ହିନ୍ଦୁ ଧର୍ମରେ କାର୍ତ୍ତିକ ମାସକୁ ଧର୍ମର ମାସ କୁହାଯାଏ ଆଉ ଏହି ମାସରେ ଧାର୍ମିକ ଭାବନା ନେଇ ଅନେକ ପର୍ବ ପାଳନ କରାଯାଏ। ଏହି ମାସର କୃଷ୍ଣ ପକ୍ଷର ତ୍ରୟୋଦଶ ତୀଥିରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଏ। ଦୀପ ସହ ଜଡିତ ଏହି ପର୍ବକୁ ଖୁବ୍ ଧୂମଧାମରେ ପାଳନ କରାଯାଏ। ଅନ୍ଧକାର ଉପରେ ଆଲୋକର ବିଜୟ ସହିତ ଜଡିତ ଏହି ପର୍ବକୁ ନେଇ ବିଭିନ୍ନ ଧର୍ମରେ ଭିନ୍ନ ବିଶ୍ୱାସ ରହିଛି।
ଉଦାହରଣ ସ୍ୱରୂପ, କେହି କେହି ଏହାକୁ ଶୁଭ ଏବଂ ଲାଭର ଦେବତା ଶ୍ରୀଗଣେଶଙ୍କୁ ଆରାଧନା କରନ୍ତି ତ ଆଉ କେହି ଧନର ଦେବୀ ଲକ୍ଷ୍ମୀଙ୍କ ପୂଜାପାଠ ପାଇଁ ଅଧିକ ଫଳପ୍ରଦ ବୋଲି ବିବେଚନା କରନ୍ତି। ସେହିପରି ଅନ୍ୟ ବିଚାରର ଲୋକେ ଏହାକୁ ନିଜ ଆରାଧ୍ୟ କିମ୍ବା ନିର୍ବାଣ ବା ପୁନର୍ଜନ୍ମର ଖୁସିରେ ପାଳନ କରନ୍ତି। ତେବେ ଆସନ୍ତୁ ଦୀପାବଳି ପର୍ବ ସହିତ ଜଡିତ କିଛି ଧାର୍ମିକ ବିଶ୍ୱାସ ଉପରେ ନଜର ପକେଇବା।
ହିନ୍ଦୁଧର୍ମର ବିଶ୍ୱାସ:
ହିନ୍ଦୁ ଧର୍ମରେ ଦୀପାବଳିକୁ ପାଳନ କରିବା ସହିତ ଅନେକ ପ୍ରକାରର କାହାଣୀ ଏବଂ ବିଶ୍ୱାସ ରହିଛି। ଏସବୁ ମଧ୍ୟରେ ସବୁଠାରୁ ଲୋକପ୍ରିୟ ବିଶ୍ୱାସ ହେଉଛି କାର୍ତ୍ତିକ ମାସର ଅମାବାସ୍ୟାରେ ଲଙ୍କାକୁ ଜିତିବା ପରେ ପ୍ରଭୁ ରାମଚନ୍ଦ୍ର ଅଯୋଧ୍ୟା ସହରକୁ ଫେରିଥିଲେ। ଯାହାଙ୍କ ଆଗମନରେ ଅଯୋଧ୍ୟାବାସୀ ଖୁସି ଘିଅ ଦୀପ ଜାଳି ଭଗବାନ ରାମମକୁ ସ୍ୱାଗତ କରିଥିଲେ।
ଅନ୍ୟଏକ ବିଶ୍ୱାସ ଅନୁଯାୟୀ ସମୁଦ୍ର ମନ୍ଥନରେ ଧନର ଦେବୀ ଲକ୍ଷ୍ମୀ ଏହି ଦିନ ପ୍ରକଟ ହୋଇଥିଲେ। ଦୀପାବଳିକୁ ନେଇ ଆଉ କିଛି ବିଶ୍ୱାସ କରନ୍ତି ଯେ ଏହି ଦିନ ପାଣ୍ଡବ ୧୨ ବର୍ଷ ବନବାସ ପରେ ନିଜ ରାଜ୍ୟକୁ ଫେରି ଆସିଥିବାବେଳେ ଅନ୍ୟ କିଛି ଲୋକ ଏହାକୁ ରାଜା ବିକ୍ରମଦିତ୍ୟଙ୍କ ରାଜ୍ୟାଭିଷେକର ଦିନ ବୋଲି ବିବେଚନା କରନ୍ତି।
ବୌଦ୍ଧଧର୍ମ ବିଚାର:
ଦୀପାବଳିକୁ ନେଇ ବୌଦ୍ଧ ଧର୍ମ ସହିତ ଜଡିତ ଏକ ବିଶ୍ୱାସ ଅଛି ଯେ ଏହି ଦିନ ସେମାନଙ୍କର ଆରାଧ୍ୟ ଭଗବାନ ଗୌତମ ବୁଦ୍ଧ ୧୮ ବର୍ଷ ପରେ ନିଜ ଜନ୍ମସ୍ଥାନ କପିଳବାସ୍ତୁକୁ ଫେରି ଆସିଥିଲେ। ବିଶ୍ୱାସ କରାଯାଏ ଯେ ତାଙ୍କ ଅନୁଗାମୀମାନେ ସେହିଦିନ ଦୀପ ଜାଳି ତାଙ୍କୁ ସ୍ୱାଗତ କରିଥିଲେ। ସେବେଠାରୁ ଏହି ଧର୍ମର ଲୋକମାନେ ଏହି ଦିନ ନିଜ ଘରେ ଦୀପ ଜାଳି ଏହି ପବିତ୍ର ପର୍ବକୁ ପାଳନ କରନ୍ତି।
ଜୈନଧର୍ମର ବିଶ୍ୱାସ:
ଜୈନ ଧର୍ମ ସହ ଜଡିତ ଲୋକମାନେ ବିଶ୍ୱାସ କରନ୍ତି ଯେ ବିହାରର ପାୱାପୁରୀରେ ଦୀପାବଳି ଦିନ ସେମାନଙ୍କର ୨୪ତମ ତିର୍ଥଙ୍କର ଭଗବାନ ମହାବୀର ନିର୍ବାଣ ପ୍ରାପ୍ତି ହୋଇଥିଲେ। ଏହି ଖୁସିରେ, ଏହି ଧର୍ମ ସହିତ ଜଡିତ ଲୋକମାନେ ଦୀପ ଜାଳି ଭଗବାନ ମହାବୀରଙ୍କୁ ପୂଜା କରନ୍ତି। ତେବେ ଏହା ସହ ଲୋକମାନେ ଭଗବାନ ଗଣେଶ, ଲକ୍ଷ୍ମୀ ଏବଂ ମାତା ସରସ୍ୱତୀଙ୍କୁ ମଧ୍ୟ ପୂଜା କରନ୍ତି।
ପଞ୍ଚମହାପର୍ବ:
ଯେଉଁ ଦୀପାବଳିକୁ ଲୋକମାନେ ବର୍ଷସାରା ଅପେକ୍ଷା କରିଥାନ୍ତି, ଏହା କେବଳ ଗୋଟିଏ ନୁହେଁ ବରଂ ୫ଟି ପର୍ବକୁ ନେଇ ଗଠିତ ଏକ ପର୍ବ। ଏଥିରେ ପ୍ରଥମେ ଧନତେରାସ ପଡ଼େ, ଯେଉଁଥିରେ ଭଗବାନ ଧନନ୍ତ୍ୱରୀଙ୍କୁ ପୂଜା କରିବାର ପରମ୍ପରା ଥିବାବେଳେ ଚତୁର୍ଦଶୀ ତିଥିରେ କେତେକ ସ୍ଥାନରେ ଛୋଟ ଦୀପାବଳି ପାଳନ କରିବାର ବିଧି ରହିଛି।
ବିଶ୍ୱାସ କରାଯାଏ ଯେ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ଅସୁର ନରକାସୁରକୁ ହତ୍ୟା କରିଥିଲେ। ସେହିଭଳି ଦୀପାବଳି ଦିନ ଭଗବାନ ଶ୍ରୀଗଣେଶ, ମାତା ଲକ୍ଷ୍ମୀ, କୁବେର ଦେବତା, ମା’ କାଳୀ ଏବଂ ମାତା ସରସ୍ୱତୀଙ୍କୁ ପୂଜା କରିବାର ପରମ୍ପରା ମଧ୍ୟ ରହିଛି। ଚତୁର୍ଥ ଦିନରେ ଗୋବର୍ଦ୍ଧନ ପୂଜା ଏବଂ ପଞ୍ଚମ ଦିନରେ ଭାଇ ଦୂଜ ପାଳନ କରାଯାଏ।
from Latest Odisha News, Breaking News Today | Top Updates on Corona - OTV News https://ift.tt/On0A2va
No comments: