2024 Prediction: ଭୟଙ୍କର ଭବିଷ୍ୟବାଣୀ; ହେବ ତୃତୀୟ ବିଶ୍ୱଯୁଦ୍ଧ, ଆସିବ ବଡ଼ ଭୂକମ୍ପ Pramod Behera

୨୦୨୪ ଆରମ୍ଭ ହେବାକୁ ପ୍ରାୟ ଦେଢ ମାସ ବାକି ଅଛି। ଲୋକଙ୍କ ମନରେ ପ୍ରଶ୍ନ ହେଉଛି ଆଗାମୀ ବର୍ଷ କିପରି ହେବ? ଏହି ସମୟରେ, ୨୦୨୪ ପାଇଁ କିଛି ଭବିଷ୍ୟବାଣୀ ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ଭୟାନକ। ବର୍ତ୍ତମାନ, ନୂଆ ନୋଷ୍ଟ୍ରାଡମସ୍ ନାମକ ଜଣେ ଭବିଷ୍ୟବକ୍ତା ୨୦୨୪ ବର୍ଷ ବିଷୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ କରିଛନ୍ତି। ତାଙ୍କ ନାମ କ୍ରେଗ୍‌ ହାମିଲ୍‌ଟନ୍ ପାର୍କର, ଯିଏ ଆଗାମୀ ବର୍ଷ ପାଇଁ କେତେକ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି।

କ୍ରେଗ୍ ହାମିଲ୍‌ଟନ୍ ପାର୍କର ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଆସନ୍ତା ବର୍ଷ ପାଇଁ ପୂର୍ବାନୁମାନ କରିଛନ୍ତି। ୨୦୨୪ ମସିହାରେ ତୃତୀୟ ବିଶ୍ୱଯୁଦ୍ଧ ହେବ ବୋଲି ସେ କହିଛନ୍ତି। ଏକ ବିମାନ ଦୁର୍ଘଟଣା ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ କରିବ ବୋଲି ସେ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କ୍ରେଗ୍‌ ହାମିଲଟନ୍ ବ୍ରିଟେନର ରାଣୀ ଏଲିଜାବେଥ୍-୨ଙ୍କ ଦେହାନ୍ତ ହେବାର ସଠିକ୍ ପୂର୍ବାନୁମାନ କରିଥିଲେ। ଏହା ପରେ ଲୋକମାନେ କ୍ରେଗ୍‌ଙ୍କୁ ନୂତନ ଯୁଗର ନୋଷ୍ଟ୍ରାଡମସ୍ ବୋଲି କହିବା ଆରମ୍ଭ କରିଛନ୍ତି।

ସେ ତାଙ୍କ ଭବିଷ୍ୟବାଣୀରେ ଅନେକ ପ୍ରସଙ୍ଗ ବିଷୟରେ ପୂର୍ବାନୁମାନ କରିଛନ୍ତି। ସେ ତାଙ୍କ ଭବିଷ୍ୟବାଣୀରେ ଆମେରିକାର ରାଜନୀତି ବିଷୟରେ ମଧ୍ୟ କହିଛନ୍ତି। ଏଥିମଧ୍ୟରେ ଆମେରିକାରେ କ୍ଷମତାର କ୍ଷତିକୁ ମଧ୍ୟ ସେ ପୂର୍ବାନୁମାନ କରିଛନ୍ତି।

ଆମେରିକାରେ ହେବ ଅନ୍ଧକାର:

ଆମେରିକାରେ ବିଦ୍ୟୁତ୍ ଅଭାବ ଏବଂ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ହେବାର ଆଶଙ୍କା ରହିଛି ବୋଲି କ୍ରେଗ୍ ତାଙ୍କ ଭବିଷ୍ୟବାଣୀରେ କହିଛନ୍ତି। ବିଶେଷ କରି କାଲିଫର୍ନିଆ ଏବଂ ଟେକ୍ସାସରେ ଏକ ବଡ଼ ବ୍ଲାକଆଉଟ୍ ହେବ ବୋଲି ସେ କହିଛନ୍ତି। ଏହି ଦୁଇଟି ସ୍ଥାନରେ ପ୍ରଚୁର ପରିମାଣରେ ତେଲ ଗଚ୍ଛିତ ଅଛି। ସେ କହିଛନ୍ତି ଯେ “ମୁଁ ଏହାକୁ ମୌଳିକ ଭିତ୍ତିଭୂମି କ୍ଷତି ବୋଲି ଦେଖୁଛି। କିଛି ପାଣିପାଗ ଘଟଣା କିମ୍ବା ଝଡ଼ ଯୋଗୁଁ ଏହା ଘଟିବ।”

ଆସିବ ବଡ଼ ଭୂକମ୍ପ:

ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୪ମସିହାରେ ଆମେରିକାରେ କିଛି ଭୟଙ୍କର ଭୂକମ୍ପ ଘଟିବ, ଯାହା ପଶ୍ଚିମ ଉପକୂଳ ପର୍ଯ୍ୟନ୍ତ ସବୁକିଛି ନଷ୍ଟ କରିଦେବ। ଗୋଟିଏ ଝଟ୍‌କାରେ ବହୁତ ବଡ କ୍ଷତି ହେବ। ସୂଚନାଯୋଗ୍ୟ ଯେ ମୂଳ ନୋଷ୍ଟ୍ରାଡମସ୍ ଫ୍ରାନ୍ସର ଷୋଡଶ ଶତାବ୍ଦୀର ଭବିଷ୍ୟ‌ବକ୍ତା ଥିଲେ, ଯାହାଙ୍କର ଅନେକ ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ସତ୍ୟ ବୋଲି ପ୍ରମାଣିତ ହୋଇଛି।

ଏହାପୂର୍ବରୁ ବାବା ଭେଙ୍ଗା ଏବଂ ଫ୍ରାନ୍ସର ଭବିଷ୍ୟ‌ବକ୍ତା ନୋଷ୍ଟ୍ରାଡମସଙ୍କ ଭବିଷ୍ୟବାଣୀ ଆଲୋଚନାରେ ଅଛି। ୨୦୨୪ ମସିହାରେ ବାବା ଭେଙ୍ଗା ଋଷ ବିଷୟରେ ଭବିଷ୍ୟବାଣୀ କରିଥିଲେ। ଋଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜଣେ ଦେଶବାସୀଙ୍କ ଦ୍ୱାରା ହତ୍ୟା ଉଦ୍ୟମର କଥା ସେ କହିଥିଲେ।

ଆମେରିକାରେ ହେବ ଗୃହଯୁଦ୍ଧ:

ଫ୍ରାନ୍ସର ମୂଳ ଭବିଷ୍ୟବକ୍ତା ନୋଷ୍ଟ୍ରାଡମସ୍ ଆସନ୍ତା ୨୦୨୪ ପାଇଁ ଅନେକ ଭୟାନକ ଭବିଷ୍ୟବାଣୀ କରିଥିଲେ। ସେ ନିଜ ଭବିଷ୍ୟବାଣୀରେ ଆମେରିକାରେ ଗୃହଯୁଦ୍ଧ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଥିଲେ ଯେ ୨୦୨୪ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ଅସ୍ଥିରତା ଏବଂ ଗୃହଯୁଦ୍ଧର କାରଣ ହୋଇପାରେ।

ଏହା ବ୍ୟତୀତ ନୋଷ୍ଟ୍ରାଡମସ୍‌ଙ୍କ ପୂର୍ବାନୁମାନ ଅନୁଯାୟୀ ଚୀନ୍ ଅନେକ ଦେଶ ସହିତ ଯୁଦ୍ଧ କରିପାରେ। ସବୁଠାରୁ ବଡ କଥା ହେଉଛି ଏଥିରେ ଆମେରିକୀୟମାନେ ମଧ୍ୟ ଅନ୍ତର୍ଭୁକ୍ତ ହେବେ। ନୋଷ୍ଟ୍ରାଡମସ୍‌ଙ୍କ ଅନୁଯାୟୀ ଚୀନ୍ ଏହାର ନୌସେନା ଶକ୍ତି ସାହାଯ୍ୟରେ ଆମେରିକାକୁ ଭୟଭୀତ କରିବାକୁ ଚେଷ୍ଟା କରିବ।



from Latest Odisha News, Breaking News Today | Top Updates on Corona - OTV News https://ift.tt/HBT1RIj
2024 Prediction: ଭୟଙ୍କର ଭବିଷ୍ୟବାଣୀ; ହେବ ତୃତୀୟ ବିଶ୍ୱଯୁଦ୍ଧ, ଆସିବ ବଡ଼ ଭୂକମ୍ପ Pramod Behera 2024 Prediction: ଭୟଙ୍କର ଭବିଷ୍ୟବାଣୀ; ହେବ ତୃତୀୟ ବିଶ୍ୱଯୁଦ୍ଧ, ଆସିବ ବଡ଼ ଭୂକମ୍ପ Pramod Behera Reviewed by SUBHENDU BARAL on November 12, 2023 Rating: 5

No comments:

Powered by Blogger.