ଶୋଇ ଶୋଇ ରେକର୍ଡ; ମିଳିଲା ୫ ଲକ୍ଷ Pramod Behera

କୁହାଯାଏ ଯେ ‘ଶୋଇବା ପୁଅର ଭାଗ ନାହିଁ’। କିନ୍ତୁ ଲାଗୁଛି ଏହି କଥାଟିର ଅର୍ଥ ପୁରୁଣା ହୋଇଯାଇଛି, କାରଣ ବର୍ତ୍ତମାନ ଦେଖାଯାଉଛି ଯେ ଶୋଉଥିବା ସବୁ ବ୍ୟକ୍ତି ହାରନ୍ତି ନାହିଁ। ଏମିତି କି ଜାଗ୍ରତ ରହୁଥିବା ଲୋକଙ୍କ ଠାରୁ ବି ସେମାନେ ଅଧିକ ସଫଳତା ପାଆନ୍ତି।

ଜଣେ ଯୁବତୀ ଶୋଇ ଶୋଇ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଲକ୍ଷ ଲକ୍ଷ ଟଙ୍କା ଜିତି ମାଲାମାଲ ହୋଇଯାଇଛନ୍ତି। ସବୁବେଳେ ଶୋଇବା ତାଙ୍କର ପ୍ରିୟ କାମ ଥିଲା ଏବଂ ତାଙ୍କର ଏହି ପ୍ରିୟ କାମରେ ମିଳୁଥିବା ଚ୍ୟାଲେଞ୍ଜ୍‌କୁ ଗ୍ରହଣ କରିବା ତାଙ୍କ ପାଇଁ କୌଣସି କଷ୍ଟସାଧ୍ୟ ନଥିଲା। ତେଣୁ ସେ ଖୁସିରେ ଦୀର୍ଘ ନିଦ୍ରା ନେବା ଚ୍ୟାଲେଞ୍ଜ୍‌କୁ ଗ୍ରହଣ କରି ବିଜୟଲାଭ କରିଛନ୍ତି।

ଭାରତରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ଶୋଇବା ପ୍ରତିଯୋଗିତାରେ ତ୍ରିପର୍ଣ୍ଣା ଚକ୍ରବର୍ତ୍ତୀ ନାମକ ଜଣେ ଯୁବତୀ ବିଜେତା ହୋଇଛନ୍ତି। ସବୁଠାରୁ ଅଧିକ ସମୟ ଶୋଇ ସେ ଭାରତର ପ୍ରଥମ ସ୍ଲିପ୍ ଚାମ୍ପିଅନ୍‌ସିପ୍ ଜିତିବାରେ ସଫଳ ହୋଇଛନ୍ତି। ଦୀର୍ଘ ସମୟ ଧରି ଗଭୀର ନିଦ୍ରାରେ ଶୋଇବା ଦ୍ୱାରା ତ୍ରିପର୍ଣ୍ଣା କେବଳ ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିନାହାଁନ୍ତି, ବରଂ ଲକ୍ଷ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ପାଇଛନ୍ତି।

ବିଦେଶରେ ଏହି ପ୍ରତିଯୋଗିତା ପ୍ରାୟ ସମୟ ହୁଏ। କିନ୍ତୁ ଭାରତରେ ଏହା ପ୍ରଥମ ଥର ପାଇଁ ହୋଇଥିଲା। ଏକ କମ୍ପାନୀ ଭାରତରେ ପ୍ରଥମ ଥର ପାଇଁ ସ୍ଲିପିଙ୍ଗ ଚାମ୍ପିଅନ୍‌ସିପ୍ ଆୟୋଜନ କରିଥିଲା। ଏଥିରେ ହୁଗୁଳି ଜିଲ୍ଲା ଶ୍ରୀରାମପୁରର ତ୍ରିପର୍ଣ୍ଣା ଚାମ୍ପିୟନଶିପ୍‌ର ବିଜେତା ହୋଇଛନ୍ତି।

କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ତାଙ୍କର ଏହି ଶୋଇବା ନିଶାକୁ ପରିବାର ଏବଂ ସାଙ୍ଗମାନେ ଘୃଣା କରୁଥିଲେ ଓ ତାଙ୍କ ଉପରେ ବହୁତ ରାଗୁଥିଲେ। କିନ୍ତୁ ସେମାନେ କ’ଣ ଜାଣିଥିଲେ ଯେ ତାଙ୍କର ଏହି ଖରାପ ଅଭ୍ୟାସ ଦିନେ ତାଙ୍କ ପାଇଁ ଗର୍ବର କାରଣ ହେବ। ଏହି ଚାମ୍ପିଅନ୍‌ସିପ୍ ଜିତିବା ପରେ ତ୍ରିପର୍ଣ୍ଣାଙ୍କୁ ପୁରସ୍କାର ଭାବେ ୫ ଲକ୍ଷ ଟଙ୍କା ମିଳିଛି। ​​ଶୋଇବା ଦ୍ୱାରା ତାଙ୍କ ଭାଗ୍ୟ ଉଜ୍ଜଳ ହୋଇଯାଇଛି।

ପ୍ରକାଶଥାଉ ଯେ ସୋସିଆଲ ମିଡିଆ ଜରିଆରେ ତ୍ରିପର୍ଣ୍ଣା ଯେତେବେଳେ ଏହି ସ୍ଲିପିଙ୍ଗ ଚାମ୍ପିଅନ୍‌ସିପ୍ ବିଷୟରେ ଜାଣିଲେ ତାଙ୍କ ଖୁସିର ସୀମା ଜାଣି ରହିଲା ନାହିଁ। ସେ ନିଶ୍ଚିତ ହୋଇଯାଇଥିଲେ ଯେ ଏଥିରେ ତାଙ୍କର ବିଜୟ ସୁନିଶ୍ଚିତ।

ଏହି କମ୍ପାନୀ ଭାରତର ପ୍ରଥମ ସ୍ଲିପ୍ ଚାମ୍ପିଅନସିପ୍ ଆୟୋଜନ କରୁଥିବା ବେଳେ ଏଥିରେ ଲଗାତାର ୧୦୦ ଦିନ ପର୍ଯ୍ୟନ୍ତ ୯ ଘଣ୍ଟା ଶୋଇବାର ଏକ ଚ୍ୟାଲେଞ୍ଜ ଥିଲା। ଏଥିରେ ତ୍ରିପର୍ଣ୍ଣା ପ୍ରଥମ ବ୍ୟକ୍ତି ଭାବରେ କ୍ରମାଗତ ୧୦୦ ଦିନରେ ୯ ଘଣ୍ଟା ଶୋଇବାରେ ରେକର୍ଡ କରିଛନ୍ତି। ସେ ୧୦୦ ରୁ ୯୫ ସ୍ଲିପ୍ ସ୍କୋର୍‌ କରି ବିଜେତା ହୋଇଛନ୍ତି।



from Latest Odisha News, Breaking News Today | Top Updates on Corona - OTV News https://ift.tt/H8Mcip9
ଶୋଇ ଶୋଇ ରେକର୍ଡ; ମିଳିଲା ୫ ଲକ୍ଷ Pramod Behera ଶୋଇ ଶୋଇ ରେକର୍ଡ; ମିଳିଲା ୫ ଲକ୍ଷ Pramod Behera Reviewed by SUBHENDU BARAL on September 07, 2022 Rating: 5

No comments:

Powered by Blogger.