ମିଳିଲା ୮.୫ ଫୁଟ ଓ ୧୫୦ କେଜିର ହାତୀ ଦାନ୍ତ Pramod Behera

ମିଳିଛି ୫ ଲକ୍ଷ ବର୍ଷର ହାତୀ ଦାନ୍ତ। ଏହି ଖବର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏହା ପ୍ରକୃତରେ ସତ କି ନାହିଁ ଲୋକେ ବିଶ୍ୱାସ କରିପାରୁ ନାହାନ୍ତି। ଏକ ଖବର ଅନୁଯାୟୀ, ଅନୁସନ୍ଧାନକାରୀ (ପ୍ରତ୍ନତତ୍ତ୍ୱବିତ୍) ଏକ ବିଲୁପ୍ତ ହାତୀ ଦାନ୍ତ ପାଇଛନ୍ତି, ଯାହା ପ୍ରାୟ ୫ ଲକ୍ଷ ବର୍ଷ ପୁରୁଣା ବୋଲି କୁହାଯାଉଛି।

ବିଶେଷଜ୍ଞଙ୍କ ଅନୁଯାୟୀ ଦାନ୍ତର ଲମ୍ବ ୨.୬ ମିଟର (୮.୫ ଫୁଟ) ଏବଂ ଓଜନ ୧୫୦ କିଲୋଗ୍ରାମ। ଖବର ଅନୁଯାୟୀ, ଦକ୍ଷିଣ ଇସ୍ରାଏଲର ରେଭଡିମ୍ ନିକଟ ଖନନ ସ୍ଥାନରୁ ପ୍ରାଣୀ ବିଜ୍ଞାନୀ ଇଟନ୍ ମୋର୍ ଏହି ହାତୀ ଦାନ୍ତକୁ ଆବିଷ୍କାର କରିଛନ୍ତି।

ଏଭି ଲେଭି ହେଉଛନ୍ତି ଏହି ଖନନ ନିର୍ଦ୍ଦେଶକ। ତାଙ୍କ କହିବାକଥା “ଦାନ୍ତଟି ସିଧା ଦାନ୍ତ ବାଲା ହାତୀର, ଯାହା ପ୍ରାୟ ୪,୦୦,୦୦୦ ବର୍ଷ ପୂର୍ବେ ଆମ ଅଞ୍ଚଳରୁ ବିଲୁପ୍ତ ହୋଇଯାଇଥିଲା।” ଅଧିକ ସୂଚନା ଦେଇ ଏଭି କହିଛନ୍ତି ଯେ ହାତୀ ଦାନ୍ତ ପାଖରେ ପଥରର କିଛି ଉପକରଣ ମଧ୍ୟ ମିଳିଛି, ଏହା ସମ୍ଭବତଃ ପଶୁମାନଙ୍କୁ ହାଣିବାରେ ବ୍ୟବହୃତ ହୋଇଥାଇପାରେ।

ଏହି ହାତୀ ଦାନ୍ତ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ଦେଇ ଏଭି କହିଛନ୍ତି ଯେ ଏହି ଅଞ୍ଚଳରେ ବାସ କରୁଥିବା ପ୍ରାଚୀନ ମନୁଷ୍ୟର ପରିଚୟ ଆଫ୍ରିକା ଠାରୁ ଏସିଆ ଏବଂ ୟୁରୋପ ମଧ୍ୟରେ ଏକ ସେତୁ ସଦୃଶ। ଯାହା ଏକ ରହସ୍ୟମୟ। ଐତିହାସିକଙ୍କ ମତରେ, ଏଠାରେ ଲୋକଙ୍କ ମୃତଦେହ ମିଳିନାହିଁ। ସେମାନଙ୍କର କିଛି ସାମଗ୍ରୀର ସନ୍ଧାନ ମିଳିଛି। ଯାହାକୁ ସେମାନେ ବ୍ୟବହାର ପରେ ଅଳିଆ ପରି ଫିଙ୍ଗିଦେଇଥିଲେ।

ଅନୁସନ୍ଧାନକାରୀମାନେ ମଧ୍ୟ ଦାନ୍ତର ଆକାରକୁ ନେଇ ଆକଳନ କରିଛନ୍ତି ଯେ ସେହି ସମୟରେ ହାତୀ ପ୍ରାୟ ୧୬ ଫୁଟ ଲମ୍ବର ଥିଲେ। ସେମାନେ ଆଜିର ହାତୀମାନଙ୍କ ଅପେକ୍ଷା ବହୁତ ଲମ୍ବା ଥିଲେ। ବର୍ତ୍ତମାନ, ଏହି ଆବିଷ୍କାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଲୋକମାନେ ଏହି ନୂଆ ସୂଚନାକୁ ବହୁତ ପସନ୍ଦ କରୁଛନ୍ତି।



from Latest Odisha News, Breaking News Today | Top Updates on Corona - OTV News https://ift.tt/CRjyBc3
ମିଳିଲା ୮.୫ ଫୁଟ ଓ ୧୫୦ କେଜିର ହାତୀ ଦାନ୍ତ Pramod Behera ମିଳିଲା ୮.୫ ଫୁଟ ଓ ୧୫୦ କେଜିର ହାତୀ ଦାନ୍ତ Pramod Behera Reviewed by SUBHENDU BARAL on September 06, 2022 Rating: 5

No comments:

Powered by Blogger.