ରେଲ୍‌ୱେ ପୁଲିସ୍‌ଙ୍କ ସାହସିକତା; ଟ୍ରେନ୍‌ରୁ ଖସି ପଡୁଥିବା ଯାତ୍ରୀଙ୍କୁ ବଞ୍ଚେଇଦେଲେ Pramod Behera

“ଯାହାକୁ ରଖିବେ ଅନନ୍ତ, କେ କରିପାରେ ବଳମନ୍ତ।” ଏହା ଟ୍ରେନ୍ ଯାତ୍ରୀଙ୍କ କ୍ଷେତ୍ରରେ ଏହା ଏବେ ପ୍ରମାଣିତ ହୋଇଛି। ଟ୍ରେନ୍‌ରୁ ଖସି ପଡୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ଜୀବନକୁ ବଞ୍ଚେଇ ଦେଇଛନ୍ତି ରେଲ୍‌ୱେ ପୁଲିସ୍। ସୋମବାର ବିଳମ୍ବିତ ରାତିରେ ଝାନ୍ସୀର ବୀରାଙ୍ଗନା ଲକ୍ଷ୍ମୀବାଇ ଷ୍ଟେସନ୍‌ରେ ଏକ ସୁପର୍‌ଫାଷ୍ଟ୍‌ ଟ୍ରେନରୁ ଖସିପଡୁଥିବା ଏହି ଯାତ୍ରୀଙ୍କ ଜୀବନ ରକ୍ଷା ହୋଇଛି। ଯାତ୍ରୀ ଜଣଙ୍କ ତାଙ୍କ ଜିନିଷ ନେବା ପାଇଁ ପ୍ଲାଟଫର୍ମରେ ଟ୍ରେନ୍‌ରୁ ତଳକୁ ଓହ୍ଲାଇ ଥିଲେ। ଠିକ ସେତିକିବେଳେ ଟ୍ରେନ୍ ଛାଡିଦେଲା। ସେ ଦୌଡ଼ି ଟ୍ରେନ୍‌ରେ ଯିବାକୁ ଚେଷ୍ଟା କରୁଥିଲେ। ତା’ପରେ ସେ ଅସନ୍ତୁଳିତ ହୋଇ ଫାଟକରୁ ଖସିପଡ଼ିବାକୁ ଲାଗିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଯାତ୍ରୀ ଜଣଙ୍କ ଟ୍ରେନ୍‌ରୁ ଖସିପଡି ତଳେ ପଡ଼ିଯାଇଥାନ୍ତେ। କିନ୍ତୁ ତାଙ୍କ ଭାଗ୍ୟ ଭଲ ଥିବାରୁ ବଞ୍ଚିଗଲେ। ସେ ଖସିପଡୁଥିବା ବେଳେ ୨୦ ଫୁଟ ଦୂରରେ ଠିଆ ହୋଇଥିବା ଜଣେ ପୁଲିସ୍ ପୂରା ଫିଲ୍ମ ଷ୍ଟାଇଲ୍‌ରେ ତାଙ୍କ ଆଡକୁ ଦୌଡି ଯାଇଥିଲ ଏବଂ ତାଙ୍କୁ ଟ୍ରେନ୍‌ ଭିତରକୁ ଠେଲି ଦେଇଥିଲେ। ଯଦି ଦୁଇ ସେକେଣ୍ଡର ବିଳମ୍ବ ବି ହୋଇଥାନ୍ତା, ତେବେ ଯାତ୍ରୀଙ୍କ ଜୀବନ ଚାଲି ଯାଇଥାନ୍ତା। ଏହି ଘଟଣାର ଭିଡିଓ ପ୍ଲାଟ୍‌ଫର୍ମର ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା। ବର୍ତ୍ତମାନ ଏହି ଭିଡିଓ ଖୁବ୍ ଜୋର୍‌ରେ ଭାଇରାଲ ହେବାରେ ଲାଗିଛି।

ସୋମବାର ରାତିରେ, ଅପରେସନ୍ ମିଶନ୍ ଜୀବନ ରକ୍ଷା ଅଧୀନରେ ଚେକିଂ ଡ୍ୟୁଟିରେ ଆର୍‌ପିଏଫ୍‌ କନଷ୍ଟେବଳ ଓମପ୍ରକାଶ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୨/୩ ରେ ଥିଲେ। ଯାତ୍ରୀ ହଜରତ ନିଜାମୁଦ୍ଦିନରୁ କନ୍ୟାକୁମାରୀ ଯାଉଥିଲେ। ତିରୁକୁରଲ୍‌ ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସ ବିଳମ୍ବିତ ରାତିରେ ପ୍ଲାଟ୍‌ଫର୍ମ ନମ୍ବର ୩ ରେ ପହଞ୍ଚିଥିଲା। ପ୍ରାୟ ୧୦ ମିନିଟ୍ ଅଟକି ରହିବା ପରେ ଟ୍ରେନ୍ ଛାଡି ଥିଲା

ଏହି ସମୟରେ ଜଣେ ଯାତ୍ରୀ ଦୌଡ଼ି ଆସି ଟ୍ରେନ୍‌ରେ ଚଢିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଭାରସାମ୍ୟ ହରାଇ ସେ ଟ୍ରେନ୍‌ରୁ ଖସିପଡୁଥିଲେ। ଡ୍ୟୁଟିରେ ଥିବା ଓମ୍‌ପ୍ରକାଶଙ୍କ ଉପସ୍ଥିତ ବୁଦ୍ଧି ହିଁ ତାଙ୍କୁ ନୂଆ ଜୀବନ ଦେଇଥିଲା। କନଷ୍ଟେବଳ ଓମ୍‌ପ୍ରକାଶଙ୍କ ଏହି ସାହସିକତା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଏହା ଭାଇରାଲ୍ ହେବା ପରେ ଲୋକେ ତାଙ୍କୁ ସାବାସ ବୋଲି କହୁଛନ୍ତି।



from Latest Odisha News, Breaking News Today | Top Updates on Corona - OTV News https://ift.tt/Qsz65mc
ରେଲ୍‌ୱେ ପୁଲିସ୍‌ଙ୍କ ସାହସିକତା; ଟ୍ରେନ୍‌ରୁ ଖସି ପଡୁଥିବା ଯାତ୍ରୀଙ୍କୁ ବଞ୍ଚେଇଦେଲେ Pramod Behera ରେଲ୍‌ୱେ ପୁଲିସ୍‌ଙ୍କ ସାହସିକତା; ଟ୍ରେନ୍‌ରୁ ଖସି ପଡୁଥିବା ଯାତ୍ରୀଙ୍କୁ ବଞ୍ଚେଇଦେଲେ Pramod Behera Reviewed by SUBHENDU BARAL on September 06, 2022 Rating: 5

No comments:

Powered by Blogger.