ବିଶ୍ୱକପ୍ ସେମିଫାଇନାଲ୍ ପାଇଁ କାଉଣ୍ଟଡାଉନ । ଆଜି ୱାଙ୍ଖଡେରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲ୍ୟାଣ୍ଡ । Kanak News

କନକ ବ୍ୟୁରୋ: ଆଇସିସି ବିଶ୍ୱକପ୍ର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅପରାହ୍ଣ ୨ଟା ବେଳେ ଖେଳାଯିବ ଏହି ମହାମୁକାବିଲା । ରାଉଣ୍ଡ ରବିନରେ ଲଗାତର ୯ଟି ମ୍ୟାଚ୍ ଜିତି ଅପରାଜେୟ ଥିବା ଟିମ୍ ଇଣ୍ଡିଆ ଧାରା ବଜାୟ ରଖି ଟାଇଟଲ୍ ରାଉଣ୍ଡରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ।
ଅନ୍ୟପଟେ ପୁଣିଥରେ ଭାରତକୁ ସେମିଫାଇନାଲରେ ହରାଇ କ୍ରମାଗତ ତୃତୀୟଥର ବିଶ୍ୱକପ୍ ଫାଇନାଲ୍ ପାଇଁ ଅଣ୍ଟା ଭିଡି କିୱି ଟିମ୍ । ୨୦୧୯ରେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ମହେନ୍ଦ୍ର ସିଂ ଧୋନୀଙ୍କ ସେହି ରନ୍ ଆଉଟ୍ ଭାରତର ସବୁ ଆଶା ଶେଷ କରିଦେଇଥିଲା । ସେହି ଦୁଃଖଦ ବିଦାୟକୁ ଏବେବି ଭୁଲିପାରିନାହାନ୍ତି ଭାରତୀୟ କ୍ରିକେଟ୍ ପ୍ରେମୀ । ଏବେ ପୁଣିଥରେ ଦୁଇ ଦଳ ମୁହାଁମୁହିଁ ହେଉଛନ୍ତି । ଚଳିତ ଟୁର୍ଣ୍ଣାମେଣ୍ଟରେ ଅଧିନାୟକ ରୋହିତ ଶର୍ମା ଭାରତକୁ ପ୍ରତି ମ୍ୟାଚରେ ଭଲ ଷ୍ଟାର୍ଟ ଦେଉଛନ୍ତି । ମିଡଲ୍ ଅର୍ଡରରେ ବିରାଟ୍ କୋହଲି, ଶ୍ରେୟସ ଆୟର ଓ ଲୋକେଶ ରାହୁଲଙ୍କ ବ୍ୟାଟ୍ରୁ ମଧ୍ୟ ଖୁବ୍ ରନ୍ ବର୍ଷୁଛି । ବୋଲିଂ ବିଭାଗରେ ମଧ୍ୟ ଭଲ ସମିଶ୍ରମ ଦେଖିବାକୁ ମିଳିଛି । ମହମ୍ମଦ ଶାମି, ଯଶପ୍ରୀତ ବୁମରା, ମହମ୍ମଦ ସିରାଜଙ୍କୁ ନେଇ ଗଠିନ ପେସ୍ ବ୍ୟାଟେରୀ ସହିତ ସ୍ପିନ୍ର ମଧ୍ୟ ବିରୋଧୀ ଦଳକୁ ନାକେଦମ କରିଛନ୍ତି । ସେପଟେ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଲଗାତର ୪ଟି ମ୍ୟାଚ୍ ଜିତିଥିବା ନ୍ୟୁଜିଲ୍ୟାଣ୍ଡ ପରବର୍ତୀ ୪ଟି ମ୍ୟାଚ୍ ହାରିଯାଇଥିଲା । ତେବେ ଶେଷ ମ୍ୟାଚ୍ରେ ଶ୍ରୀଲଙ୍କାକୁ ହରାଇ ସେମିଫାଇନାଲ୍ ଟିକେଟ୍ କାଟିଥିଲା ନ୍ୟୁଜିଲ୍ୟାଣ୍ଡ । ସେମିରେ ଦଳର ପ୍ରଦର୍ଶନ କ’ଣ ରହୁଛି, ତାହା ଉପରେ ନଜର ରହିବ ।
The post ବିଶ୍ୱକପ୍ ସେମିଫାଇନାଲ୍ ପାଇଁ କାଉଣ୍ଟଡାଉନ । ଆଜି ୱାଙ୍ଖଡେରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲ୍ୟାଣ୍ଡ । first appeared on Kanak News.
from Kanak News https://ift.tt/LN5bivV https://ift.tt/hsJVWed
No comments: