ଛତିଶଗଡ଼ ନିର୍ବାଚନ ପ୍ରଚାର ବେଳେ ଜଘନ୍ୟ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ହତ୍ୟା କଲେ ମାଓବାଦୀ Santosh Kumar Sahoo

ଛତିଶଗଡ଼ ବିଧାନସଭା ନିର୍ବାଚନର ମାତ୍ର ୨ ଦିନ ଆଗରୁ ଜଣେ ବିଜେପି ନେତାଙ୍କୁ ହତ୍ୟା । ନିର୍ବାଚନ ପ୍ରଚାର ବେଳେ ମାଓବାଦୀମାନେ ବିଜେପି ନେତା ରତନ ଦୁବେଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ପ୍ରଚାର କରୁଥିବା ବେଳେ ନାରାୟଣପୁର ଜିଲ୍ଲାର କୌଶଲ ନଗରରେ ତାଙ୍କୁ ମାଓବାଦୀମାନେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପୋଲିସ କହିଛି। ଘଟଣାସ୍ଥଳକୁ ପୋଲିସର ଏକ ଟିମ୍ ଯାଇ ତଦନ୍ତ ଆରମ୍ଭ କରିଛି ।

ବିଧାନସଭା ନିର୍ବାଚନ ବର୍ଜନ କରିବାକୁ ଆଗରୁ ମାଓବାଦୀମାନେ ଧମକ ଦେଇଥିଲେ । ଆସନ୍ତା ୭ ତାରିଖରେ ଛତିଶଗଡ଼ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ମାତ୍ର ତା’ର ଦୁଇ ଦିନ ଆଗରୁ ଜଣେ ନେତାଙ୍କୁ ହତ୍ୟା କରି ମାଓବାଦୀମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।



from Latest Odisha News, Breaking News Today | Top Updates on Corona - OTV News https://ift.tt/gePrOV2
ଛତିଶଗଡ଼ ନିର୍ବାଚନ ପ୍ରଚାର ବେଳେ ଜଘନ୍ୟ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ହତ୍ୟା କଲେ ମାଓବାଦୀ Santosh Kumar Sahoo ଛତିଶଗଡ଼ ନିର୍ବାଚନ ପ୍ରଚାର ବେଳେ ଜଘନ୍ୟ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ହତ୍ୟା କଲେ ମାଓବାଦୀ Santosh Kumar Sahoo Reviewed by SUBHENDU BARAL on November 04, 2023 Rating: 5

No comments:

Powered by Blogger.