
କନକ ବ୍ୟୁରୋ : ଆରମ୍ଭ ହେଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ନନ୍ଦପଡାର ଦେବାଧିଦେବ ମହାଦେବ ଓ ଜଗତଜନନୀ ମା ପାର୍ବତୀଙ୍କ ପତରପେଣ୍ଡି ବା ନିର୍ବନ୍ଧ ଅନୁଷ୍ଠିତ ହୋଇଯାଇଛି । ନନ୍ଦପଡାର ବମବରାଡ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ଉତ୍ସବ ଶନିବାର ରାତିରେ ସମ୍ପନ୍ନ ହୋଇଛି । ରାତି ୮ଟାରେ ଦେବ ଦେବ ମହାଦେବଙ୍କ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା । ଏହାପରେ ବରପିତା ଓ ସପ୍ତରୁଷି ବାହାରିଥିଲେ ମହାଦେବଙ୍କ ପାଇଁ କନ୍ୟା ଅନ୍ୱେଷଣରେ । ଏକ ଭବ୍ୟ ପଟୁଆରରେ ଘଂଟ, ଶଙ୍ଖ, ଦୁଲଦୁଲି, ଧମାଲ ବାଦ୍ୟର ତାଳେ ତାଳେ ବାହାରିଥିଲା ମହାବଦେବଙ୍କ ପାଇଁ କନ୍ୟା ଅନ୍ୱେଷଣର ପଟୁଆର ।
କନ୍ୟା ଖୋଜି ଖୋଜି ବରପକ୍ଷ ପହଞ୍ଚିଥିଲେ ସମ୍ବଲପୁର ଜଗନ୍ନାଥ କଲୋନୀ ସ୍ଥିତ ରାଜେନ୍ଦ୍ର ନନ୍ଦ ଓ ସୁଲୋଚନା ନନ୍ଦଙ୍କ ଘରେ । ସେଠାରେ ବରପକ୍ଷ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ମହାଦେବଙ୍କ ପାଇଁ ଏକ ସୁଯୋଗ୍ୟ କନ୍ୟା ଥିବା ଖବର ପାଇ ଆସିଥିବା କହିଥିଲେ ବରପକ୍ଷ । କନ୍ୟାପକ୍ଷ ରାଜି ହେବା ପରେ ସପ୍ତରୁଷିଙ୍କ ଉପସ୍ଥିତିରେ ଦେବୀ ପାବ ର୍ତୀଙ୍କୁ ବେଲ ପତ୍ର, ଫୁଲ ଏବେ ଗୋଟିଏ ବିଡା ସରଗି ପତ୍ର ଦେଇ ବୋହୂ ହିସାବରେ ବାଛିଛନ୍ତି ବରପିତା । ଏଥିସହ ମହାଦେବଙ୍କ ପତରପେଣ୍ଡି ବା ନିର୍ବନ୍ଧ ସମ୍ପନ୍ନ ହୋଇଛି । ଆଜି ମହାଦେବଙ୍କ ବାହାଘର ପାଇଁ ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ରହିଛି । ସଂପୂର୍ଣ୍ଣ ଲୋକାଚାରର ଦୁଇ ବର୍ଷ ପରେ ଆଡମ୍ବର ଭାବେ ଶୀତଳଷଷ୍ଠୀ ଯାତ୍ରା ହେଉଥିବାରୁ ଲୋକ ଓ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି ।
The post ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ : ମହାଦେବଙ୍କ ପତରପେଣ୍ଡି ଅନୁଷ୍ଠିତ first appeared on Kanak News.
from Kanak News https://ift.tt/tpqKO5X https://ift.tt/E4rl0UC
Reviewed by SUBHENDU BARAL
on
May 20, 2023
Rating:
No comments: