ଆଜିଠୁ ଓଡିଶାରେ ମହାନଦୀର ସ୍ଥିତି ଅନୁଧ୍ୟାନ କରିବେ ଟ୍ରିବ୍ୟୁନାଲ ଟିମ୍: ପ୍ରଥମ ଦିନରେ ହୀରାକୁଦ ଡ୍ୟାମର କରିବେ ପରିଦର୍ଶନ Kanak News

କନକ ବ୍ୟୁରୋ: ଛତିଶଗଡ ପରେ ଓଡିଶା ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ମହାନଦୀ ଜଳବିବାଦ ମାମଲାର ଅନୁଧ୍ୟାନ କରୁଥିବା ଟ୍ରିବ୍ୟୁନାଲ ଟିମ୍, ଛତିଶଗଡରେ ସ୍ଥିତି ଅନୁଧ୍ୟାନ କରିବା ପରେ ଏବେ ଓଡିଶା ଗସ୍ତରେ ଆସୁଛନ୍ତି । ଆଜି ଠାରୁ ଟ୍ରିବ୍ୟୁନାଲ ଟିମ୍ ଓଡିଶାରେ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିବେ । ଏହି ଟିମ୍ ହୀରାକୁଦ ବନ୍ଧ ସମେତ ଏହାର ଉଭୟ ତଳ ଓ ଉପରମୁଣ୍ଡ ଅଂଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ଏପଟେ ମହାନଦୀ ବଂଚାଓ ଆନ୍ଦୋଳନ ପକ୍ଷରୁ ଝାରସୁଗୁଡାର କନତୋରାସ୍ଥିିତ କେଲା ନଦୀକୂଳ ଲୁହାବଗାଠାରେ ମହାନଦୀ ସତ୍ୟାଗ୍ରହ ଆୟୋଜନ କରାଯାଇଛି । ଆଉ ଏହି ସତ୍ୟାଗ୍ରହକୁ ସଫଳ କରିବା ପାଇଁ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଅପିଲ କରିଛନ୍ତି । ତେବେ ମହାନଦୀ ଟ୍ରିବ୍ୟୁନାଲ, ଓଡିଶା ଛତିଶଗଡ ମଧ୍ୟରେ ଉପୁଜିଥିବା ବିବାଦ ସମାଧାନ କରିବାରେ କେତେ ସକ୍ଷମ ହେବେ ସେ ନେଇ ପୁଣି ଥରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ମହାନଦୀ ସମସ୍ୟା ପାଇଁ କିଏ ଦାୟୀ ସେ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଦାୟୀ କରିଥିବାବେଳେ ପାଲଟା ଅଭିଯୋଗ କରିଛି ବିଜେଡି । କିଛି ଦିନ ତଳେ ଟ୍ରିବ୍ୟୁନାଲ ଟିମ୍ ଦୁଇଟି ପର୍ଯ୍ୟାୟରେ ଛତିଶଗଡର କ୍ଷେତ୍ର ପରିଦର୍ଶନ କରିଥିଲେ । ମହାନଦୀ ଉପରେ ଛତିଶଗଡ ନିର୍ମାଣ କରିଥିବା ଏକାଧିକ ଡ୍ୟାମ ଅଂଚଳ ପରିଦର୍ଶନ କରିଥିଲେ ।

The post ଆଜିଠୁ ଓଡିଶାରେ ମହାନଦୀର ସ୍ଥିତି ଅନୁଧ୍ୟାନ କରିବେ ଟ୍ରିବ୍ୟୁନାଲ ଟିମ୍: ପ୍ରଥମ ଦିନରେ ହୀରାକୁଦ ଡ୍ୟାମର କରିବେ ପରିଦର୍ଶନ first appeared on Kanak News.



from Kanak News https://ift.tt/YPuGloz https://ift.tt/GN5l7Ir
ଆଜିଠୁ ଓଡିଶାରେ ମହାନଦୀର ସ୍ଥିତି ଅନୁଧ୍ୟାନ କରିବେ ଟ୍ରିବ୍ୟୁନାଲ ଟିମ୍: ପ୍ରଥମ ଦିନରେ ହୀରାକୁଦ ଡ୍ୟାମର କରିବେ ପରିଦର୍ଶନ Kanak News ଆଜିଠୁ ଓଡିଶାରେ ମହାନଦୀର ସ୍ଥିତି ଅନୁଧ୍ୟାନ କରିବେ ଟ୍ରିବ୍ୟୁନାଲ ଟିମ୍: ପ୍ରଥମ ଦିନରେ ହୀରାକୁଦ ଡ୍ୟାମର କରିବେ ପରିଦର୍ଶନ Kanak News Reviewed by SUBHENDU BARAL on May 19, 2023 Rating: 5

No comments:

Powered by Blogger.