କିଶୋର ଅବସ୍ଥାରେ ଥିବା ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ଭାବରେ ତାଙ୍କର ଉଚ୍ଚତା ବଢେଇବା ପାଇଁ ଚିନ୍ତା କରନ୍ତି। କାରଣ ଲମ୍ବା ଲୋକମାନେ ଅଧିକ ଆକର୍ଷଣୀୟ ଲାଗନ୍ତି। ବେଳେ ବେଳେ ଏମିତି ମଧ୍ୟ ହୁଏ ଯେ କମ୍ ଉଚ୍ଚତାର ପିଲାମାନଙ୍କୁ ଡେଙ୍ଗା ପିଲାମାନେ ଚିଡାନ୍ତି।
ଏକ ଅଧ୍ୟୟନ ଅନୁଯାୟୀ, ଭଲ ଉଚ୍ଚତା କେବଳ ଶାରୀରିକ ଲାଭ ପ୍ରଦାନ କରେ ନାହିଁ ବରଂ ସକରାତ୍ମକ ମନୋଭାବ ଏବଂ ବୁଦ୍ଧି ଉପରେ ମଧ୍ୟ ପ୍ରଭାବ ପକାଏ। ଶାରିରୀକ ବିଜ୍ଞାନ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କ ଉଚ୍ଚତା ସେମାନଙ୍କ ଜେନେଟିକ୍, ବ୍ୟାୟାମ, ପୁଷ୍ଟିକର ଖାଦ୍ୟ ଏବଂ ପରିବେଶ ପରିସ୍ଥିତି ଉପରେ କରେ। ଅଧିକାଂଶ ବ୍ୟକ୍ତିଙ୍କ ଉଚ୍ଚତା ପାଖାପାଖି ୨୦ ବର୍ଷ ପର୍ଯ୍ୟନ୍ତ ବଢିଥାଏ। ଏହା ପରେ ଏଥିରେ ଲଗାମ ଲାଗେ। ତେବେ ଏହି ସମୟ ଭିତରେ ଚେଷ୍ଟା କଲେ ଉଚ୍ଚତା ବଢିପାରେ।
ତେବେ ଆସନ୍ତୁ ଏମିତି ୫ଟି ସହଜ ଓ ଚମତ୍କାର ଯୋଗାସନା ବିଷୟରେ ଜାଣିବାଯାହା ଉଚ୍ଚତା ବୃଦ୍ଧିରେ ସାହାଯ୍ୟ କରେ। ଏହି ଯୋଗାସନର ନିୟମିତ ଅଭ୍ୟାସ ଦ୍ୱାରା, ଆପଣ କେବଳ ଆପଣଙ୍କର ଉଚ୍ଚତା ବୃଦ୍ଧି କରିପାରିବେ ନାହିଁ ବରଂ ଆପଣଙ୍କ ଚେହେରାକୁ ମଧ୍ୟ ଉନ୍ନତ କରିପାରିବେ।
ତାଡାସନା:
ତାଡାସନଯଦି ପିଲାଦିନେ କିମ୍ବା ଯୁବାବସ୍ଥାରେ ତାଡାସନା ଅଭ୍ୟାସ କରାଯାଏ ତେବେ ଏହା ଉଚ୍ଚତା ବୃଦ୍ଧି କରିବାରେ ସାହାଯ୍ୟ କରେ। ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଷ୍ଟ୍ରେଚ୍ କରିବା ହେତୁ ଏହି ଆସନ ଶରୀରର ସ୍ନାୟୁ ପ୍ରଭାବ ପକାଏ ଯାହା ଉଚ୍ଚତା ବୃଦ୍ଧି କରିବାରେ ସାହାଜ୍ୟ କରେ।
ଭୁଜଙ୍ଗାସନ:
ଭୁଜଙ୍ଗାସନଭୁଜଙ୍ଗାସନ ଆମର ପିଠିକୁ ଶକ୍ତିଶାଳୀ କରିବା ସହ ମେରୁଦଣ୍ଡକୁ ନମନୀୟ କରିଥାଏ। ଏହା ଆମର ହଜମ ଏବଂ ପ୍ରଜନନ ପ୍ରଣାଳୀକୁ ମଧ୍ୟ ମଜବୁତ କରେ। ଏହି ଆସନର ନିୟମିତ ଅଭ୍ୟାସ ଶରୀରର ଢାଞ୍ଚାକୁ ଠିକ୍ଠାକ୍ କରିଥାଏ ଏବଂ ଉଚ୍ଚତା ବୃଦ୍ଧିରେ ସାହାଯ୍ୟ କରେ।
ପଶ୍ଚିମୋତ୍ତାନାସନ:
ପଶ୍ଚିମୋତ୍ତାନାସନପଶ୍ଚିମୋତ୍ତାନାସନ ମେରୁଦଣ୍ଡକୁ ବିସ୍ତାର କରି ଏହାକୁ ନମନୀୟ କରିବା ପାଇଁ କାମ କରେ। ଏହା ବ୍ୟତୀତ, ଏହି ଆସନ ଅଭ୍ୟାସ କରିବା ଦ୍ୱାରା ଜଣେ ବ୍ୟକ୍ତିର ଉଚ୍ଚତା ମଧ୍ୟ ଅତି ସହଜରେ ବଢିପାରେ। ପଶ୍ଚିମୋତ୍ତାନାସନକୁ ସଠିକ୍ ଭାବରେ ଅଭ୍ୟାସ କରିବାବେଳେ ପେଟର ମାଂସପେଶୀ ବିସ୍ତାର ହୋଇଯାଏ, ଯେଉଁ କାରଣରୁ ପେଟ ଏବଂ ଏହାର ଆଖପାଖ ଅଞ୍ଚଳରେ ଜମା ହୋଇଥିବା ଚର୍ବି ମଧ୍ୟ ଦୂର ହୋଇଯାଏ। ଏହା ଉଚ୍ଚତାର ସଠିକ ବିକାଶରେ ମଧ୍ୟ ସାହାଯ୍ୟ କରେ।
ବୃକ୍ଷାସନ:
ବୃକ୍ଷାସନବୃକ୍ଷାସନ କରିବା ବେଳେ ମଧ୍ୟ ନିଜ ମନ ଏବଂ ଶରୀରକୁ ଷ୍ଟ୍ରେଚିଂ ମାଧ୍ୟମରେ ସ୍ଥିର କରିବାକୁ ପଡେ। ଏହି ଆସନ ଗଣ୍ଠି ଏବଂ ହାଡକୁ ମଜବୁତ କରେ। ଉଚ୍ଚତା ବୃଦ୍ଧି ସମୟରେ ଶରୀରର ଅସ୍ଥି ଗଠନରେ ଦ୍ରୁତ ପରିବର୍ତ୍ତନ ଆସିଥାଏ, ଏହି ଆସନ ଏସବୁର ପୁନରୁଦ୍ଧାରରେ ମଧ୍ୟ ସାହାଯ୍ୟ କରିଥାଏ।
ତ୍ରିକୋଣାସନ:
ତ୍ରିକୋଣାସନତ୍ରିକୋଣାସନର ନିୟମିତ ଅଭ୍ୟାସ ଆଣ୍ଠୁ, ଜଙ୍ଘ ଏବଂ ଆଣ୍ଠୁକୁ ମଜବୁତ କରେ। ଏହା ଆଣ୍ଠୁ, ତଳିପେଟ, ଜଙ୍ଘ, କାନ୍ଧ, ପିଚା, ପେଣ୍ଡା, ଆଣ୍ଠୁ ପଛପାଖ, ବକ୍ଷଦେଶ ଏବଂ କଙ୍କଳ ଉପରେ ଚାପ ପକାଇଥାଏ। ଏହା ଗୋଡର ଶକ୍ତି ଏବଂ ସ୍ଥିରତାକୁ ବିକାଶ କରେ ଏବଂ ଦେହକୁ ବିସ୍ତାର କରେ। ଯେତେବେଳେ ବାହୁ ଏବଂ ଗୋଡରେ ଅଧିକ ଷ୍ଟ୍ରେଚିଂ ହୁଏ, ଏହା ଶରୀରକୁ ସମାନ ଭାବରେ ବିକଶିତ କରେ।
from Latest Odisha News, Breaking News Today | Top Updates on Corona - OTV News https://ift.tt/GHX1LDE
No comments: