ବୁଲିବାକୁ ବାହାରିଥିଲେ ତିନି ସାଙ୍ଗ : ବଜ୍ରାଘାତରେ ଚାଲିଗଲା ଜୀବନ; ଗାଁରେ ଶୋକର ଲହରି Kanak News

କନକ ବ୍ୟୁରୋ : ସନ୍ଧ୍ୟାରେ ଘରୁ ବୁଲିବାକୁ ଯାଇଥିବା ତିନି ଜଣ ସାଙ୍ଗ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । ବଲାଙ୍ଗିର ଜିଲ୍ଲା ଲୋଏସିଂହା ବ୍ଲକର ଜଳମଣ୍ଡଳ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ଗତକାଲି ସନ୍ଧ୍ୟାରେ ତିନି ଜଣ ସାଙ୍ଗ ବୁଲିବାକୁ ଚାଲି ଚାଲି ଗାଁ ମୁଣ୍ଡକୁ ବାହାରିଥିଲେ । ଏହି ସମୟରେ ହଠାତ ବର୍ଷା ଆରମ୍ଭ ହୋଇଥିବା ଓ ବଜ୍ରାଘାତରେ ତିନି ଜଣ ଗୁରୁତର ହୋଇପଡିିଥିଲା ।

ପରିବାର ଲୋକେ ତୁରନ୍ତ ତାଙ୍କୁ ଲୋଏସିଂହା ଡାକ୍ତରଖାନାକୁ ଆଣିଥିଲେ, ଡାକ୍ତର ମେଡିକାଲରେ ତିନି ସାଙ୍ଗକୁ ମୃତ ଘୋଷଣା କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ମୁଖ୍ୟଚିକିତ୍ସାଳୟକୁ ଅଣାଯିବ, ବ୍ୟବଚ୍ଛେଦ କରିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଆଜି ଗାଁ ମଶାଣୀରେ ତିନି ସାଙ୍ଗଙ୍କ ଶେଷକୃତ୍ୟୁ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।

The post ବୁଲିବାକୁ ବାହାରିଥିଲେ ତିନି ସାଙ୍ଗ : ବଜ୍ରାଘାତରେ ଚାଲିଗଲା ଜୀବନ; ଗାଁରେ ଶୋକର ଲହରି first appeared on Kanak News.



from Kanak News https://ift.tt/61SrgHQ https://ift.tt/YKnmUrR
ବୁଲିବାକୁ ବାହାରିଥିଲେ ତିନି ସାଙ୍ଗ : ବଜ୍ରାଘାତରେ ଚାଲିଗଲା ଜୀବନ; ଗାଁରେ ଶୋକର ଲହରି Kanak News ବୁଲିବାକୁ ବାହାରିଥିଲେ ତିନି ସାଙ୍ଗ : ବଜ୍ରାଘାତରେ ଚାଲିଗଲା ଜୀବନ; ଗାଁରେ ଶୋକର ଲହରି Kanak News Reviewed by SUBHENDU BARAL on September 07, 2022 Rating: 5

No comments:

Powered by Blogger.