ଶୋଇବା ବେଳେ ମଶା ଧୂପ ଲଗାଇବା ହେଲା କାଳ । ଅଣ ନିଶ୍ୱାସୀ ହୋଇ ଚାଲିଗଲା ସୁରକ୍ଷାକର୍ମୀଙ୍କ ଜୀବନ । ଅନ୍ୟ ଜଣେ ଗୁରୁତର । Kanak News

କନକ ବ୍ୟୁରୋ: ମଶା ଧୂଆଁ ନେଲା ଜୀବନ । ମଶା ଘଉଡାଇବାକୁ ଯାଇ ଶୋଇବା ବେଳେ ଲଗାଇଥିବା ମଶା ଧୂପ ହେଲା କାଳ । ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ । ଅନ୍ୟ ଜଣେ ଗୁରୁତର । କେନ୍ଦୁଝର ଜିଲ୍ଲାରୁ ଏଭଳି ଏକ ଖବର ଆସିଛି ।

ମୃତକ ଜଣଙ୍କ ହେଲେ ହରିଚନ୍ଦନପୁର ବ୍ଲକର କୁମାରନାଳୀ ଗାଁର ସହଦେବ ମହାନ୍ତ । ତାଙ୍କ ସାଙ୍ଗରେ ଗୋଟିଏ ଘର ଭିତରେ ଶୋଇଥିବା ଅନ୍ୟତମ ବ୍ୟକ୍ତି ହେଉଛନ୍ତି ବାରିଆ ଥାନା ଅନ୍ତର୍ଗତ ବର୍ଦ୍ଧନା ଗାଁର ସୁରେନ୍ଦ୍ର ମାଝୀ । ସେ ଜଣେ ଡ୍ରାଇଭର । ମିଳିଥିବା ସୂଚନା ଅନୁସାରେ ରାତିରେ ଶୋଇବା ସମୟରେ ମଶାଙ୍କଠାରୁ ବଂଚିବାକୁ ୨ଟି ମଶାଧୂଆଁ ଷ୍ଟିକ ଲଗାଇ କବାଟ ଝରକା ବନ୍ଦ କରି ଶୋଇ ପଡ଼ିଥିଲେ । ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା କଥା ଉଭୟଙ୍କୁ ଚେତାଶୂନ୍ୟ ଅବସ୍ଥାରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରାଯାଇଥିଲା ଓ ଅନ୍ୟ ଜଣକ ମୃତ ଅବସ୍ଥାରେ ଭର୍ତ୍ତି ହୋଇଥିଲେ । ଗୁରୁତର ସୁରେନ୍ଦ୍ର କିଛି ବିଷାକ୍ତ ଧୂଆଁ ନିଶ୍ୱାସ ରେ ନେଇଥିବାରୁ ଏପରି ହୋଇଥିଲା । ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି । ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାଯିବ ତାଙ୍କ ମୃତ୍ୟୁର କାରଣ ।

The post ଶୋଇବା ବେଳେ ମଶା ଧୂପ ଲଗାଇବା ହେଲା କାଳ । ଅଣ ନିଶ୍ୱାସୀ ହୋଇ ଚାଲିଗଲା ସୁରକ୍ଷାକର୍ମୀଙ୍କ ଜୀବନ । ଅନ୍ୟ ଜଣେ ଗୁରୁତର । first appeared on Kanak News.



from Kanak News https://ift.tt/NVdrxk2 https://ift.tt/vjNuAQb
ଶୋଇବା ବେଳେ ମଶା ଧୂପ ଲଗାଇବା ହେଲା କାଳ । ଅଣ ନିଶ୍ୱାସୀ ହୋଇ ଚାଲିଗଲା ସୁରକ୍ଷାକର୍ମୀଙ୍କ ଜୀବନ । ଅନ୍ୟ ଜଣେ ଗୁରୁତର । Kanak News ଶୋଇବା ବେଳେ ମଶା ଧୂପ ଲଗାଇବା ହେଲା କାଳ । ଅଣ ନିଶ୍ୱାସୀ ହୋଇ ଚାଲିଗଲା ସୁରକ୍ଷାକର୍ମୀଙ୍କ ଜୀବନ । ଅନ୍ୟ ଜଣେ ଗୁରୁତର । Kanak News Reviewed by SUBHENDU BARAL on December 16, 2023 Rating: 5

No comments:

Powered by Blogger.