
ଦୁବାଇ: ଅବୁଧାବିରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟର ପ୍ରଥମ ଦିନରେ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ଦଳ ଏକଦା ୫୭ ରନ୍ରେ ୫ ୱିକେଟ୍ ହରାଇ ସଂଘର୍ଷ କରୁଥିବା ବେଳେ ସର୍ଫରାଜ ଓ ଓପନର୍ ଫଖର ଜମାନଙ୍କ ୧୪୭ ରନ୍ର ଭାଗିଦାରୀ ପାକିସ୍ତାନକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲା। ଉଭୟ ୯୪ ରନ୍ ଲେଖାଏ କରି ପ୍ୟାଭିଲିୟନ୍ ଫେରିବା ପରେ ପାକିସ୍ତାନ ୨୮୨ ରନ୍ରେ ଅଲଆଉଟ୍ ହୋଇଯାଇଥିଲା।
ତେବେ ୯୪ ରନ୍ର ଇନିଂସ୍ ଖେଳିଥିବା ସର୍ଫରାଜ ଗତକାଲି ଯେଉଁ ଶୈଳୀରେ ବ୍ୟାଟିଂ କରୁଥିଲେ, ଏବେ ତାହାର ଫଟୋ ଭାଇରାଲ୍ ହୋଇଛି।
ସର୍ଫରାଜ ଏଭଳି ଢଙ୍ଗରେ ବ୍ୟାଟିଂ କରୁଥିଲେ ଯେ, ତାଙ୍କର ୩ଟି ଯାକ ଷ୍ଟମ୍ପ ବୋଲରଙ୍କୁ ଦୃଶ୍ୟମାନ ହେଉଥିଲା। ସେ ଇନିଂସ୍ ଆରମ୍ଭରୁ ଷ୍ଟମ୍ପ ଛାଡ଼ି ଖେଳୁଥିଲେ ହେଁ କେହି ତାଙ୍କୁ ୯୪ ରନ୍ କରିବା ପର୍ଯ୍ୟନ୍ତ ଆଉଟ୍ କରିପାରି ନଥିଲେ। ଏଭଳି କୌତୁକିଆ ଓ ନିଆରା ଷ୍ଟାଇଲ୍ରେ ସର୍ଫରାଜଙ୍କ ବ୍ୟାଟିଂକୁ ସମେସ୍ତ ପ୍ରଶଂସା କରିଛନ୍ତି। ତେବେ ୯୪ ରନ୍ କରିଥିବା ସର୍ଫରାଜଙ୍କୁ ଶେଷରେ ମାରନୁସ୍ ଲାବୁସେନ୍ ଆଉଟ୍ କରିଥିଲେ।
ପାକିସ୍ତାନ ପ୍ରଥମ ଇନିଂସ୍ରେ ୨୮୨ ରନ୍ କରିଥିବା ବେଳେ ପ୍ରଥମ ଦିନ ଶେଷ ବେଳକୁ ଅଷ୍ଟ୍ରେଲିଆ ୨୦ ରନ୍ରେ ଦୁଇଟି ୱିକେଟ୍ ହରାଇଥିଲା।
from Odisha Reporter
No comments: