ରାଜଧାନୀରେ ପୁଣି ଛାତ୍ରୀଙ୍କ ଆତ୍ମହତ୍ୟା : ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସୂଚନା Kanak News

କନକ ବ୍ୟୁରୋ : ରାଜଧାନୀରେ ପୁଣି ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି କମିସନରେଟ ପୁଲିସ । ଚନ୍ଦ୍ରଶେଖରପୁର ଥାନା ରେଲୱେ କଲୋନୀର ଜଣେ ବିଟେକ ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ମୃତ ଛାତ୍ରୀ ୨୪ ବର୍ଷ ବୟସ୍କ ଆରଏନ ନିୟତି ନାୟକ । ଘରେ କେହିନଥିବା ବେଳେ ଓଢଣୀରେ ଫାସି ପକାଇ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି । ମୃତ ନିୟତିଙ୍କ ବାପା ସିଗ୍ନାଲ ସେକ୍ସନ ଇଞ୍ଜିନିୟର ଭାବେ କାମ କରନ୍ତି ଓ ମାଆ ଜଣେ ଡାକ୍ତର । ନିୟତିଙ୍କ ସାନ ଭଉଣୀଙ୍କ ଦେହ ଅସୁସ୍ଥ ଥିବା ପରିବାରର ସମସ୍ତେ ଡାକ୍ତରଖାନାରେ ଥିଲେ । ଘରେ କେହି ନଥିବା ବେଳେ ବେକରେ ଓଢଣୀ ଦେଇ ନିୟତି ଝୁଲି ପଡିଥିବା ଜଣାପଡିଛି । ପାରିବାରିକ କଳହକୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

The post ରାଜଧାନୀରେ ପୁଣି ଛାତ୍ରୀଙ୍କ ଆତ୍ମହତ୍ୟା : ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସୂଚନା first appeared on Kanak News.



from Kanak News https://ift.tt/vtZu1OK https://ift.tt/2OQpVEg
ରାଜଧାନୀରେ ପୁଣି ଛାତ୍ରୀଙ୍କ ଆତ୍ମହତ୍ୟା : ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସୂଚନା Kanak News ରାଜଧାନୀରେ ପୁଣି ଛାତ୍ରୀଙ୍କ ଆତ୍ମହତ୍ୟା : ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସୂଚନା Kanak News Reviewed by SUBHENDU BARAL on September 07, 2022 Rating: 5

No comments:

Powered by Blogger.