ରାଜ୍ୟ ମନ୍ତ୍ରିମଣ୍ଡଳର ହେବ ପୁନର୍ଗଠନ : ଆଜି ଓଡ଼ିଶା ଆସୁଛନ୍ତି ରାଜ୍ୟପାଳ; କିଏ ହେବେ ନୂଆ ମନ୍ତ୍ରୀ, ଆରମ୍ଭ ହେଲା ଚର୍ଚ୍ଚା Kanak News

କନକ ବ୍ୟୁରୋ : ସୋମବାର ହେବ ମନ୍ତ୍ରୀମଣ୍ଡଳର ପୁର୍ନଗଠନ । ସୋମବାର ସକାଳେ ଲୋକସେବା ଭବନରେ ଏହି ଶପଥଗ୍ରହଣ ଉତ୍ସବ ହେବ । ଏଥିପାଇଁ ରାଜ୍ୟପାଳ ଗଣେଶୀଲାଲ ଆଜି ଭୁବନେଶ୍ୱର ଫେରୁଛନ୍ତି । ଏପଟେ କେଉଁ କେଉଁ ମନ୍ତ୍ରୀ ଶପଥ ନେବେ ଓ କାହାର ବିଭାଗ ବଦଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗତ ଶୁକ୍ରବାରଦିନ ମନ୍ତ୍ରୀମଣ୍ଡଳରୁ ସମୀର ଦାସ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ ।

ବାଚସ୍ପତି ବିକ୍ରମ କେଶରୀ ଆରୁଖ ବି ଇସ୍ତଫା ଦେଇଥିଲେ । ଏହାପରେ ମନ୍ତ୍ରୀମଣ୍ଡଳ ପୁର୍ନଗଠନ ହେବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ରାଜ୍ୟପାଳ ଛୁଟିରେ ଥିବାରୁ ସେ ଆସିବା ପରେ ମନ୍ତ୍ରୀମଣ୍ଡଳ ପୁର୍ନଗଠନ ହୋଇପାରେ ବୋଲି କୁହାଯାଉଥିଲା । ଏବେ ଗଣେଶୀଲାଲ ଆଜି ଭୁବନେଶ୍ୱର ଆସୁୁଥିବାରୁ ସୋମବାର ସକାଳେ ମନ୍ତ୍ରିମଣ୍ଡଳ ପୁର୍ନଗଠନ ହେବ । ଆଗାମୀ ବର୍ଷର ବିଧାନସଭା ନିର୍ବାଚନ ପୂର୍ବରୁ ଏହା ଶେଷ ମନ୍ତ୍ରିମଣ୍ଡଳ ପୁର୍ନଗଠନ ବୋଲି କୁହାଯାଉଛି ।

କିଏ କିଏ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇପାରନ୍ତି । ଦୀପାଳି ଦାସ , ଲତିକା ପ୍ରଧାନ, ବିକ୍ରମ କେଶରୀ ଆରୁଖ, ଶାରଦା ନାୟକ ଓ ସୁଶାନ୍ତ ସିଂଙ୍କ ନାଁ ଚର୍ଚ୍ଚାରେ ରହିଛି । ଦୀପାଳି ଦାସ ଝାରସୁଗୁଡାର ବିଧାୟିକା ଭାବେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା କରାଯାଉଛି ।

ସେହିଭଳି ଗଞ୍ଜାମ କବିସୂର୍ଯ୍ୟନଗରରୁ ବିଧାୟିକା ଅଛିନ୍ତି ଲତିକା ପ୍ରଧାନ । ଭଂଜନଗରରୁ ୬ ଥର ବିଧାୟକ ହୋଇଥିବା ତଥା ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ପଶ୍ଚିମ ଓଡିଶାର ଦୁଇଜଣ ଟାଣୁଆ ନେତା ଶାରଦା ନାୟକ ଓ ସୁଶାନ୍ତ ସିଂଙ୍କୁ ବି ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ଗତ ସପ୍ତାହରେ ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିଲେ । ତେଣୁ ପରବର୍ତ୍ତୀ ବାଚସ୍ପତି କିଏ ହେବ ସେ ନେଇ ବି ଅଙ୍କକଷା ଚାଲିଛି । କିଏ ହୋଇପାରନ୍ତି ବାଚସ୍ପତି ? ଚର୍ଚ୍ଚାରେ ଅଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର, ଅମର ଶତପଥୀ ଓ ପ୍ରଫୁଲ୍ଲ ସାମଲ । ଦେବୀ ମିଶ୍ରଙ୍କ ନାଁ ବାଚସ୍ପତି ରେସରେ ଚର୍ଚ୍ଚାରେ ଅଛି । ବଡମ୍ବାରୁ ବିଧାୟକ ଥିବା ଦେବୀ ମିଶ୍ର ପୂର୍ବରୁ ମନ୍ତ୍ରୀ ରହିସାରିଛନ୍ତି ।

ସେହିଭଳି ବଡଚଣାରୁ ବିଧାୟକ ଥିବା ଅମର ଶତପଥୀ ବିଜେଡିର ଜଣେ ବରିଷ୍ଠ ନେତା । ସେ ମଧ୍ୟ ପୂର୍ବରୁ ମନ୍ତ୍ରୀ ଓ ବିଜେଡି ବିଧାୟକ ଦଳର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିସାରିଛନ୍ତି । ସେହିଭଳି ବିଜେଡିରେ ଆଉ ଜଣେ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ୧୯୯୦ରୁ ବର୍ତ୍ତମାନ ସୁଦ୍ଧା ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇସାରିଲେଣି । ଭଦ୍ରକରୁ ୩ଥର ନିର୍ବାଚିତ ହୋଇଥିବାବେଳେ ଭଣ୍ଡାରୀପୋଖରୀରୁ ୩ ଥର ନିର୍ବାଚିତ ହୋଇଛନ୍ତି । ବର୍ତ୍ତମାନ ସେ ଭଣ୍ଡାରୀ ପୋଖରୀରୁ ବିଧାୟକ ଅଛନ୍ତି । ରାଜ୍ୟ ମନ୍ତ୍ରିମଣ୍ଡଳର ବି ପ୍ରତିନିଧିତ୍ୱ କରିସାରିଛନ୍ତି ।

The post ରାଜ୍ୟ ମନ୍ତ୍ରିମଣ୍ଡଳର ହେବ ପୁନର୍ଗଠନ : ଆଜି ଓଡ଼ିଶା ଆସୁଛନ୍ତି ରାଜ୍ୟପାଳ; କିଏ ହେବେ ନୂଆ ମନ୍ତ୍ରୀ, ଆରମ୍ଭ ହେଲା ଚର୍ଚ୍ଚା first appeared on Kanak News.



from Kanak News https://ift.tt/mdqrPHM https://ift.tt/OMx9gh7
ରାଜ୍ୟ ମନ୍ତ୍ରିମଣ୍ଡଳର ହେବ ପୁନର୍ଗଠନ : ଆଜି ଓଡ଼ିଶା ଆସୁଛନ୍ତି ରାଜ୍ୟପାଳ; କିଏ ହେବେ ନୂଆ ମନ୍ତ୍ରୀ, ଆରମ୍ଭ ହେଲା ଚର୍ଚ୍ଚା Kanak News ରାଜ୍ୟ ମନ୍ତ୍ରିମଣ୍ଡଳର ହେବ ପୁନର୍ଗଠନ : ଆଜି ଓଡ଼ିଶା ଆସୁଛନ୍ତି ରାଜ୍ୟପାଳ; କିଏ ହେବେ ନୂଆ ମନ୍ତ୍ରୀ, ଆରମ୍ଭ ହେଲା ଚର୍ଚ୍ଚା Kanak News Reviewed by SUBHENDU BARAL on May 20, 2023 Rating: 5

No comments:

Powered by Blogger.