National Minorities Right Day 2023: ଅଳ୍ପସଂଖ୍ୟକଙ୍କ ପାଇଁ ଜାତୀୟ ସଂଖ୍ୟାଲଘୁ ଆୟୋଗ; ଜାଣନ୍ତୁ କ’ଣ ଏହାର କାମ Pramod Behera
ଅଳ୍ପସଂଖ୍ୟକ ବା ସଂଖ୍ୟାଲଘୁ ସମୁଦାୟଙ୍କ ଅଧିକାରକୁ ରକ୍ଷା କରିବା ନେଇ ଭାରତରେ ପ୍ରତି ବର୍ଷ ୧୮ ଡିସେମ୍ବରରେ ‘ସଂଖ୍ୟାଲଘୁ ଅଧିକାର ଦିବସ’ ପାଳନ କରାଯାଏ। ତେବେ ପ୍ରତ୍ୟେକ ରାଷ୍ଟ୍ରରେ ଭିନ୍ନ ଭିନ୍ନ ଜାତି, ଭାଷା ଏବଂ ଧାର୍ମିକ ସଂଖ୍ୟାଲଘୁ ଗୋଷ୍ଠୀ ଅଛନ୍ତି।
ଭାରତର ସମ୍ବିଧାନ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ କରେ ଏବଂ ଭାଷା, ଜାତି, ସାଂସ୍କୃତିକ ଏବଂ ଧାର୍ମିକ ସଂଖ୍ୟାଲଘୁମାନଙ୍କର ଅଧିକାରର ସୁରକ୍ଷା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରେ। ଏଥିସହିତ, ଯେଉଁମାନେ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଲୋକଙ୍କ ସମେତ ଜାତି, ସଂସ୍କୃତି ଏବଂ ସମ୍ପ୍ରଦାୟ ନିର୍ବିଶେଷରେ ଅର୍ଥନୈତିକ କିମ୍ବା ସାମାଜିକ ଭାବରେ ବଞ୍ଚିତ ଲୋକମାନଙ୍କର ମଧ୍ୟ ଯତ୍ନ ନେଇଥାଏ।
ଇତିହାସ:
‘ସଂଖ୍ୟାଲଘୁ ଅଧିକାର ଦିବସ’ ଭାରତରେ ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ ଆୟୋଗ ଦ୍ୱାରା ପାଳିତ ହୁଏ। ଏହା ଧାର୍ମିକ ସଦ୍ଭାବ, ସମ୍ମାନ ଏବଂ ସବୁ ଅଳ୍ପସଂଖ୍ୟକ ସମୁଦାୟଙ୍କୁ ଭଲ ଭାବେ ବୁଝିବା ଉପରେ କେନ୍ଦ୍ରୀତ। ମିଳିତ ଜାତିସଂଘ ୧୮ ଡିସେମ୍ବର ୧୯୯୨ରେ ଧାର୍ମିକ କିମ୍ବା ଭାଷାଭିତ୍ତିକ ବା ଜାତୀୟ ଅଳ୍ପସଂଖ୍ୟକଙ୍କ ସହ ସମ୍ବନ୍ଦିତ ବ୍ୟକ୍ତିଙ୍କ ଅଧିକାର ଉପରେ ବିବୃତ୍ତିକୁ ଗ୍ରହଣ କରିଥିଲା ଏବଂ ପ୍ରଚାର କରିଥିଲା।
ମିଳିତ ଜାତିସଂଘ ଦ୍ୱାରା କରାଯାଇଥିବା ଘୋଷଣାନାମା ସଂଖ୍ୟାଲଘୁମାନଙ୍କର ସାଂସ୍କୃତିକ, ଧାର୍ମିକ, ଭାଷାଭିତ୍ତିକ ଏବଂ ଜାତୀୟ ପରିଚୟକୁ ଆଲୋକିତ କରେ ଯାହା ରାଜ୍ୟ ତଥା ବ୍ୟକ୍ତିଗତ ଅଞ୍ଚଳ ଦ୍ୱାରା ସମ୍ମାନିତ, ସଂରକ୍ଷିତ ଏବଂ ସୁରକ୍ଷିତ ରହିପାରିବ। ଏହା ମଧ୍ୟ କୁହାଯାଏ ଯେ ସଂଖ୍ୟାଲଘୁମାନଙ୍କର ସ୍ଥିତିରେ ସୁଧାର କରିବା ଏବଂ ସେମାନଙ୍କ ସାଂସ୍କୃତିକ, ଧାର୍ମିକ, ଭାଷାଭିତ୍ତିକ ଏବଂ ଜାତୀୟ ପରିଚୟ ଉପରେ ସଚେତନତା ସୃଷ୍ଟି କରିବା ମଧ୍ୟ ରାଜ୍ୟ ସରକାରଙ୍କ ଦାୟିତ୍ୱ।
କାର୍ଯ୍ୟ:
୨୯ ଜାନୁଆରୀ ୨୦୦୬ରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ସାମାଜିକ ନ୍ୟାୟ ଏବଂ ନ୍ୟାୟ ମନ୍ତ୍ରଣାଳୟରୁ ଭିନ୍ନ ହୋଇଯାଇଥିଲା। ଏହା ମୁସ୍ଲିମ୍, ଇସାଈ, ବୌଦ୍ଧ, ଶିଖ୍, ପାରସୀ ଓ ଜୈନ ଭଳି ଅଧିସୂଚିତ ସଂଖ୍ୟାଲଘୁ ସମୁଦୟ ସହ ସମ୍ବନ୍ଧିତ ମାମଲା ଉପରେ ଦୃଷ୍ଟିପାତ କରିଥାଏ।
ଜାତୀୟ ସଂଖ୍ୟାଲଘୁ ଆୟୋଗ ବିଷୟରେ:
କେନ୍ଦ୍ର ସରକାର ୧୯୯୨ରେ ଜାତୀୟ ସଂଖ୍ୟାଲଘୁ ଆୟୋଗ ଅଧିନିୟମ ଅଧିନରେ ଜାତୀୟ ଅଳ୍ପସଂଖ୍ୟକ ଆୟୋଗ ସ୍ଥାପନା କରିଥିଲେ। ପ୍ରାରମ୍ଭରେ ପାଞ୍ଚଟି ଧାର୍ମିକ ସମ୍ପ୍ରଦାୟକୁ ସଂଖ୍ୟାଲଘୁ ସମ୍ପ୍ରଦାୟ ଭାବରେ ସୂଚିତ କରାଯାଇଛି ଯଥା ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ ଏବଂ ପାରସୀ। ପରେ ୨୭ ଜାନୁଆରୀ ୨୦୧୪ର ବଅଧିସୂଚନା ବିବରଣୀ ଅନୁଯାୟୀ, ଜୈନମାନଙ୍କୁ ମହ୍ୟ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟ ଭାବରେ ସୂଚିତ କରାଯାଇଛି।
ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ଦିଲ୍ଲୀ, ଝାଡଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ମଣିପୁର, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗ ଭଳି ବିଭିନ୍ନ ରାଜ୍ୟ ନିଜ ନିଜ ରାଜ୍ୟରେ ରାଜ୍ୟ ସଂଖ୍ୟାଲଘୁ କମିଶନ ଗଠନ କରିଛନ୍ତି। ସେମାନଙ୍କ କାର୍ଯ୍ୟାଳୟ ମଧ୍ୟ ରାଜ୍ୟ ରାଜଧାନୀରେ ରହିଛି। ଏହା ସଂଖ୍ୟାଲଘୁଙ୍କ ହିତର ରକ୍ଷା ଏବଂ ସଂରକ୍ଷଣ କରେ।
ବାସ୍ତବରେ, ସଂଖ୍ୟାଲଘୁ ସମ୍ପ୍ରଦାୟର ଯେକୌଣସି ପିଡୀତ ବ୍ୟକ୍ତି ନିଜ ଅଭିଯୋଗର ସମାଧାନ ପାଇଁ ସମ୍ପୃକ୍ତ ରାଜ୍ୟ ସଂଖ୍ୟାଲଘୁ ଆୟୋଗଙ୍କ ନିକଟକୁ ଯାଇପାରିବେ। ଯେତେବେଳେ ଉପଲବ୍ଧ ପ୍ରତିକାର ମଧ୍ୟରୁ କିଛି ବି କାମ ନ କରେ, ସେମାନେ ଜାତୀୟ ସଂଖ୍ୟାଲଘୁ ଆୟୋଗକୁ ସେମାନଙ୍କର ପ୍ରତିନିଧିତ୍ୱ ପଠାଇ ପାରିବେ।
from Latest Odisha News, Breaking News Today | Top Updates on Corona - OTV News https://ift.tt/CYGA2Fc
No comments: