ଭୋଟ୍‌ ପୂର୍ବରୁ ଅଡ଼ୁଆରେ ଭୂପେଶ; ବେଟିଂ ଆପ୍‌ରୁ ନେଇଛନ୍ତି ୫୦୮ କୋଟି ଟଙ୍କା ! Manoranjan Behera

ଇଡି ସ୍କାନରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ଛତିଶଗଡ଼ ବିଧାନସଭା ନିର୍ବାଚନକୁ ମଝିରେ ଆଉ ମାତ୍ର ଦୁଇ ଦିନ ଥିବା ବେଳେ ମହାଦେବ ବେଟିଂ ଆପ୍ ମାମଲାରେ ସେ ଇଡି ନଜରକୁ ଆସିଛନ୍ତି। ଇଡିର ସୂଚନା ଅନୁସାରେ- ଜଣେ ବ୍ୟକ୍ତିକୁ ୫ କୋଟି ଟଙ୍କା ସହିତ କିଛି ଦିନ ତଳେ ଗିରଫ କରାଯାଇଥିଲା। ସେହି ବ୍ୟକ୍ତିର କହିବା ଅନୁସାରେ ବଘେଲଙ୍କୁ ମହାଦେବ ବେଟିଂ ଆପ୍‌ର ପ୍ରମୋଟର ୫୦୮ କୋଟି ଟଙ୍କା ଦେଇଛନ୍ତି। ତା’ପାଖରୁ ଜବତ ହୋଇଥିବା ୫ କୋଟି ଟଙ୍କା ମଧ୍ୟ ବଘେଲ ନାମକ ଜଣେ ବ୍ୟକ୍ତିଙ୍କୁ ଦେବାର ଥିଲା। ନିର୍ବାଚନରେ ଏହି ଟଙ୍କା ଖର୍ଚ୍ଚ ହେବାର ଥିଲା ବୋଲି ସେହି ବ୍ୟକ୍ତି ଜଣକ କହିଛି। ଗୁରୁବାର ଭିଲାଇରେ ସେହି ବ୍ୟକ୍ତିକୁ ଧରିଥିଲା ଇଡି। ସେ ୟୁଏଇରୁ ଆସିଥିବା ଜଣାପଡ଼ିଛି।

ଗୁଇନ୍ଦା ବିଭାଗ ଠାରୁ ଇଡି ସୂଚନା ପାଇଥିଲା ଯେ ନିର୍ବାଚନ ପୂର୍ବରୁ ମହାଦେବ ଆପର ପ୍ରମୋଟର୍ସ ଛତିଶଗଡ଼କୁ ବିପୁଳ ପରିମାଣର ଟଙ୍କା ପଠାଇଥିଲେ। ଏହାପରେ ଗୁରୁବାର ଇଡି ହୋଟେଲ ତ୍ରିତୋନ ଓ ଭିଲାଇର ଗୋଟିଏ ଠିକଣାରେ ରେଡ କରିଥିଲେ। ଏହି ସମୟରେ ନଗଦ ୫ କୋଟିରୁ ଅଧିକ ଟଙ୍କା ପାଇଥିଲା। ଅସୀମ ଦାସ ନାମକ ଜଣେ ବ୍ୟକ୍ତି ଏହି ପାର୍ସଲ ହୋଇଥିବା ଟଙ୍କାକୁ କ୍ଷମତାସୀନ କଂଗ୍ରେସକୁ ଦେବା ପାଇଁ ସ୍ୱତନ୍ତ୍ର ଭାବେ ୟୁଏଇରୁ ଆସିଥିବା ଇଡି ଦାବି କରିଛି।

ମହାଦେବ ବେଟିଂ ଆପ କୋଟି କୋଟି ଟଙ୍କା ଠକେଇ କରିଥିବା ବେଳେ ଇଡି ଏହାର ତଦନ୍ତ କରୁଛି। ଏହି ଘଟଣାରେ ୪ ଜଣ ଗିରଫ ହୋଇଥିବା ବେଳେ ୪୫୦ କୋଟି ଟଙ୍କା ଜବତ କରିଛି। ସେହିପରି ୧୪ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି। ତଦନ୍ତକାରୀ ସଂସ୍ଥା ଆପ୍‌ର ପ୍ରମୋଟର ସୌରଭ ଚନ୍ଦ୍ରକର ଓ ରବି ଉପ୍ପାଲଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛି। ଏସବୁ ଭିତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନାଁ ସାମ୍ନାକୁ ଆସିଛି। ଆସନ୍ତା ୭ ତାରିଖ ଓ ୧୭ ତାରିଖରେ ଛତିଶଗଡ଼ବାସୀ ଭୋଟ ଦେବେ। ତା’ ପୂର୍ବରୁ ଇଡି ଏପରି ଦାବି କରିଛି।



from Latest Odisha News, Breaking News Today | Top Updates on Corona - OTV News https://ift.tt/zuyO4ke
ଭୋଟ୍‌ ପୂର୍ବରୁ ଅଡ଼ୁଆରେ ଭୂପେଶ; ବେଟିଂ ଆପ୍‌ରୁ ନେଇଛନ୍ତି ୫୦୮ କୋଟି ଟଙ୍କା ! Manoranjan Behera ଭୋଟ୍‌ ପୂର୍ବରୁ ଅଡ଼ୁଆରେ ଭୂପେଶ; ବେଟିଂ ଆପ୍‌ରୁ ନେଇଛନ୍ତି ୫୦୮ କୋଟି ଟଙ୍କା ! Manoranjan Behera Reviewed by SUBHENDU BARAL on November 03, 2023 Rating: 5

No comments:

Powered by Blogger.