ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ବନ୍ଦ ପାଳନ ହେଉଛି। ବନ୍ଦ ପ୍ରଭାବରେ ଦୋକାନ ବଜାର ବନ୍ଦ ରହିଛି। ଏହାସହ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଦୀର୍ଘ ଦିନ ଧରି କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି କରାଯାଉଛି। ବଲାଙ୍ଗିରରେ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।
#କୋଶଳ_ରାଜ୍ୟ_ଦାବିରେ_ମହାବନ୍ଦ_ଡାକରା
— ଓଟିଭି (@otvkhabar) September 7, 2022
ବଲାଙ୍ଗିର: ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ମହାବନ୍ଦ ଡାକରା । କୋଶଳ ସେନା ଓ କୋଶଳ ରାଜ୍ୟ ମୁକ୍ତିମୋର୍ଚ୍ଚା ପକ୍ଷରୁ ବନ୍ଦ ଡାକରା । ୧୧ଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ ନେଇ ଡାକରା #Bolangir #OTV pic.twitter.com/6U7F4hga82
ଅନ୍ୟପକ୍ଷେ, ସମ୍ବଲପୁରରେ ବନ୍ଦକୁ ବିରୋଧ କରାଯାଇଛି। ବନ୍ଦ ଡାକରା ନାମରେ ସମ୍ବଲପୁରୀ ଭାଷା, ସଂସ୍କୃତି, ସାହିତ୍ୟର କୋଶଳିକରଣ କରାଯିବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ କରି ଏହି ବନ୍ଦ ଡାକରାକୁ ବିରୋଧ କରାଯାଇଛି। ବନ୍ଦର ପ୍ରଭାବ ଯେପରି ନ ପଡ଼ିବ ସେଥିପାଇଁ ବିଭିନ୍ନ ସଙ୍ଗଠନ ଏକାଠି ହୋଇଛନ୍ତି। ଆଜି ସକାଳୁ ସମ୍ବଲପୁର ରେଳ ଷ୍ଟେସନରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇ ବନ୍ଦକୁ ବିରୋଧ କରିଥିଲେ। ରେଳ ଚଳାଚଳ କିପରି ପ୍ରଭାବିତ ନ ହେବ ସେଥିପାଇଁ ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ୍ ଷ୍ଟେସନକୁ ସ୍ୱାଭାବିକ ଭାବେ ଛଡ଼ା ଯାଇଥିଲା।
#ସମ୍ବଲପୁରରେ_ବନ୍ଦ_ଡାକରାକୁ_ବିରୋଧ
— ଓଟିଭି (@otvkhabar) September 7, 2022
କୋଶଳ ରାଜ୍ୟ ଗଠନ ଦାବିରେ ବନ୍ଦ ଡାକରାକୁ ସମ୍ବଲପୁରରେ ବିରୋଧ । ସମ୍ବଲପୁରୀ ଭାଷା, ସଂସ୍କୃତି, ସାହିତ୍ୟର କୋଶଳୀକରଣ ଉଦ୍ୟମ ଅଭିଯୋଗ । ରେଳ ଚଳାଚଳ ସ୍ୱାଭାବିକ କରିବାକୁ ଷ୍ଟେସନରେ ବନ୍ଦ ବିରୋଧୀ ଏକଜୁଟ। #Sambalpur #OTV pic.twitter.com/yFgb0fCJo8
from Latest Odisha News, Breaking News Today | Top Updates on Corona - OTV News https://ift.tt/JTDr94A
No comments: