ଓଡିଶାର ଖୁଚୁରା ମୁଦ୍ରାସ୍ପୀତି ଜାତୀୟ ହାରଠୁ ଅଧିକ । ଦେଶରେ ୪.୮୭ ମୁଦ୍ରାସ୍ପୀତି ବେଳେ ଓଡିଶାରେ ରହିଛି ୬.୪୭ ପ୍ରତିଶତ Kanak News

କନକ ବ୍ୟୁରୋ : ଦିଲ୍ଲୀ, ଗୁଜରାଟ ତୁଳନାରେ ଓଡିଶାବାସୀଙ୍କ ପକେଟ ଉପରେ ଅଧିକ ବୋଝ । କାରଣ ଏଠାରେ ରହୁଥିବା ଲୋକେ ଯେଉଁ ଦରରେ ପରିବା କିମ୍ବା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ କିଣୁଛନ୍ତି ତାହା ଦେଶରେ ସର୍ବାଧିକ ଦର ରହିଛି । କେନ୍ଦ୍ର ସରକାର ଅକ୍ଟୋବର ମାସର ମୁଦ୍ରାସ୍ପୀତି ଦର ପ୍ରକାଶ କରିଛନ୍ତି । ଯେଉଁଥିରେ ଜାତୀୟ ହାର ୪.୮୭ ପ୍ରତିଶତ ରହିଛି । ହେଲେ ଓଡିଶାରେ ଏହି ହାର ୬.୪୭ ପ୍ରତିଶତ ରହିଛି । ସହରାଞ୍ଚଳରେ ୬.୯୬ ପ୍ରତିଶତ ଖୁଚୁରା ମୁଦ୍ରାସ୍ପୀତି ରହିଥିବା ବେଳେ ଗ୍ରାମାଂଚଳରେ ଏହା ୬.୨୮ ପ୍ରତିଶତ ରହିଛି ।
ତେବେ ଓଡିଶା ପଛକୁ ୬.୨୫ ପ୍ରତିଶତ ସହ ରାଜସ୍ଥାନ, ୬.୦୨ ପ୍ରତିଶତ ସହ ହରିୟାଣା ଆଦି ରାଜ୍ୟ ରହିଛି । ଦିଲ୍ଲୀରେ ତ ଏହି ହାର ୨.୪୪ ପ୍ରତିଶତ ରହିଛି । ତେଣୁ ଆପଣ ଅନୁମାନ କରିପାରୁଥିବେ ଆପଣ କେତେ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ଖାଦ୍ୟ ସାମଗ୍ରୀ କିଣିବାରେ । ବଜାରରେ ଏବେ ଆଳୁ, ପିଆଜ ଦର ଉଚା ରହିଛି । ଆଳୁ କେଜି ୨୦ ଟଙ୍କା ଥିବା ବେଳେ, ଟମାଟୋ ୪୦ ଟଙ୍କା, ବାଇଗଣ କେଜି ୩୦ରୁ ୪୦ ଟଙ୍କା, ଟଙ୍କା । ସେହିପରି ଡାଲି, ପିଆଜ ଦର କଥା ନକହିବା ଭଲ । କାର୍ତିକ ମାସ ଚାଲିଛି । ଏହି ସମୟରେ ବିଭିନ୍ନ ଖାଦ୍ୟ ସାମଗ୍ରୀର ଦର ଦାମ ବୃଦ୍ଧି ହାଣ୍ଡିଶାଳ ଉପରେ ବଡ ପ୍ରଭାବ ପକାଇଛି ।
The post ଓଡିଶାର ଖୁଚୁରା ମୁଦ୍ରାସ୍ପୀତି ଜାତୀୟ ହାରଠୁ ଅଧିକ । ଦେଶରେ ୪.୮୭ ମୁଦ୍ରାସ୍ପୀତି ବେଳେ ଓଡିଶାରେ ରହିଛି ୬.୪୭ ପ୍ରତିଶତ first appeared on Kanak News.
from Kanak News https://ift.tt/l7yQsXa https://ift.tt/MASVPOb
No comments: