ଓଡ଼ିଶାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଗତ ରାତିରେ ଅମିତ ଶାହ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ବିଜେପି ଶିବିର।ଦଳୀୟ କାର୍ଯ୍ୟକର୍ତ୍ତା ଓ ହଜାର ହଜାର ଜନସାଧାରଣ, ପ୍ରଶଂସକମାନେ ହାତରେ ତ୍ରିରଙ୍ଗା ଧରିବା ସହ ପାରମ୍ପରିକ ପୋଷାକ, ଲୋକକଳା, ଗୀତ ନୃତ୍ୟ ସହ ବାଦ୍ୟ ଯନ୍ତ୍ର ବଜାଇ ଅମିତ ଶାହଙ୍କୁ ସ୍ୱାଗତ କରିଥିଲେ। ଏହାପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ହାତ ହଲାଇ ସମସ୍ତଙ୍କ ଅଭିବାଦନ ଗ୍ରହଣ କରିଥିଲେ।
ଭୁବନେଶ୍ୱରରେ ପହଞ୍ଚିବା ପରେ ଟ୍ୱିଟ୍ କରି ଶାହ ଲେଖିଛନ୍ତି ଯେ, ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଉତ୍ସାହିତ ଅଛି। ଆତ୍ମୀୟତା ଭରା ସ୍ୱାଗତ ପାଇଁ ମୁଁ ଭୁବନେଶ୍ୱରବାସୀଙ୍କ ନିକଟରେ କୃତଜ୍ଞ। ଆଜି ଶ୍ରାବଣ ମାସର ଶେଷ ସୋମବାର ଥିବାରୁ ସକାଳ ୮ଟାରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଅମିତ ଶାହ ପୂଜାର୍ଚ୍ଚନା କରିବେ।
ଭୁବନେଶ୍ୱରରେ ପହଞ୍ଚିଲି l ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଉତ୍ସାହିତ ଅଛି। ଆତ୍ମୀୟତା ଭରା ସ୍ୱାଗତ ପାଇଁ ମୁଁ ଭୁବନେଶ୍ୱରବାସୀଙ୍କ ନିକଟରେ କୃତଜ୍ଞ। pic.twitter.com/9ErM5CMjb9
— Amit Shah (@AmitShah) August 7, 2022
ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ଶାହ କଟକ ଯାଇ ନେତାଜୀ ସୁଭାଷ ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ। ଏହାପରେ ଇଣ୍ଡୋର ଷ୍ଟାଡିୟମ୍ରେ ପାଳନ ହେବାକୁ ଥିବା ପ୍ରଜାତନ୍ତ୍ର ଖବର କାଗଜର ୭୫ତମ ପ୍ରତିଷ୍ଠା ଦିବସରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କଟକରେ ଅମିତ ଶାହଙ୍କର କୌଣସି ରାଜନୈତିକ କାର୍ଯ୍ୟକ୍ରମ ନାହିଁ। ଭୁବନେଶ୍ୱର ପାର୍ଟି ଅଫିସ୍ରେ କୋର୍ କମିଟି ସଦସ୍ୟ ଓ ଅଫିସ୍ ବିଅରରଙ୍କ ସହ ସେ ଆଲୋଚନା କରିବେ। ଆସନ୍ତା ସାଧାରଣ ନିର୍ବାଚନ ଲାଗି ଶାହ ଦଳୀୟ ନେତାଙ୍କୁ ଟାର୍ଗେଟ ଦେଇପାରନ୍ତି। ଶାହଙ୍କ ଗସ୍ତ ପାଇଁ ଟ୍ୱିନ୍ସିଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
from Latest Odisha News, Breaking News Today | Top Updates on Corona - OTV News https://ift.tt/lA1N6iw
Reviewed by SUBHENDU BARAL
on
August 07, 2022
Rating:
No comments: