ଆଜି ‘କର୍ତ୍ତବ୍ୟ ପଥ’ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ । ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ହେବ ଅନାବରଣ Kanak News

କନକ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୭ଟା ବେଳେ କର୍ତ୍ତବ୍ୟ ପଥ ଉଦ୍‌ଘାଟନ କରିବେ । କ୍ଷମତାର ପ୍ରତୀକ ତତ୍କାଳୀନ ରାଜପଥକୁ କର୍ତ୍ତବ୍ୟ ପଥ ଭାବେ ନାମିତ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଇଣ୍ଡିଆ ଗେଟ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବେ ।
ରାଜପଥ ଓ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ ଆଖପାଖ ଅଞ୍ଚଳରେ ପର୍ୟ୍ୟଟକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ଯୋଗୁଁ ଏହାର ଭିତ୍ତିଭୂମି ପ୍ରଭାବିତ ହେଉଥିଲା । ଶୌଚାଳୟ, ପିଇବା ପାଣି, ଷ୍ଟ୍ରିଟ ଫର୍ଣ୍ଣିଚର ଓ ଆବଶ୍ୟକ ପାର୍କିଂ ସ୍ଥାନ ଭଳି ମୌଳିକ ସୁବିଧା ସୁଯୋଗ ନଥିଲା । ଏହାବ୍ୟତୀତ ରାସ୍ତାରେ କମ ସାଇନ ବୋର୍ଡ, ଅନୁନ୍ନତ ଜଳ ପରିଚାଳନା ଓ ଅବ୍ୟବସ୍ଥିତ ପାର୍କିଂ ଭଳି ସମସ୍ୟା ଥିଲା । ସେହିପରି ଗଣତନ୍ତ୍ର ଦିବସ ପ୍ୟାରେଡ ଓ ଅନ୍ୟ ଜାତୀୟ କାର୍ୟ୍ୟକ୍ରମଗୁଡିକୁ ସୂଚାରୁ ରୂପେ ତଥା ଲୋକଙ୍କ ଯାତାୟାତକୁ ପ୍ରଭାବିତ ନକରି ଆୟୋଜନ କରିବାର ଆବଶ୍ୟକତା ପରିଲକ୍ଷିତ ହୋଇଥିଲା। ଏସବୁ ପ୍ରସଙ୍ଗକୁ ଧ୍ୟାନରେ ରଖି ତଥା କର୍ତ୍ତବ୍ୟ ପଥ ସୁଦୃଶ୍ୟ ଲ୍ୟାଣ୍ଡସ୍କେପ, ଚଲାପଥ ସହ ଲନ, ଅଧିକ ସବୁଜିମା, ନବୀକୃତ କେନାଲ, ଉନ୍ନତ ସାଇନବୋର୍ଡ, ନୂଆ ସୁବିଧା ଥିବା ବ୍ଲକ ଓ ଭେଣ୍ଡିଂ କିଓସ୍କ ଆଦି ରହିବ ।

ସେହିପରି ପଦଯାତ୍ରୀଙ୍କ ପାଇଁ ନୂଆ ଅଣ୍ଡରପାସ, ଉନ୍ନତ ପାର୍କିଂ ସ୍ଥାନ, ନୂଆ ପ୍ରଦର୍ଶନ ପ୍ୟାନେଲ ଓ ଉନ୍ନୀତ ରାତ୍ରି ଆଲୋକ ବ୍ୟବସ୍ଥା ଲୋକଙ୍କୁ ସୁଖଦ ଅନୁଭୂତି ପ୍ରଦାନ କରିବ । ଏଥିରେ କଠିନ ବର୍ଜ୍ୟ ପ୍ରବନ୍ଧନ, ବ୍ୟବହୃତ ଜଳ ପ୍ରକ୍ରିୟାକରଣ, ବର୍ଷାଜଳ ଅମଳ ଓ ବିଦ୍ୟୁତ ସଞ୍ଚୟକାରୀ ଆଲୋକ ବ୍ୟବସ୍ଥା ଭଳି ଅନେକ ଚିରସ୍ଥାୟୀ ସୁବିଧା ସାମିଲ ରହିଛି।

The post ଆଜି ‘କର୍ତ୍ତବ୍ୟ ପଥ’ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ । ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ହେବ ଅନାବରଣ first appeared on Kanak News.



from Kanak News https://ift.tt/NM4Ztjf https://ift.tt/WkSKT0x
ଆଜି ‘କର୍ତ୍ତବ୍ୟ ପଥ’ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ । ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ହେବ ଅନାବରଣ Kanak News ଆଜି ‘କର୍ତ୍ତବ୍ୟ ପଥ’ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ । ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ହେବ ଅନାବରଣ Kanak News Reviewed by SUBHENDU BARAL on September 07, 2022 Rating: 5

No comments:

Powered by Blogger.