ଘାଟିରେ ପୁଣି ଆତଙ୍କୀ ଆକ୍ରମଣ; ସିଆରପିଏଫ ବସ୍‌ ଉପରକୁ ହେଲା ଗ୍ରେନେଡ୍‌ ମାଡ଼

ଶ୍ରୀନଗର ୨୬/୦୪ : ସମସ୍ତ ସୁରକ୍ଷା ବନ୍ଦୋବସ୍ତ ସତ୍ତ୍ୱେ ମଧ୍ୟ ଜାମ୍ମୁକାଶ୍ମୀର ଘାଟିରେ ଆତଙ୍କୀ ଆକ୍ରମଣ ଥମିବାର ନାଁ ନେଉନି। ମଙ୍ଗଳବାର ଆତଙ୍କବାଦୀମାନେ କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବଳ(ସିଆରପିଏଫ)ର ଏକ ବସ୍‌ ଉପରେ ଗ୍ରେନେଡ ଆକ୍ରମଣ କରିଛନ୍ତି। ଜାମ୍ମୁକାଶ୍ମୀର୍‌ର କୁଲଗାମ ଜିଲ୍ଲାରେ ସିଆରପିଏଫର ଏକ ବସ୍‌ ଯବାନମାଙ୍କୁ ନେଇ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଛି। କୁଲଗାମ ପାଖରେ ବରାଜଲୁ ଅଞ୍ଚଳରେ ଆତଙ୍କବାଦୀମାନେ ଏପରି କାଣ୍ଡ ଭିଆଇଛନ୍ତି। ସୌଭାଗ୍ୟ ବଶତଃ ଗ୍ରେନଡ୍‌ଟି ସଠିକ ଲକ୍ଷ୍ୟ ସ୍ଥଳରେ ନପଡ଼ି ରାସ୍ତାରେ ପଡ଼ିଥିଲା ଫଳରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଏଥିରେ କୌଣସି ଯବାନ ଆହତ ହୋଇନାହାନ୍ତି। ୪ ଦିନ ପୂର୍ବରୁ ଜାମ୍ମୁ କାଶ୍ମୀର୍‌ର ଚଟ୍ଠା କ୍ୟାମ୍ପ ପାଖରେ ଆତଙ୍କବାଦୀମାନେ ସିଆରପିଏଫ ବସ୍‌କୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ଜଣେ ସିଆରପିଏଫ ଏଏସଆଇ ଶହୀଦ ହୋଇଥିବା ବେଳେ ୪ ଜଣ ଯବାନ ଗୁରୁତର ହୋଇଥିଲେ।  

ସୁଞ୍ଜୱା ଅଞ୍ଚଳରେ ଆତଙ୍କବାଦୀମାନେ ସକାଳ ପାଖାପାଖି ୪ଟା ସମୟରେ ସିଆରପିଏଫ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ସିଆରପିଏଫ ଯବାନଙ୍କର ଜବାବି କାର୍ଯ୍ୟାନୁଷ୍ଠାନରେ ଆତଙ୍କୀମାନେ ନିପାତ ହୋଇଥିଲେ। ଗତ ଗୋଟିଏ ମାସ ହେଲା ଘାଟିରେ ଆତଙ୍କୀ ଆକ୍ରମଣ ଦୃତଗତିରେ ବଢିବାରେ ଲାଗିଛି । ପ୍ରତ୍ୟକ ବର୍ଷ ରମଜାନ ମାସରେ  ଘାଟିରେ ଆତଙ୍କୀ ଆକ୍ରମଣ ବଢ଼ି ଯାଇଥାଏ। ଏହା ମଧ୍ୟରେ ଅନେକ କୁକ୍ଷାତ ଆତଙ୍କବାଦୀ ସାମ୍ନାକୁ ଆସନ୍ତି ଓ ସେନାଙ୍କ ଗୁଳିର ଠିକଣା ହୁଅନ୍ତି।

କିଛିଦିନ ତଳେ ସୁରକ୍ଷାକର୍ମୀମାନେ ଲସ୍କର-ଇ-ତୋଇବାର କୁକ୍ଷାତ ଆତଙ୍କବାଦୀ ୟୁସୁଫ କନ୍ତରୁକୁ ମାରି ସଫା କରି ଦେଇଥିଲେ। କନ୍ତରୁ ମୁଣ୍ଡ ପାଇଁ ୧୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। କନ୍ତରୁ ସହିତ ସୁରକ୍ଷାକର୍ମୀମାନେ ଅନ୍ୟ ୪ଜଣ ଆତଙ୍କବାଦୀଙ୍କୁ ମଧ୍ୟ ମାରି ଦେଇଥିଲେ। ୟୁସୁଫ କନ୍ତରୁକୁ ଲସ୍କର-ଇ- ତୋଇବାର ଶିର୍ଷ କମାଣ୍ଡର ଥିଲା। ଯାହା ନାଁରେ ଜାମ୍ମୁ କାଶ୍ମୀର ଘାଟିରେ ୧୨ଟି ଆତଙ୍କୀ ଆକ୍ରମଣର ଅଭିଯୋଗ ରହିଥିଲା।



from Prameya News7 https://ift.tt/7qaloXe
ଘାଟିରେ ପୁଣି ଆତଙ୍କୀ ଆକ୍ରମଣ; ସିଆରପିଏଫ ବସ୍‌ ଉପରକୁ ହେଲା ଗ୍ରେନେଡ୍‌ ମାଡ଼ ଘାଟିରେ ପୁଣି ଆତଙ୍କୀ ଆକ୍ରମଣ; ସିଆରପିଏଫ ବସ୍‌ ଉପରକୁ ହେଲା ଗ୍ରେନେଡ୍‌ ମାଡ଼ Reviewed by SUBHENDU BARAL on April 26, 2022 Rating: 5

No comments:

Powered by Blogger.