ଆଜି ଦିନ ୧୧ଟା ୪୩ ମିନିଟ୍‌ରେ ହଜି ଯିବ ନିଜ ଛାଇ Rajalaxmi Sahoo

ଆଜି ଭୁବନେଶ୍ୱରରେ ଜିରୋ ସ୍ୟାଡୋ ଡେ’। ଠିକ୍ ଦିନ ୧୧ଟା ୪୩ ମିନିଟ୍‌ରେ ହଜି ଯିବ ନିଜ ଛାଇ। ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ, ବର୍ଷର ୩୬୫ ଦିନ ମଧ୍ୟରୁ ଏଭଳି ୨ ଦିନ ରହିଛି ଯେଉଁ ଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରହିବ। ସେହି ସମୟରେ ଆମ ନିଜ ଛାଇ ଆଉ ଦେଖାଯିବ ନାହିଁ।

ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ରେ ଆଜି ଦିନ ୧୦ ଟା ୩୦ରୁ ଏହି ଶୂନ୍ୟ ଛାୟା ଦିବସର ଅନୁଭୂତି ନେବା ପାଇଁ ବ୍ୟବସ୍ଥା କରାଯାଇଛି। ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ଉପ-ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକଙ୍କ କହିବା ଅନୁସାରେ, ‘ସୂର୍ଯ୍ୟ ଚାରିପଟେ ଯେଉଁ ପୃଥିବୀ ବୁଲୁଛି ତାହା ୨୩ ଡିଗ୍ରୀ ଅଧା କକ୍ଷପଥରେ ଢଳିକି ରହିଛି। ଏଥିପାଇଁ ଆକାଶରେ ସୂର୍ଯ୍ୟ କିଛିଦିନ ଉତ୍ତର ଆଡ଼କୁ ଓ ଆଉ କିଛିଦିନ ଦକ୍ଷିଣ ଆଡ଼କୁ ଗତି କଲାଭଳି ଲାଗେ। ଯାହାକୁ ଉତ୍ତରାୟଣ ଓ ଦକ୍ଷିଣାୟନ କୁହାଯାଏ।’

‘ଉତ୍ତର ଓ ଦକ୍ଷିଣ ପଟକୁ ବିଷୁବ ରେଖାର ଉଭୟ ପଟରେ ଯେଉଁ କର୍କଟ କ୍ରାନ୍ତି ଏବଂ ମକର କ୍ରାନ୍ତି ରହିଛି ସେହି ଭିତରେ ରହୁଥିବା ସବୁ ସ୍ଥାନରେ ବର୍ଷକୁ ଏମିତି ୨ଟି ଦିନ ଆସେ, ଯେତେବେଳେ ମଧ୍ୟାହ୍ନରେ ସୂର୍ଯ୍ୟ ଠିକ୍‌ ମୁଣ୍ଡ ଉପରେ ରୁହେ। ଯଦ୍ୱାରା ସେହି ସ୍ଥାନରେ ଓ ସେହି ସମୟରେ କୌଣସି ଛାଇ ଦେଖାଯାଏ ନାହିଁ। ଯାହାକୁ ଶୂନ୍ୟ ଛାୟା ଦିବସ ଅର୍ଥାତ୍‌ ଜିରୋ ସ୍ୟାଡୋ ଡେ’ କୁହାଯାଏ ବୋଲି ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।



from Latest Odisha News, Breaking News Today | Top Updates on Corona - OTV News https://ift.tt/wKlScvu
ଆଜି ଦିନ ୧୧ଟା ୪୩ ମିନିଟ୍‌ରେ ହଜି ଯିବ ନିଜ ଛାଇ Rajalaxmi Sahoo ଆଜି ଦିନ ୧୧ଟା ୪୩ ମିନିଟ୍‌ରେ ହଜି ଯିବ ନିଜ ଛାଇ Rajalaxmi Sahoo Reviewed by SUBHENDU BARAL on May 20, 2023 Rating: 5

No comments:

Powered by Blogger.