ଶିଳ୍ପପତି ତଥା ସାହାରା ପ୍ରତିଷ୍ଠାତା ସୁବ୍ରତ ରାୟଙ୍କର ଆଜି (ସୋମବାର) ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ବିଭିନ୍ନ ରୋଗରେ ପୀଡିତ ଥିଲେ। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା । ସେ ଅନେକ କ୍ଷେତ୍ରରେ ନିଜର ସାମ୍ରାଜ୍ୟ ବିସ୍ତାର କରି ନିଜ ଏକ ଜଣାଶୁଣା ଶିଳ୍ପପତି ଭାବରେ ନିଜକୁ ପ୍ରତିଷ୍ଠା କରିଥିଲେ।
ଶିକ୍ଷା, ସ୍ୱାସ୍ଥ୍ୟ, ମନୋରଞ୍ଜନ, ପର୍ଯ୍ୟଟନ, ହୋଟେଲ ବ୍ୟବସାୟ, କ୍ରୀଡ଼ା ଓ ଗଣମାଧ୍ୟମ ଆଦି କ୍ଷେତ୍ରରେ ସେ ପାଦ ଦେଇଥିଲେ। ଅନେକ କ୍ଷତି ସହିବା ପରେ ସୁବ୍ରତ କିଛି ବର୍ଷ ତଳେ ସାହାରା ଏୟାରଲାଇନ୍ସକୁ ବିକ୍ରି କରି ଦେଇଥିଲେ। ପ୍ରକାଶ ଥାଉ କି ଯମାକାରୀଙ୍କ ହଜାର ହଜାର କୋଟି ଟଙ୍କାକୁ ନେଇ ଏବେବି ବିବାଦ ଲାଗି ରହିଛି।
ଏହି ଘଟଣାରେ ସୁବ୍ରତ ରାୟ କୌଣସି ଭୁଲ୍ କରିନଥିବା ଦାବି କରିଥିଲେ। ସୁବ୍ରତ କୋର୍ଟ ଅବମାନନା ଅଭିଯୋଗରେ ୨୦୧୪ରେ ଗିରଫ ହୋଇଥିଲେ। ଦୁଇବର୍ଷ ପରେ ଅର୍ଥାତ ୨୦୧୬ ପରଠାରୁ ସେ ଜାମିନରେ ଥିଲେ ।
ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ୨୦୧୨ ମସିହାରେ, ସୁବ୍ରତଙ୍କ ନାମରେ ଅଭିଯୋଗ ଆଣିଥିଲା | ନିୟମ ନମାନି କରି ଚିଟ୍ ଫଣ୍ଡ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କଠାରୁ ଟଙ୍କା ଜମା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲା ସୁବ୍ରତ। ପରେ ଏହି ମାମଲାରେ ସୁବ୍ରତ ରାୟ ଦୀର୍ଘ ସମୟ ଜେଲରେ ବିତାଇଥିଲେ।
from Latest Odisha News, Breaking News Today | Top Updates on Corona - OTV News https://ift.tt/5ap9Mxk
Reviewed by SUBHENDU BARAL
on
November 14, 2023
Rating:
No comments: