କେରଳର ପ୍ରଥମ ଆଦିବାସୀ ଏୟାର ହୋଷ୍ଟେସ୍ ଗୋପିକାଙ୍କ ସଂଘର୍ଷର କାହାଣୀ Pramod Behera

ସ୍ୱପ୍ନ ଦେଖିବା ଯେତିକି ସହଜ ତାକୁ ପୂରଣ କରିବା ସେତିକି କଷ୍ଟକର। କିନ୍ତୁ ଯେତେବେଳେ ସ୍ୱପ୍ନ ପୂରଣ ହୋଇଯାଏ ଏହାର ଖୁସି ଅଲଗା ହୋଇଥାଏ। କେରଳର ଜଣେ ମହିଳା ତାଙ୍କ ପିଲାଦିନର ସ୍ୱପ୍ନକୁ ପୂରା କରି ଦେଖେଇଛନ୍ତି। କମ୍‌ ବୟସରେ ଏୟାର ହୋଷ୍ଟେସ୍ ହେବାର ସ୍ୱପ୍ନ ଦେଖିଥିଲେ ସେ ଏବଂ ଯେତେବେଳେ ଏହା ସଫଳ ହେଳା, ଏହା କେବଳ ତାଙ୍କ ପାଇଁ ନୁହେଁ ବରଂ ସମଗ୍ର ରାଜ୍ୟ ପାଇଁ ଖୁସିର ମାହୋଲ ନେଇଆସିଲା। ଏହା ରାଜ୍ୟ ପାଇଁ ଐତିହାସିକ ସଫଳତା ହୋଇଯାଇଛି।

କେରଳର ଏହି ଯୁବତୀଙ୍କ ନାଁ ଗୋପିକା ଗୋବିନ୍ଦ। ଗୋପିକା କେରଳର ପ୍ରଥମ ଆଦିବାସୀ ଯୁବତୀ ଭାବେ ହୋଇ ଏୟାର ହୋଷ୍ଟେସ୍ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ତେବେ ଆସନ୍ତୁ ଗୋପିକାଙ୍କ ଏୟାର ହୋଷ୍ଟେସ୍ ହେବାକୁ ଯାତ୍ରା ବିଷୟରେ ଜାଣିବା।

ଗୋପିକାଙ୍କ ପରିଚୟ:

ଗୋପିକା ଗୋବିନ୍ଦ କେରଳର ଅଲାକୋଡେ, ଏସ୍‌ଟି କଲୋନୀ, ଭାକୁନ୍ କୁଡିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାଁ ପି. ଗୋବିନ୍ଦନ ହୋଇଥିବାବେଳେ ମା’ଙ୍କ ନାଁ ଭିଜି। ଗୋପିକା ଏକ ଗରିବ ପରିବାରର ହୋଇଥିବା ବେଳେ କେରଳର ଏକ ଅନୁସୂଚିତ ଜନଜାତି କରିମ ବାଲାର ଝିଅ। ଏହି କାରଣରୁ, ତାଙ୍କ ପିଲାଦିନ ବହୁ ଅଭାବ ଅସୁବିଧାରେ କଟିଥିଲା। ଏହାରି ଭିତରେ ଗୋପିକା ତାଙ୍କ ଭବିଷ୍ୟତକୁ ନେଇ ସ୍ୱପ୍ନ ଦେଖୁଥିଲେ।

First kerala tribal air hostess gopika govind ନିଜ ପୁରସ୍କାର ସହିତ ଏୟାର ହୋଷ୍ଟେସ୍ ଗୋପିକା ଗୋବିନ୍ଦ

ଏୟାର ହୋଷ୍ଟେସ୍ ହେବାର ସ୍ୱପ୍ନ:

ପିଲାଦିନେ ସେ ନିଜ ଘରର ଛାତରୁ ଏକ ବିମାନ ଉଡ଼ୁଥିବା ଦେଖିଥିଲେ। ଗୋପିକା ବିମାନ ଭିତରକୁ ଯିବାକୁ ଚିନ୍ତା କରୁଥିଲେ। ସେ ଆକାଶରେ ଉଡ଼ିବାର ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ। ଏହା ପରେ ସେ ମଧ୍ୟ ନିଜ ସ୍ୱପ୍ନକୁ ପୂରଣ କରିବା ଚେଷ୍ଟାରେ ଲାଗିପଡିଲେ। ଏହା କିନ୍ତୁ ସହଜ ନଥିଲା। ଏମିତି ବି ଏକ ସମୟ ଆସିଗଲା ଯେତେବେଳେ ସେ ନିଜ ସ୍ୱପ୍ନକୁ ବଳିଦେବାକୁ ସ୍ଥିର କଲେ।

ସରକାରୀ ସାହାଯ୍ୟ:

ଗୋପିକା ଏୟାରହୋଷ୍ଟେସ୍ ପାଇଁ ଏକ ପାଠ୍ୟକ୍ରମ କରିବାକୁ ଚାହୁଁଥିଲେ କିନ୍ତୁ ସେ ଜାଣିବାକୁ ପାଇଲେ ଯେ ଏହି ପାଠ୍ୟକ୍ରମ ବହୁତ ମହଙ୍ଗା। ତାଙ୍କ ପରିବାର ଏତେ ଟଙ୍କା ଦେଇପାରି ନଥିଲେ। ତାଙ୍କର ସ୍ୱପ୍ନ ଭାଙ୍ଗିବା ଉପରେ ଥିଲା। ଏହାଇ ଭିତରେ ସେ ଜାଣିବାକୁ ପାଇଲେ ଯେ ସରକାର ଏସ୍‌ଟି ଝିଅମାନଙ୍କୁ ଶିକ୍ଷା ପାଇଁ ଅନୁଦାନ ଦେଉଛନ୍ତି। ଏହାପରେ ସେ IATA କଷ୍ଟମର ସର୍ଭିସ୍ କେୟାର୍‌ରେ ଡିପ୍ଲୋମା କଲେ। ପରେ ବାୟାନାଡର ଡ୍ରିମ୍ ସ୍କାଏ ଆଭିଏସନ୍ ଟ୍ରେନିଂ ଏକାଡେମୀରେ ନାମ ଲେଖାଇଲେ। ଏହି ପାଠ୍ୟକ୍ରମ ପାଇଁ ସରକାର ଗୋପିକାଙ୍କୁ ଏକ ଲକ୍ଷ ଟଙ୍କା ସାହାଯ୍ୟ କରିଥିଲେ।

ତାଙ୍କ ଉଦ୍ୟମ ଏବଂ ସରକାରଙ୍କ ସାହାଯ୍ୟରେ କେରଳର ଆଦିବାସୀ ଗୋଷ୍ଠୀର ଜଣେ ମହିଳା ୧୨ ବର୍ଷ ପରେ ତାଙ୍କ ସ୍ୱପ୍ନକୁ ସାକାର କରିବାରେ ସଫଳ ହୋଇଥିଲେ ଏବଂ ଜଣେ ଏୟାର ହୋଷ୍ଟେସ୍ ହୋଇଥିଲେ।



from Latest Odisha News, Breaking News Today | Top Updates on Corona - OTV News https://ift.tt/q0M4H8s
କେରଳର ପ୍ରଥମ ଆଦିବାସୀ ଏୟାର ହୋଷ୍ଟେସ୍ ଗୋପିକାଙ୍କ ସଂଘର୍ଷର କାହାଣୀ Pramod Behera କେରଳର ପ୍ରଥମ ଆଦିବାସୀ ଏୟାର ହୋଷ୍ଟେସ୍ ଗୋପିକାଙ୍କ ସଂଘର୍ଷର କାହାଣୀ Pramod Behera Reviewed by SUBHENDU BARAL on September 06, 2022 Rating: 5

No comments:

Powered by Blogger.