ବାଣଫୁଟା ପାଲଟିଲା କାଳ, ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଅଘଟଣ Swadesi Megha Mallhar Prusty

ଦୀପାବଳି ପାଳନ ଅବସରରେ ଦୁର୍ଘଟଣା । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବାଣ ଫୁଟାଇବା ବେଳେ ଅନେକ ଦୁର୍ଘଟଣା ଦେଖିବାକୁ ମିଳିଛି । ରାଜଧାନୀରେ ମଧ୍ୟ ବାଣ ଫୁଟେଇବା ବେଳେ ଅନେକ ସ୍ଥାନରେ ଛୋଟ ବଡ଼ ଅଘଟଣ ଦେଖିବାକୁ ମିଳିଛି ।

କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଆହତ ଚିକିତ୍ସା ପାଇଁ ଆସିଛନ୍ତି । କାହାର ହାତ ଫାଟିଛି ତ ଆଉ କିଏ ନିଆଁରେ ପୋଡ଼ି ହୋଇଛନ୍ତି । ଛୋଟରୁ ବଡ଼, ମହିଳାଙ୍କ ଠାରୁ ଆରମ୍ଭ କରି ପୁରୁଷ ଅନେକ ଆହତ ହୋଇଛନ୍ତି । ତେବେ କ୍ୟାପିଟାଲ ହସ୍ପିଟାଲର ସ୍ୱତନ୍ତ୍ର ଟିମ ତାଙ୍କର ଚିକିତ୍ସା କରୁଥିବା ଜଣା ପଡ଼ିଛି ।

ଅନ୍ୟପଟେ ବାଣ ଫୁଟାକୁ ନେଇ ସମ୍ବଲପୁରରେ ବଡ଼ ଧରଣର ଦୁର୍ଘଟଣା ଘଟି ଯାଇଛି । ଦୀପାବଳି ପାଳନ ବେଳେ ରକେଟ ବାଣରୁ ଆପାର୍ଟମେଣ୍ଟରେ ଲାଗିଲା ନିଆଁ । ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ସହର କ୍ଷେତରାଜପୁରର ଶ୍ୟାମ ବାଟିକା ଆପାର୍ଟମେଣ୍ଟର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା ।

ସୌଭାଗ୍ୟ ବଶତଃ ଫ୍ଲାଟରେ କେହି ନଥିବାରୁ ମୃତାହତର ଖବର ନାହିଁ । ଅଗ୍ନିକାଣ୍ଡର ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଆପାର୍ଟମେଣ୍ଟ ନିଆଁରୁ ପାଖରେ ଥିବା ଏକ ଅଳିଆଗଦା ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି ।

ନୂଆପଡ଼ା ଜିଲ୍ଲା ସିନାପାଲିରେ ବାଣ ନିଆଁ ଲାଗି ପୋଡ଼ିଗଲା ଘର । ସିନାପାଲି ସନ୍ତୋଷୀ ମନ୍ଦିର ପଡାରେ ରହୁଥିବା ଜମିର ଖାନଙ୍କ ଘରେ ନିଆଁ ଲାଗି ଯାଇଛି । ଫଳରେ ଲକ୍ଷାଧିକ ଟଙ୍କାର କପା ଓ ଘରର ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇଁ ସିନାପାଲି ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଜମିର ଖାନ ଦୀର୍ଘ ୨୦ ବର୍ଷ ହେବ ବିହାରରୁ ଆସି ସିନାପାଲିରେ ଗଦି ବ୍ୟବସାୟ କରୁଥିଲେ । ତେବେ ନିଆଁରେ ସର୍ବସ୍ବ ହରାଇବା ପରେ ପ୍ରଶାସନ ପକ୍ଷରୁ ସହାୟତା ଦେବାକୁ ଦାବି ହୋଇଛି ।

ଏହା ସହ ଯାଜପୁର ସାଦକପୁର ଓ ବ୍ୟାସନଗର ଅଞ୍ଚଳରେ ବାଣ ଫୁଟାଇବା ବେଳେ ଜଣେ ମହିଳା ଓ ୨ଶିଶୁଙ୍କ ସମେତ ୪ ଆହତ ହୋଇଛନ୍ତି । ଆହତମାନଙ୍କୁ ଯାଜପୁର ରୋଡ଼ ମେଡ଼ିକାଲରେ ଚିକିତ୍ସା ପରେ ଛାଡି ଦିଆଯାଇଛି । ସେପଟେ ବ୍ୟାସନଗର ପୌରାଞ୍ଚଳର ଦଳା ଓଭରବ୍ରିଜ୍ ନିକଟ ଆଦିବାସୀ ବସ୍ତିରେ ନିଆଁ ଲାଗି ୨ଟି ଘର ଜଳି ଯାଇଛି । ବାଣ ନିଆଁ ଘର ଉପରେ ପଡିବାରୁ ହଠାତ ନିଆଁ ଲାଗିଯାଇଥିଲା । ତେବେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।



from Latest Odisha News, Breaking News Today | Top Updates on Corona - OTV News https://ift.tt/cDXN2Cq
ବାଣଫୁଟା ପାଲଟିଲା କାଳ, ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଅଘଟଣ Swadesi Megha Mallhar Prusty ବାଣଫୁଟା ପାଲଟିଲା କାଳ, ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଅଘଟଣ Swadesi Megha Mallhar Prusty Reviewed by SUBHENDU BARAL on November 12, 2023 Rating: 5

No comments:

Powered by Blogger.