ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ତରଣ ଓ ଗଜଭୋଗ । ସେପଟେ ପ୍ରସାଦ ପାଇ ବ୍ରତ ଉଦଯାପନ କଲେ ବ୍ରତଧାରୀ । Kanak News

କନକ ବ୍ୟୁରୋ: ପଞ୍ଚକ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ସନ୍ଧିକ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ଓ ତରଣ । ସକାଳୁ ସକାଳୁ ବ୍ୟାରିକେଡ ଦେଇ ଲମ୍ବାଧାଡିରେ ଆସି ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ବଡ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଗଜଭୋଗ ଓ ତରଣ ପାଇବା ପରେ ବ୍ରତ ଉଦଯାପନ କରିଛନ୍ତି ।

ଗତକାଲି ବିଳମ୍ବିତ ରାତି ୨ଟାରେ ଦ୍ୱାର ଫିଟା ଯାଇ ମଙ୍ଗଳାଆଳତୀ କରାଯିବ ସହ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ମଇଲମ, ଆଦି ନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଛଡାଯାଇଥିଲା । ମଧ୍ୟ ରାତ୍ରରେ ଗଜଭୋଗ ପାଇବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ରାତି ତମାମ ଉଜାଗର ରହି ଅପେକ୍ଷା କରିଥିଲେ । ଭୋରରୁ ବାବା ଧବଳେଶ୍ୱରଙ୍କୁ ଯୋଗୀ ବେଶରେ ଦର୍ଶନ କରିବା ସହ ପ୍ରସିଦ୍ଧ ଗଜଭୋଗ ଓ ତରଣ ପ୍ରସାଦ ପାଇଛନ୍ତି । ସେପଟେ ଶ୍ରଦ୍ଧାଳୁଙ୍କୁ ପାଇଁ ବସାଘର ଆଗରେ ପ୍ରସାଦ ବିକ୍ରିର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

The post ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ତରଣ ଓ ଗଜଭୋଗ । ସେପଟେ ପ୍ରସାଦ ପାଇ ବ୍ରତ ଉଦଯାପନ କଲେ ବ୍ରତଧାରୀ । first appeared on Kanak News.



from Kanak News https://ift.tt/1WtVI3m https://ift.tt/aJMZUS2
ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ତରଣ ଓ ଗଜଭୋଗ । ସେପଟେ ପ୍ରସାଦ ପାଇ ବ୍ରତ ଉଦଯାପନ କଲେ ବ୍ରତଧାରୀ । Kanak News ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ତରଣ ଓ ଗଜଭୋଗ । ସେପଟେ ପ୍ରସାଦ ପାଇ ବ୍ରତ ଉଦଯାପନ କଲେ ବ୍ରତଧାରୀ । Kanak News Reviewed by SUBHENDU BARAL on November 25, 2023 Rating: 5

No comments:

Powered by Blogger.