ଭାରତର ଶେଷ ୬ ଜାଗା; ବୁଲିବା ନିହାତି ଜରୁରୀ Pramod Behera

ଆମ ଦେଶ ଖୁବ ବଡ। ଏତେ ବଡ ଦେଶରେ ଅନେକ ଦୋକାନ, ଢାବା, ଗ୍ରାମ ଏବଂ ପ୍ରସିଦ୍ଧ ବଜାର ଅଛି ଯାହାକୁ ପ୍ରାୟ ଅନେକ ଜାଣିଥିବେ। ଏହି ଦେଶରେ ମଧ୍ୟ ଏମିତି କିଛି ଜାଗା ଅଛି ଯାହା ଶେଷ ସ୍ଥାନ ଭାବେ ଜଣାଶୁଣା। ଆପଣ ଏ ବିଷୟରେ ଜାଣିଛନ୍ତି କି? ଯଦି ଆପଣ ଏପର୍ଯ୍ୟନ୍ତ ଏହି ସ୍ଥାନଗୁଡିକ ବିଷୟରେ ଜାଣି ନାହାଁନ୍ତି, ତେବେ ଜାଣନ୍ତୁ ଏବଂ ଶୀଘ୍ର ଦେଶର ଶେଷ ସ୍ଥାନ ବୁଲି ଯିବାକୁ ସ୍ଥିର କରନ୍ତୁ।

ଭାରତର ଶେଷ ଦୋକାନ:

ଉତ୍ତରପ୍ରଦେଶର ଚମୋଲି ଜିଲ୍ଲାର ଭାରତ-ଚୀନ୍ ସୀମାବର୍ତ୍ତୀ ଅଞ୍ଚଳରେ ରହିଛି 'ହିନ୍ଦୁସ୍ତାନ କି ଶେଷ ଦୋକାନ' ନାମକ ଏକ ଦୋକାନ। ଏହି ଦୋକାନ ପ୍ରକୃତରେ ଭାରତର ଶେଷ ଦୋକାନ। ପ୍ରାୟ ୨୫ ବର୍ଷ ପୂର୍ବେ ଦୋକାନ ମାଲିକ ଚନ୍ଦର ସିଂହ ବଡୱାଲ୍‌ ଭାରତରେ ଶେଷ ମୁଣ୍ଡରେ ଚା’ ଷ୍ଟାଣ୍ଡ୍‌ ଖୋଲିଥିଲେ। ଏହି ଛୋଟ ଦୋକାନଟି ପ୍ରାୟ ୩,୧୧୮ ମିଟର ଉଚ୍ଚରେ ଅବସ୍ଥିତ ଏବଂ ଏହା ହେଉଛି ଭାରତର ଶେଷ ଚା’ ଷ୍ଟାଣ୍ଡ୍‌ | ଏହି ଦୋକାନ ଚୀନ୍ ସୀମାଠାରୁ ମାତ୍ର କିଛି ମିଟର ଦୂରରେ ରହିଛି।

ଭାରତର ଶେଷ ଗାଁ:

ହିମାଳୟ ପାହାଡ ମଧ୍ୟରେ ଥିବା ମାନା ଗ୍ରାମ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଅବସ୍ଥିତ। ଏହା ଭାରତର ଶେଷ ଗାଁ ଭାବରେ ଗଣା। ବଦ୍ରିନାଥ ସହରଠାରୁ ମାତ୍ର ୩ କିଲୋମିଟର ଦୂରରେ ଥିବା ବଦ୍ରିନାଥ ନିକଟରେ ‘ମାଣା’ ଗାଁ ହେଉଛି ଏକ ଆକର୍ଷଣୀୟପର୍ଯ୍ୟଟନ ସ୍ଥଳୀ। ଏହି ଗାଁ ପ୍ରାୟ ୩୨୧୯ ମିଟର ଉଚ୍ଚରେ ରହିଛି। ବଦ୍ରିନାଥ ଏବଂ ମାଣା ଗାଁ ବୁଲିବା ପାଇଁ ମେ-ଜୁନ୍ ହେଉଛି ସବୁଠାରୁ ଭଲ ମାସ।

ଭାରତର ଶେଷ ରାସ୍ତା:Last road of indiaଭାରତର ଶେଷ ରାସ୍ତା

ଧନୁଷକୋଡି ଭାରତର ଶେଷ ଜାଗା ଭାବରେ ଜଣାଶୁଣା ଏବଂ ଏଠାରେ ଏକ ରାସ୍ତା ଅଛି ଯାହାକୁ ଭାରତର ଶେଷ ରାସ୍ତା କୁହାଯାଏ। ଏହି ରାସ୍ତାଠାରୁ ଧନୁଷକୋଡି ପର୍ଯ୍ୟନ୍ତ ଶ୍ରୀଲଙ୍କା ମାତ୍ର ୩୧ କିଲୋମିଟର ଦୂର। ଧନୁଷକୋଡି ପମ୍ବାନର ଦକ୍ଷିଣ-ପୂର୍ବରେ ଏବଂ ଶ୍ରୀଲଙ୍କାର ତଲାଇମାନର ଠାରୁ ପ୍ରାୟ ୨୪ କିଲୋମିଟର ଦୂର। ତେବେ ୧୯୬୪ ର ରାମେଶ୍ୱରମ୍ ଘୂର୍ଣ୍ଣିବଳୟ ସମୟରେ ଏହି ସହର ଧ୍ୱଂସ ହୋଇଯାଇଥିଲା ଏବଂ ବର୍ତ୍ତମାନ ମଧ୍ୟ ସେଭଳି ଅବସ୍ଥାରେ ରହିଛି।

ଭାରତର ଶେଷ ରେଳ ଷ୍ଟେସନ:

ସିଂହାବାଦ ହେଉଛି ଭାରତର ସର୍ବ ପୁରାତନ ତଥା ଶେଷ ରେଳ ଷ୍ଟେସନ। ଏହା ବାଂଲାଦେଶ ସୀମାରେ ଅବସ୍ଥିତ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ହବିବପୁର ଅଞ୍ଚଳରେ ନିର୍ମିତ। ସ୍ୱାଧୀନତା ପୂର୍ବରୁ ଏହି ଷ୍ଟେସନ ନିର୍ମିତ ହୋଇଥିବା ବେଳେ ଆଜି ବି ସେଠାରେ ରହିଛି। ସ୍ୱାଧୀନତା ପୂର୍ବରୁ ନିର୍ମିତ ସିଂହାବାଦ ପାର ହେବା ପରେ ଅନ୍ୟ କୌଣସି ରେଳ ଷ୍ଟେସନ ନାହିଁ।

ଭାରତର ଶେଷ ବେଳାଭୂମି:

କନ୍ୟାକୁମାରୀ ବିଚ୍ ହେଉଛି ଭାରତର ସବୁଠାରୁ ସୁନ୍ଦର ଏବଂ ଶେଷ ବେଳାଭୂମି। ସ୍ଥାନୀୟ ଖାଦ୍ୟ ସହିତ, ଏଠାରେ ଥିବା ସୁନ୍ଦର ଦୃଶ୍ୟ ମଧ୍ୟ ଉପଭୋଗ କରିବା ଭଳି। ଏହି ସ୍ଥାନଟି ତିନୋଟି ସମୁଦ୍ର - ଆରବ ସାଗର, ବଙ୍ଗୋପସାଗର ଏବଂ ଭାରତ ମହାସାଗରର ମିଳନ ସ୍ଥଳ। ଏହି ସ୍ଥାନ ଭାରତୀୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ତଥା ପ୍ରସିଦ୍ଧ ତୀର୍ଥସ୍ଥାନ ମଧ୍ୟ।



from Latest Odisha News, Breaking News Today | Top Updates on Corona - OTV News https://ift.tt/3zWHtlo
ଭାରତର ଶେଷ ୬ ଜାଗା; ବୁଲିବା ନିହାତି ଜରୁରୀ Pramod Behera ଭାରତର ଶେଷ ୬ ଜାଗା; ବୁଲିବା ନିହାତି ଜରୁରୀ Pramod Behera Reviewed by SUBHENDU BARAL on September 06, 2022 Rating: 5

No comments:

Powered by Blogger.