Health Tips: ରୁପି ହେଉଥିଲେ, ଚୁଟି ଝଡୁଥିଲେ ଏମିତି ବ୍ୟବହାର କରନ୍ତୁ ଗେଣ୍ଡୁ ଫୁଲ; ଦୂର ହେବ ସମସ୍ୟା Pramod Behera

ସାଧାରଣତଃ ଲୋକମାନେ ଘର ସଜାଇବା ପାଇଁ ଫୁଲ ବ୍ୟବହାର କରନ୍ତି। କିନ୍ତୁ ଏଠାରେ ଏମିତି ଅନେକ ଫୁଲ ଅଛି ଯାହା ଔଷଧୀୟ ଗୁଣରେ ଭରପୂର। କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ଏହା ବିଷୟରେ ଜାଣନ୍ତି ନାହିଁ।

ପ୍ରାଚୀନ କାଳରେ ଯେତେବେଳେ ଆଧୁନିକ ଔଷଧ ବାହାରି ନ ଥିଲା ସେତେବେଳେ ଏହି ଫୁଲଗୁଡ଼ିକୁ ଔଷଧ ଭାବରେ ବ୍ୟବହୃତ ହେଉଥିଲା। ଏହା ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ମଧ୍ୟ ହୋଇଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗେଣ୍ଡୁ ଫୁଲର ସୁବାସିତ ବାସ୍ନା ସାଙ୍ଗକୁ ଏହା ଅନେକ ଔଷଧୀୟ ଗୁଣରେ ଭରପୂର। ଏହା ଆମକୁ ଅନେକ ରୋଗର ମୁକାବିଲା କରିବାରେ ସାହାଯ୍ୟ କରେ।

ଆୟୁର୍ବେଦ ଚିକିତ୍ସା ଅନୁଯାୟୀ, ଗେଣ୍ଡୁ ଫୁଲରେ ଅନେକ ଔଷଧୀୟ ଗୁଣ ମିଳିଥାଏ। ଏହି କାରଣରୁ, ଏହା ଆୟୁର୍ବେଦର ଅନେକ ଔଷଧରେ ବ୍ୟବହୃତ ହୁଏ। ଏଥିରୁ ଭିଟାମିନ୍ ଏ, ଭିଟାମିନ୍ ବି, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯାହା ଅନେକ ପ୍ରକାରର ରୋଗ ସହିତ ମୁକାବିଲା କରିବାରେ ସାହାଯ୍ୟ କରେ। ଏହା ମୁଖ୍ୟତଃ ଚୁଟି ଝଡ଼ିବା, ରୁପି, ମୁଣ୍ଡ ଘା, ଯାଦୁ, କାଛୁ ଓ କୁଣ୍ଡିଆ ପାଇଁ ବ୍ୟବହୃତ ହୁଏ।

କିପରି କରିବେ ବ୍ୟବହାର:

ଗେଣ୍ଡୁ ଫୁଲକୁ ଭଲଭାବେ ଗ୍ରାଇଣ୍ଡ୍ କରନ୍ତୁ ଏବଂ ଏହି ପେଷ୍ଟ୍‌କୁ ଖପୁରି, ଯାଦୁ, କାଛୁ ଓ କୁଣ୍ଡିଆ ଯାଗାରେ ଲଗାନ୍ତୁ। ଏହା ରାମବାଣ ଭଳି କାମ କରେ। କିଛି ଦିନ ପରେ ଏହି ସମସ୍ୟା ଦୂର ହୋଇଯାଏ। ଏହାର ପତ୍ରର ମଧ୍ୟ ଚମତ୍କାର ଗୁଣ ଅଛି। କୌଣସି କାରଣରୁ ଦେହେ ଆଘାତ ହୋଇ ଯଦି ରକ୍ତସ୍ରାବ ହେଉଥାଏ ତେବେ ଏହାର ପତ୍ରର ରସକୁ ସେହି ସ୍ଥାନରେ ଲଗାଇବା ଦ୍ୱାରା ସାଙ୍ଗେ ସାଙ୍ଗେ ରକ୍ତ ବୋହିବା ବନ୍ଦ ହୋଇଯାଏ।



from Latest Odisha News, Breaking News Today | Top Updates on Corona - OTV News https://ift.tt/4C5zYpR
Health Tips: ରୁପି ହେଉଥିଲେ, ଚୁଟି ଝଡୁଥିଲେ ଏମିତି ବ୍ୟବହାର କରନ୍ତୁ ଗେଣ୍ଡୁ ଫୁଲ; ଦୂର ହେବ ସମସ୍ୟା Pramod Behera Health Tips: ରୁପି ହେଉଥିଲେ, ଚୁଟି ଝଡୁଥିଲେ ଏମିତି ବ୍ୟବହାର କରନ୍ତୁ ଗେଣ୍ଡୁ ଫୁଲ; ଦୂର ହେବ ସମସ୍ୟା Pramod Behera Reviewed by SUBHENDU BARAL on December 18, 2023 Rating: 5

No comments:

Powered by Blogger.