ନେପାଳରେ ବଡ଼ ଧରଣର ଭୂୂମିକମ୍ପ, ୭୦ରୁ ଅଧିକ ଲୋକ ମୃତ Swadesi Megha Mallhar Prusty

ନେପାଳରେ ପୁଣି ବଡ଼ ଧରଣର ଭୂମିକଂପ । ମଧ୍ୟରାତ୍ରରେ ଆସିଥିବା ଭୂକଂପରେ ୭୦ରୁ ଅଧିକ ଲୋକଙ୍କର ଜୀବନ ଯାଇଛି । ଅନେକ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଗତକାଲି ରାତି ପ୍ରାୟ ୧୧ଟା ୩୨ରେ ଭୂକଂପ ଝଟକା ଅନୁଭୂତ ହୋଇଥିଲା । ନେପାଳ ଏହାର କେନ୍ଦ୍ରସ୍ଥଳ ଥିବା ବେଳେ ଉତ୍ତର ଭାରତରେ ମଧ୍ୟ ଭୂକଂପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୪ । ଭୂକଂପ ପରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜୋରଦାର
କରାଯାଇଛି । ଅନେକ ଲୋକେ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା
ଆଶଙ୍କା କରାଯାଉଛି ।

ଏନେଇ ନେପାଳ ପ୍ରଧାନମନ୍ତ୍ରୀ ସୋସିଆଲ୍ ମିଡିଆ ଏକ୍ସ ଯୋଗେ ନିଜର ଶୋକ ପ୍ରକାଶ କରିଛନ୍ତି। ଭୂକଂପର କେନ୍ଦ୍ରସ୍ଥଳ ନେପାଳରେ ରହିଥିବା ବେଳେ ଉତ୍ତର ଭାରତରେ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ଅଧରାତିରେ ଥରିଥିଲା ଉତ୍ତର ଭାରତ । ଦିଲ୍ଲୀ ଏନସିଆର ସମେତ ନୋଏଡ଼ା, ଗୁରୁଗ୍ରାମ, ୟୁପି ଓ ବିହାରରେ ମଧ୍ୟ ଭୂକଂପ ଝଟକା ଅନୁଭୂତ ହୋଇଛି ।

ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଭୂକଂପର ଝଟକା ଏତେ ଜୋରରେ ଥିଲା ଯେ ଏହାକୁ ବେଶ କିଛି ସମୟ ଲାଗି ଅନୁଭୂତ କରିଥିଲେ ଲୋକେ । ରାତି ପ୍ରାୟ ୧୧ଟା ୩୨ରେ ଭୂକଂପ ଝଟକା ଅନୁଭୂତ ହୋଇଥିଲା । ଏହା ପରେ ଲୋକେ ଘର ଭିତରୁ ବାହାରକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା ।

ଲକ୍ଷ୍ନୌରେ ମଧ୍ୟ ଲୋକେ ଭୂକଂପ ଝଟକା ଅନୁଭବ କରିଛନ୍ତି । ଲୋକେ ଶୋଇବାକୁ ଯାଉଥିବା ବେଳେ ଏହି ଝଟକା ଆସିଥିଲା । ଏହା ପରେ ଲୋକମାନେ ତୁରନ୍ତ ଘରୁ ବାହାରକୁ ଚାଲିଆସିଥିଲେ । ପୁଣି ଥରେ ଝଟକା ଆସିବା ଆଶଙ୍କାରେ ଲୋକେ ଦୀର୍ଘ ସମୟ ଧରି ବାହାରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା ।

ତେବେ ଭୂକଂପ ଯୋଗୁଁ ଭାରତରେ କୌଣସି ପ୍ରକାରର କ୍ଷୟକ୍ଷତିର ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ । ଏହା ପୂର୍ବରୁ ଗତ ଅକ୍ଟୋବର ୨୨ତାରିଖରେ ମଧ୍ୟ ଦିଲ୍ଲୀରେ ଭୂକଂପ ଝଟକା ଆସିଥିଲା । ସେତେବେଳେ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିଲା । ..



from Latest Odisha News, Breaking News Today | Top Updates on Corona - OTV News https://ift.tt/w5cIRLh
ନେପାଳରେ ବଡ଼ ଧରଣର ଭୂୂମିକମ୍ପ, ୭୦ରୁ ଅଧିକ ଲୋକ ମୃତ Swadesi Megha Mallhar Prusty ନେପାଳରେ ବଡ଼ ଧରଣର ଭୂୂମିକମ୍ପ, ୭୦ରୁ ଅଧିକ ଲୋକ ମୃତ Swadesi Megha Mallhar Prusty Reviewed by SUBHENDU BARAL on November 03, 2023 Rating: 5

No comments:

Powered by Blogger.