ଗାଡ଼ି ପଛ ସିଟରେ ସିଟ ବେଲଟ ବାନ୍ଧି ନଥିଲେ ଜରିମାନା : ଟୁଇଟ୍ କରି କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ସୂଚନା Kanak News

କନକ ବ୍ୟୁରୋ : କାରରେ ଯାଉଥିବା ସମସ୍ତ ଯାତ୍ରୀ ସିଟ୍ ବେଲଟ୍ ବାନ୍ଧିବା ବାଧ୍ୟତା ମୂଳକ । ଏପରି କି ପଛ ସିଟରେ ବସିଥିବା ଯାତ୍ରୀ ସିଟ୍ ବେଲଟ୍ ବାନ୍ଧିନ ଥିଲେ ଫାଇନ ଗଣିବାକୁ ହେବ । ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ ଏ ବାବଦରେ ଘୋଷଣା କରି ଗଡକରୀ କହିଛନ୍ତି ଖୁବ ଶୀଘ୍ର ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ।

ଆଗାମୀ ୨୦୨୪ ସୁଦ୍ଧା ସଡକ ଦୁର୍ଘଟଣା ହାର ୫୦ ପ୍ରତିଶତକୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି । ବିଶିଷ୍ଟ ଉଦ୍ୟୋଗପତି ସାଇରସ ମିସ୍ତ୍ରୀଙ୍କ ସଡକ ଦୁର୍ଘଟଣାରେ ଦେହାନ୍ତ ପରେ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଏପରି ସମୟରେ ସଡକ ଦୁର୍ଘଟଣା କମାଇବାକୁ କଡା ଆଭିମୁଖ୍ୟ ଦେଖାଇଛନ୍ତି ନୀତିନ ଗଡକରୀ । କାର ଗୁଡିକରେ ୬ଟି ଏୟାର ବ୍ୟାଗ ସପକ୍ଷରେ ଯୁକ୍ତି ବାଢିଛନ୍ତି କେନ୍ଦ୍ର ମନ୍ତ୍ରୀ । କହିଛନ୍ତି ଆସନ୍ତା ଅକ୍ଟୋବରରୁ କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବା ପାଇଁ ନିୟମ ଆସିବ ଓ ଏହାକୁ କଡାକଡି ଭାବେ ଲାଗୁ କରାଯିବ ।

The post ଗାଡ଼ି ପଛ ସିଟରେ ସିଟ ବେଲଟ ବାନ୍ଧି ନଥିଲେ ଜରିମାନା : ଟୁଇଟ୍ କରି କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ସୂଚନା first appeared on Kanak News.



from Kanak News https://ift.tt/Pk6io1w https://ift.tt/jkBHDML
ଗାଡ଼ି ପଛ ସିଟରେ ସିଟ ବେଲଟ ବାନ୍ଧି ନଥିଲେ ଜରିମାନା : ଟୁଇଟ୍ କରି କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ସୂଚନା Kanak News ଗାଡ଼ି ପଛ ସିଟରେ ସିଟ ବେଲଟ ବାନ୍ଧି ନଥିଲେ ଜରିମାନା : ଟୁଇଟ୍ କରି କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ସୂଚନା Kanak News Reviewed by SUBHENDU BARAL on September 06, 2022 Rating: 5

No comments:

Powered by Blogger.