ଇନଫ୍ଲୁଏନ୍ସର ପ୍ରିୟା ସିଂଙ୍କ ଉପରେ ଗାଡି ଚଢାଇଦେଇଥିବା ଅଭିଯୁକ୍ତ ଅଶ୍ୱଜିତ୍ ଗିରଫ । ଲ୍ୟାଣ୍ଡ ରୋଭର ଗାଡି ମଧ୍ୟ ଜବତ । Kanak News

କନକ ବ୍ୟୁରୋ: ମହାରାଷ୍ଟ୍ରର ଚର୍ଚ୍ଚିତ ପ୍ରିୟା ସିଂହ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ, ଡିସିପିଙ୍କ ନିର୍ଦ୍ଦେଶରେ ଏସଆଇଟି ଟିମ୍ ବନାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ବ୍ୟବହାର କରାଯାଇଥିବା କାରକୁ ମଧ୍ୟ ସିଜ୍ କରାଯାଇଛି ।

ମହାରାଷ୍ଟ୍ର ଷ୍ଟେଟ୍ ରୋଡ୍ ଡେଭଲପମେଣ୍ଟ କର୍ପୋରେସନ୍ (ଏମଏସଆରଡିସି)ର ଏମଡିଙ୍କ ପୁଅ ଅଶ୍ୱଜିତ୍ ଗାୟକୱାଡଙ୍କ ଉପରେ ଇନଷ୍ଟା ଈନଫ୍ଲୁଏନ୍ସର ପ୍ରେମିକା ପ୍ରିୟା ସିଂଙ୍କ ଉପରେ କାର ଚଢାଇ ହତ୍ୟା କରିବା ଚେଷ୍ଟାର ଅଭିଯୋଗ ଲାଗିଛି । ଅଶ୍ୱଜିତ୍ ବିଜେପି ଯୁବ ମୋର୍ଚ୍ଚାର ଅଧ୍ୟକ୍ଷ ରୂପେ କାର୍ଯ୍ୟ କରୁଛନ୍ତି । ତେବେ ପ୍ରିୟା ପୋଲିସର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇବା ପରେ ପୋଲିସ ବିଭାଗ ଏନେଇ ତତ୍ପରତା ପ୍ରକାଶ କରିଛି ।

ରବିବାର ପ୍ରିୟା ପୁଲିସର କାର୍ଯ୍ୟଶୈଳୀ ଉପରେ ଅଭିଯୋଗ ଆଣିଥିଲେ । କିଛି ପୁଲିସ କର୍ମୀ ହସ୍ପିଟାଲରେ ପହଞ୍ଚି ତାଙ୍କ ସମ୍ପର୍କୀ;ୟଙ୍କ ଅନୁପସ୍ଥିତିରେ କିଛି ପେପରରେ ତାଙ୍କ ଦସ୍ତଖତ ନେବାକୁ ଚାହିଁଥିଲେ କିନ୍ତୁ ପ୍ରିୟା ମନା କରିବାରେ ସେମାନେ ରାଗିଯାଇଥିଲେ । ଏହା ସେ ଇନଷ୍ଟାରେ ପୋଷ୍ଟ କରିବା ପରେ ପୋଲିସ ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହାସହ ଅଭିଯୁକ୍ତଙ୍କ ଉପରେ ଧାରା ୩୦୭ ଲଗାଯାଇ ସେମାନଙ୍କ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ପ୍ରିୟା ।
ତେବେ ମହାରାଷ୍ଟ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ତାଙ୍କ ପୂର୍ଣ୍ଣ ଭରଷା ରହିଛି । ଏବେ ତାଙ୍କୁ ଉଚିତ ନ୍ୟାୟ ମିଳିବ ବୋଲି କହିଛନ୍ତି ପୀଡିତା ପ୍ରିୟା ସିଂ ।

The post ଇନଫ୍ଲୁଏନ୍ସର ପ୍ରିୟା ସିଂଙ୍କ ଉପରେ ଗାଡି ଚଢାଇଦେଇଥିବା ଅଭିଯୁକ୍ତ ଅଶ୍ୱଜିତ୍ ଗିରଫ । ଲ୍ୟାଣ୍ଡ ରୋଭର ଗାଡି ମଧ୍ୟ ଜବତ । first appeared on Kanak News.



from Kanak News https://ift.tt/B0Jauj9 https://ift.tt/nU3bul1
ଇନଫ୍ଲୁଏନ୍ସର ପ୍ରିୟା ସିଂଙ୍କ ଉପରେ ଗାଡି ଚଢାଇଦେଇଥିବା ଅଭିଯୁକ୍ତ ଅଶ୍ୱଜିତ୍ ଗିରଫ । ଲ୍ୟାଣ୍ଡ ରୋଭର ଗାଡି ମଧ୍ୟ ଜବତ । Kanak News ଇନଫ୍ଲୁଏନ୍ସର ପ୍ରିୟା ସିଂଙ୍କ ଉପରେ ଗାଡି ଚଢାଇଦେଇଥିବା  ଅଭିଯୁକ୍ତ ଅଶ୍ୱଜିତ୍ ଗିରଫ । ଲ୍ୟାଣ୍ଡ ରୋଭର ଗାଡି ମଧ୍ୟ ଜବତ । Kanak News Reviewed by SUBHENDU BARAL on December 17, 2023 Rating: 5

No comments:

Powered by Blogger.