୩ଜିଲ୍ଲାକୁ ଗଡିବ ମୋ ବସ୍ । ସରକାରଙ୍କ ବଡ ନିଷ୍ପତ୍ତି Kanak News

କନକ ବ୍ୟୁରୋ : ଗଞ୍ଜାମ,ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ଗଡିବ ମୋ ବସ୍ । ସରକାର ଏ ନେଇ ନିଷ୍ପତି ନେଇଛନ୍ତି । ଏନେଇ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ସମ୍ବଲପୁର-ଝାରସୁଗୁଡ଼ା-ବ୍ରଜରାଜନଗର ଓ ବେଲପାହାଡ କ୍ଲଷ୍ଟରରେ ଗଡ଼ିବ ମୋ ବସ ।

ସେହିପରି ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ, ଦିଗପହଣ୍ଡି କ୍ଲଷ୍ଟରରେ ଗଡ଼ିବ ମୋ ବସ୍ । ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଦ୍ୱାରା ପଶ୍ଚିମ ଓଡ଼ିଶା ସହ ଗଞ୍ଜାମ ଜିଲ୍ଲାର ଲୋକେ ସୁବିଧା ପାଇ ପାରିବେ । କ୍ୟାପିଟାଲ ରିଜିଓନ ଅଞ୍ଚଳରେ ୩୯୦ ଓ ରାଉରକେଲାରେ ୧୦୦ ଟି ମୋ ବସ ଚଳାଚଳ କରୁଛି । ଅଧିକ ବସ ଚଳ ଚଳ ଦ୍ୱାରା ଯାତ୍ରୀମାନେ ସୁବିଧା ପାଇ ପାରିବେ ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ର ସ୍ୱତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ ।

The post ୩ଜିଲ୍ଲାକୁ ଗଡିବ ମୋ ବସ୍ । ସରକାରଙ୍କ ବଡ ନିଷ୍ପତ୍ତି first appeared on Kanak News.



from Kanak News https://ift.tt/4Cl6To8 https://ift.tt/Br7M5Xq
୩ଜିଲ୍ଲାକୁ ଗଡିବ ମୋ ବସ୍ । ସରକାରଙ୍କ ବଡ ନିଷ୍ପତ୍ତି Kanak News ୩ଜିଲ୍ଲାକୁ ଗଡିବ ମୋ ବସ୍ । ସରକାରଙ୍କ ବଡ ନିଷ୍ପତ୍ତି Kanak News Reviewed by SUBHENDU BARAL on May 18, 2023 Rating: 5

No comments:

Powered by Blogger.