World Poetry Day: ପ୍ରେମ ଓ ଭକ୍ତି ପ୍ରକାଶ କରିବାର ସର୍ବୋତ୍ତମ ରୂପ ହେଉଛି କବିତା Pramod Behera

ମାର୍ଚ୍ଚ ୨୧କୁ ବିଶ୍ୱ କବିତା ଦିବସ ଭାବେ ପାଳନ କରାଯାଏ। କବିତା ସହ ଜୀବନର ଗୁରୁତ୍ୱକୁ ସୂଚେଇଦେବା ହେଉଛି ଏହି ଦିନର ମହତ୍ତ୍ୱ। କବିତା ଜୀବନର ଏକ ଅତ୍ୟାବଶ୍ୟକ ଅଂଶ ଏବଂ ପ୍ରେମ ଓ ଭକ୍ତି ପ୍ରକାଶ କରିବାର ସର୍ବୋଚ୍ଚ ଏବଂ ସର୍ବୋତ୍ତମ ରୂପ ଭାବରେ ବିବେଚନା କରାଯାଏ।

ଜଣେ ନିଜକୁ କବିତାର ରୋମାଣ୍ଟିକ୍ ବା କବିତାର ଭକ୍ତିପୂର୍ଣ୍ଣ ଦିଗ ସହିତ ଯୋଡିପାରିବ। ତେବେ ଆସନ୍ତୁ ଏହି ଅବସରରେ ‘ବିଶ୍ୱ କବିତା ଦିବସ’ର ବିଷୟବସ୍ତୁ ଏବଂ ଏହାର ଗୁରୁତ୍ୱ ବିଷୟରେ ଜାଣିନେବା।

ଇତିହାସ:

ପ୍ୟାରିସ୍‌ରୁ ‘ବିଶ୍ୱ କବିତା ଦିବସ’ର ଆରମ୍ଭ ହୋଇଥିବା କୁହାଯାଏ। ୧୯୯୯ରେ, ମିଳିତ ଜାତିସଂଘର ସଦସ୍ୟମାନେ ପ୍ରଥମ ଥର ପାଇଁ ଜୀବନରେ କବିତାର ଭୂମିକାକୁ ସମ୍ମାନ କରିବାକୁ ଚିନ୍ତା କଲେ। ମିଳିତ ଜାତିସଂଘ ଏହି ଦିନ ପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରିବା ପୂର୍ବରୁ ଅକ୍ଟୋବର ମାସରେ ବିଶ୍ୱ କବିତା ଦିବସ ପାଳନ କରାଯାଇଥିଲା।

ଏକତାର ସହିତ କବିତାର ବିବିଧ ରୂପକୁ ପାଳନ କରିବା ଏବଂ ଏହାର ଅର୍ଥ ବୁଝିବା ଏବଂ ଲୋକଙ୍କୁ ବିଭିନ୍ନ ଭାଷାରେ କବିତାର ବିଭିନ୍ନ ରୂପ ବିଷୟରେ ଜଣାଇବା ପାଇଁ ୨୧ ମାର୍ଚ୍ଚକୁ ସରକାରୀ କବିତା ଦିବସ ଭାବରେ ଘୋଷଣା କରାଗଲା।

ଥିମ୍:

ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ବିଶ୍ୱ କବି ଦିବସ ପାଳନ କରାଯାଏ। ଚଳିତ ବର୍ଷ ପାଇଁ ଏହାର ଥିମ୍ ହେଉଛି "ସର୍ବଦା ଜଣେ କବି ହୁଅ, ଏପରିକି ଗବ୍ୟରେ ବି"। ଚାର୍ଲ୍ସ ବାଉଡେଲେୟର୍‌ଙ୍କ ଏହି ପ୍ରସିଦ୍ଧ ଉଦ୍ଧୃତି କେବଳ କବିତା ନୁହେଁ, ସମସ୍ତ ପ୍ରକାରର ଲେଖାରେ ସୃଜନଶୀଳତା ଏବଂ ସୌନ୍ଦର୍ଯ୍ୟର ଗୁରୁତ୍ୱକୁ ଜୋର ଦେଇଥାଏ।

ମହତ୍ତ୍ୱ:

  • ଆମ ଜୀବନରେ କବିତାର ମହତ୍ତ୍ୱ, ପ୍ରେରଣା, ଶିକ୍ଷା ଏବଂ ପରିବର୍ତ୍ତନର କ୍ଷମତା ବିଷୟରେ ସଚେତନ ସୃଷ୍ଟି କରିବା
  • କବିମାନଙ୍କୁ ସେମାନଙ୍କ ଅବଦାନ ପାଇଁ ସମ୍ମାନିତ କରିବା
  • କବିତାର ଭାବପ୍ରବଣତା ଏବଂ ଏହାର ଏକୀକୃତ ପ୍ରଭାବକୁ ପାଳନ କରିବା
  • ମାନବ ମନର ସୃଜନଶୀଳ ଆତ୍ମାକୁ ଜାଣିବା ନେଇ କବିତାର ଅନନ୍ୟ ଦକ୍ଷତାକୁ ପାଳନ କରିବା
  • ସମଗ୍ର ବିଶ୍ୱରେ ଭାଷାଭିତ୍ତିକ ବିବିଧତାକୁ ସମର୍ଥନ କରିବା ଏବଂ କବିତାର ଅର୍ଥରେ ବିବିଧତାକୁ ବୈଶ୍ୱିକ ମାନ୍ୟତା ଦେବା
  • କବିତା ମାଧ୍ୟମରେ ଲୋକଙ୍କୁ ଏକାଠି କରିବା


from Latest Odisha News, Breaking News Today | Top Updates on Corona - OTV News https://ift.tt/EqJOxWV
World Poetry Day: ପ୍ରେମ ଓ ଭକ୍ତି ପ୍ରକାଶ କରିବାର ସର୍ବୋତ୍ତମ ରୂପ ହେଉଛି କବିତା Pramod Behera World Poetry Day: ପ୍ରେମ ଓ ଭକ୍ତି ପ୍ରକାଶ କରିବାର ସର୍ବୋତ୍ତମ ରୂପ ହେଉଛି କବିତା Pramod Behera Reviewed by SUBHENDU BARAL on May 20, 2023 Rating: 5

No comments:

Powered by Blogger.