ବନ୍ୟାରେ କେତେ ହୋଇଛି କ୍ଷୟକ୍ଷତି ?  ସଠିକ୍ ଭାବେ ହୋଇଛି ତ ଆକଳନ ? Chandan Shishu

ବନ୍ୟାରେ କେତେ ହୋଇଛି କ୍ଷୟକ୍ଷତି ?  ସଠିକ୍ ଭାବେ ହୋଇଛି ତ ଆକଳନ ? ତରବିରଆ ଆକଳନ ଯୋଗୁଁ ବାଦ୍ ପଡଛନ୍ତି କି କିଛି ବ୍ଲକ ? କ୍ଷୟକ୍ଷତି ଆକଳନରେ ହୋଇଛି କି ପାତରଅନ୍ତର ? ରାଜ୍ୟ ସରକାରଙ୍କ ବନ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ବିବାଦ। ସରକାର ରିପୋର୍ଟ ଅନୁସାରେ ବନ୍ୟା ଓ ବର୍ଷାରେ  ୨୪ଟି ଜିଲ୍ଲା  ପ୍ରଭାବିତ ହୋଇଛି। ୧୪, ୨୩୫ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଛି।  ୫ହଜାର ୩୬ ହେର ଚାଷ ଜମି ବାଲିଚର ହୋଇଛି ଏବଂ ୧ଲକ୍ଷ ୨୬ ହଜାର ୧୬୨ ହେର ଜମିରେ ହୋଇଥିବା ଚାଷର ୩୩ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।

କ୍ଷୟକ୍ଷତି ଭରଣା ଲାଗି ରାଜ୍ୟ ସରକାର ୧୨୮ କୋଟି ଟଙ୍କା ସହୟତା ରାଶି ମଂଜୁର କରାଯାଇଛି। ତେବେ ବନ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ଆପତ୍ତି ଉଠାଇଛନ୍ତି ବିରୋଧୀ। କ୍ଷୟକ୍ଷତି ରିପୋର୍ଟ ତ୍ରୁଟିପୂର୍ଣ୍ଣ ବୋଲି ଅଭିଯୋଗ ହୋଇଛି। ଆଉ ଥରେ ସର୍ଭେ କରିବା ସହ କେତେ ଗାଁ କେତେ ଘର କ୍ଷୟକ୍ଷତି ହୋଇଛି। ସେନେଇ ଶେତପତ୍ର ପ୍ରକାଶ କରିବାକୁ ଦାବି କରିଛନ୍ତି ବିଜେପି ଓ କଂଗ୍ରେସ।  ମାତ୍ର ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେଉଁମାନେ କ୍ଷତିଗ୍ରସ୍ତ ହୋଇଥିବେ ସେମାନେ ନିଶ୍ଚିତଭାବେ ସହାୟତା ପାଇବେ।

ବନ୍ୟା କମିବାର ୧୫ ଦିନ ପରେ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ପରଖିଛି ଓଟିଭି ବାଲେଶ୍ୱର ଭୋଗରାଇ ବ୍ଲକର ଅନେକ ଗାଁ। ଏବେ ବି ପାଣି ଘେରରେ ଅଛି। ବାହ୍ୟଜଗତରୁ ବିଛିନ୍ନ ହୋଇ ରହିଛି କୁଳିଦା ପଞ୍ଚାୟତର ୪ଟି ଓ୍ୱାର୍ଡ।  ୫ହଜାର ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି। ଗାଁ ରାସ୍ତାର ୩ ଫୁଟ୍ ଉଚ୍ଚର ପାଣି ଥିବାରୁ ଦେଶୀ ଡଙ୍ଗା ହିଁ ଏମାନଙ୍କର ସାହାରା ପାଲଟିଛି। ଛାତ୍ରଛାତ୍ରୀ ୧୫ ଦିନ ହେଲା ସ୍କୁଲ ମାଟି ମାଡି ନାହାଁନ୍ତି। ଭୋଗରାଇ ସମେତ ବାଲେଶ୍ୱର ଜିଲ୍ଲାର ବହୁ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି। ତେବେ ମାତ୍ର ୪ଟି ବ୍ଲକ, କ୍ଷୟକ୍ଷତି ରିପୋର୍ଟରେ ସ୍ଥାନ ପାଇଛି।

ବାଲେଶ୍ୱର ସଦର ଓ ରେମୁଣା ବ୍ଲକରେ କ୍ଷୟକ୍ଷତି ସତ୍ତ୍ୱେ ଏହାକୁ ରିପୋର୍ଟ ଅନ୍ତର୍ଭୁକ୍ତ କରାଯାଇନି। ବୁଢାବଳଙ୍ଗ, ସୋନ୍ ଓ ଗଙ୍ଗାହାର ନଦୀରେ ବନ୍ୟା ଆସିବାରୁ ଏହି ଦୁଇ ବ୍ଲକରେ ଘର ଭାଙ୍ଗିଥିଲା, ଚାଷ ଜମିରେ ପାଣି ମାଡିଥିଲା କିନ୍ତୁ  କ୍ଷୟକ୍ଷତି ଆକଳନ ରିପୋର୍ଟରେ ଏହି ଦୁଇ ବ୍ଲକ ସାମିଲ ହୋଇନଥିବାରୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗୋଟିଏ ପଟେ ବନ୍ୟା କ୍ଷୟକ୍ଷତି ଆକଳନରେ ବିଳମ୍ବ, ଅନ୍ୟପଟେ ସରକାରୀ ସହାୟତା ପାଇବା ତାଲିକାରୁ ଅନେକ କ୍ଷତିଗ୍ରସ୍ତଙ୍କୁ ବାଦ୍ ଦିଆଯାଇଛି। ଏହାକୁ ନେଇ ଅସନ୍ତୋଷ ତେଜୁଥିବାରୁ ଆଉ ଥରେ ସର୍ଭେ ପାଇଁ ଦାରି ଜୋର ଧରିଛି।

ଜଳେଶ୍ୱରରୁ ଅଜିତ ଦାସ,ବାଲେଶ୍ୱର ରଶ୍ମିରଂଜନ ଦାସ ଓ ଭୁବନେଶ୍ୱରରୁ ଚନ୍ଦନ ପାଇକରାୟ ଓ ହରିହର ଚାନ୍ଦଙ୍କ ରିପୋର୍ଟ 



from Latest Odisha News, Breaking News Today | Top Updates on Corona - OTV News https://ift.tt/jHyN9a2
ବନ୍ୟାରେ କେତେ ହୋଇଛି କ୍ଷୟକ୍ଷତି ?  ସଠିକ୍ ଭାବେ ହୋଇଛି ତ ଆକଳନ ? Chandan Shishu ବନ୍ୟାରେ କେତେ ହୋଇଛି କ୍ଷୟକ୍ଷତି ?  ସଠିକ୍ ଭାବେ ହୋଇଛି ତ ଆକଳନ ? Chandan Shishu Reviewed by SUBHENDU BARAL on September 08, 2022 Rating: 5

No comments:

Powered by Blogger.