ୍କର ଷ୍ଟାରଡମ୍ ଆଜି ପର୍ଯ୍ୟନ୍ତ ଜାରି ରହିଛି। ଆଜି ତାଙ୍କ ଜନ୍ମ ଦିନରେ ଆସନ୍ତୁ ତାଙ୍କ ବିଷୟରେ କିଛି ଜାଣିନେବା।

ଅଧିକାଂଶ ପିଲାଙ୍କ ନାଁ ରାଜେଶ ଥିଲା:

୧୯୬୯ରୁ ୧୯୭୫ ମଧ୍ୟରେ ରାଜେଶ ଖାନ୍ନା ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ସେହି ସମୟରେ ଜନ୍ମ ହେଉଥିବା ଅଧିକାଂଶ ପୁଅଙ୍କ ନାମ ରାଜେଶ ରଖାଯାଉଥିଲା। ୧୯୬୯ ମସିହାରେ ‘ଆରାଧନା’ ଏବଂ ‘ଦୋ ରାସ୍ତେ’ ସହିତ ଆରମ୍ଭ ହୋଇଥିବା ତାଙ୍କର ଫିଲ୍ମ ଯାତ୍ରା ୧୯୭୧ ସୁଦ୍ଧା ଏକ ଚମତ୍କାର ମୋଡ଼ ନେଇଥିଲା। ୧୯୬୯ରୁ ୧୯୭୧ ପର୍ଯ୍ୟନ୍ତ ରାଜେଶ ଖାନ୍ନା ଏକମାତ୍ର ଅଭିନେତା ଥିଲେ ଯିଏକି ଏହି ସମୟ ମଧ୍ୟରେ ସମସ୍ତ ହିଟ୍ ଫିଲ୍ମ ଦେଇଥିଲେ ଏବଂ ଭାରତର ପ୍ରଥମ ମୂଳ ସୁପରଷ୍ଟାର ଆଖ୍ୟା ଅର୍ଜନ କରିଥିଲେ।

ଝିଅମାନେ ରକ୍ତରେ ଲେଖୁଥିଲେ ଚିଠି:

ରାଜେଶ ଖାନ୍ନାଙ୍କ କେବଳ ଫିଲ୍ମ ହିଁ ଯଥେଷ୍ଟ ନୁହେଁ, ତାଙ୍କ ଷ୍ଟାଇଲ୍, ତାଙ୍କର କଲରବାଲା ସାର୍ଟ ପିନ୍ଧିବାର ଉପାୟ କିମ୍ବା ଆଖିପତାକୁ ଟିକିଏ ତଳକୁ କରି ବେକକୁ ବୁଲେଇ ଦେଖିବା... ଏସବୁ ସମସ୍ତ ତାରକାଙ୍କଠାରୁ ତାଙ୍କୁ ଭିନ୍ନ କରିଥିଲା। ପରିସ୍ଥିତି ଏପରି ଥିଲା ଯେ ଯେତେବେଳେ ବି ତାଙ୍କ ଧଳା କାରକୁ କୌଣସି ସ୍ଥାନରେ ପାର୍କିଂ କରାଯାଉଥିଲା ଝିଅମାନଙ୍କର ଲିପଷ୍ଟିକ୍ ରଙ୍ଗରେ ଏହା ଗୋଲାପୀ ହୋଇଯାଉଥିଲା।

କୁହାଯାଏ ଯେ ଅନେକ ଝିଅ ତାଙ୍କର ଏମିତି ପ୍ରଶଂସକ ଥିଲେ ସେ ସେମାନେ ରକ୍ତରେ ଚିଠି ଲେଖି ନିଜ ପ୍ରେମକୁ ପ୍ରକାଶ କରୁଥିଲେ। କେବଳ ଏତିକି ନୁହେଁ, ଝିଅମାନେ ତାଙ୍କର ଫଟୋକୁ ବିବାହ କରୁଥିରେ ଆଉ ରକ୍ତରେ ରାଜେଶ ଖାନ୍ନାଙ୍କ ନାମରେ ସିନ୍ଦୁର ମଧ୍ୟ ପିନ୍ଧୁଥିଲେ।

ରାଜେଶ ଖାନ୍ନାଙ୍କ୍ ଷ୍ଟାର୍‌ଡମ୍:

ରାଜେଶ ଖାନ୍ନାଙ୍କ ପରି ଷ୍ଟାରଡମ୍ ଆଉ କେହି ବି ପାଇ ନାହାନ୍ତି କି ଆଗକୁ ବୋଧେ ପାଇବେ ନାହିଁ। ରାଜେଶ ଖାନ୍ନାଙ୍କୁ ନେଇ ଏହା କୁହାଯାଏ ଯେ ସେ ଅହଂକାରୀ ଥିଲେ ଆଉ ସେଟ୍‌କୁ ସବୁବେଳେ ବିଳମ୍ବରେ ଆସୁଥିଲେ। ରାଜେଶ ଖାନ୍ନା କୌଣସି ଜିନିଷ ପାଇଁ ନିଜ ଜୀବନଶୈଳୀକୁ କେବେ ବଦଳାଇ ନ ଥିଲେ। ସେ ତାଙ୍କ ମନ ଇଛା ସେଟ୍‌କୁ ଆସୁଥିଲେ। ତଥାପି ମଧ୍ୟ ନିର୍ମାତା ଏବଂ ନିର୍ଦ୍ଦେଶକମାନେ ତାଙ୍କ ଚଳଚ୍ଚିତ୍ରରେ ତାଙ୍କୁ କାଷ୍ଟ କରିବା ପାଇଁ ଲାଇନ୍ ଲଗଉଥିଲେ। ରାଜେଶ ଖାନ୍ନା ତାଙ୍କ ବଲିଉଡ୍‌ କ୍ୟାରିୟରରେ ୧୮୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ।



from Latest Odisha News, Breaking News Today | Top Updates on Corona - OTV News https://ift.tt/BnD6VhI
Rajesh Khanna's Birthday: ରାଜେଶ ଖାନ୍ନାଙ୍କ ପାଇଁ ପାଗଳ ହୋଇଯାଉଥିଲେ ଯୁବତୀ; ଲେଖୁଥିଲେ ରକ୍ତରେ ପ୍ରେମ ଚିଠି Pramod Behera Rajesh Khanna's Birthday: ରାଜେଶ ଖାନ୍ନାଙ୍କ ପାଇଁ ପାଗଳ ହୋଇଯାଉଥିଲେ ଯୁବତୀ; ଲେଖୁଥିଲେ ରକ୍ତରେ ପ୍ରେମ ଚିଠି Pramod Behera Reviewed by SUBHENDU BARAL on December 28, 2023 Rating: 5

No comments:

Powered by Blogger.