ମଧ୍ୟପ୍ରଦେଶ ସିଦ୍ଧି ପରେ ୟୁପି ମିରଟରେ ବି ପରିଶ୍ରାକାଣ୍ଡ, ଅମାନବୀୟ କାଣ୍ଡ ଭିଆଇ ଭିଡ଼ିଓକୁ ଭାଇରାଲ କଲେ ୭ ଅଭିଯୁକ୍ତ Santosh Kumar Sahoo
ମଧ୍ୟପ୍ରଦେଶ ସିଦ୍ଧି ପରେ ଉତ୍ତରପ୍ରଦେଶର ମିରଟରେ ପରିଶ୍ରାକାଣ୍ଡ। ଅପହରଣ ପରେ ଯୁକ୍ତ ଦୁଇ ପଢୁଆ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଶରୀର ଉପରେ ପରିଶ୍ରା କରିଥିବା ଅଭିଯୋଗ ହୋଇଛି। କେବଳ ପରିଶ୍ରା ନୁହଁ, ଭିଡିଓ ବନେଇ ଭାଇରାଲ ବି କରିଛନ୍ତି ୭ ଜଣ ଦୁର୍ବୃତ୍ତ। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ୭ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ଅଭି ଶର୍ମା, ଅଭିଶେକ ମଲ୍ଲିକ, ରାଜନ ଏବଂ ମୋହିତ ଠାକୁର। ଗିରଫ ଅଭିଯୁକ୍ତ ହେଲା ଆଶିଷ ମଲ୍ଲିକ।
ଗତ ୩ ତାରିଖରେ ଏହି ଘଟଣା ଘଟିଥିଲା। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ସେନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଅଭିଯୁକ୍ତଙ୍କ ମଧ୍ୟରୁ କେତେଜଣ ସଂପୃକ୍ତ ଯୁକ୍ତ ଦୁଇ ପଢ଼ୁଆ ଛାତ୍ରଙ୍କ ସାଙ୍ଗ ବୋଲି କୁହାଯାଉଛି। କିନ୍ତୁ ପରିବାର ଲୋକେ କହିଛନ୍ତି, ସାଙ୍ଗମାନଙ୍କ ମଧ୍ୟରେ ସେଭଳି କୌଣସି ବିବାଦ ନ ଥିଲା। ତେବେ ପୋଲିସ ଘଟଣାର ଖୋଳତାଡ଼ ଜାରି ରଖିଛି।
from Latest Odisha News, Breaking News Today | Top Updates on Corona - OTV News https://ift.tt/nWmD1Gl
ମଧ୍ୟପ୍ରଦେଶ ସିଦ୍ଧି ପରେ ୟୁପି ମିରଟରେ ବି ପରିଶ୍ରାକାଣ୍ଡ, ଅମାନବୀୟ କାଣ୍ଡ ଭିଆଇ ଭିଡ଼ିଓକୁ ଭାଇରାଲ କଲେ ୭ ଅଭିଯୁକ୍ତ Santosh Kumar Sahoo
Reviewed by SUBHENDU BARAL
on
November 26, 2023
Rating:
No comments: