ବିହାରରେ ଭାଙ୍ଗିପାରେ ବିଜେପି-ଜେଡିୟୁ ମେଣ୍ଟ । ନୀତିଶ କୁମାର ନୀତି ଆୟୋଗ ବୈଠକରେ ଯୋଗ ନ ଦେବା ପରେ ବଢୁଛି ଚର୍ଚ୍ଚା Kanak News

କନକ ବ୍ୟୁରୋ : ଭାଙ୍ଗିପାରେ ବିଜେପି –ଜେଡିୟୁ ମେଣ୍ଟ । ରବିବାର ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତା ହୋଇଥିବା ନୀତି ଆୟୋଗ ବୈଠକରେ ଯୋଗ ଦେଇନଥିଲେ । ଏହାକୁ ମିଶାଇ ଜୁଲାଇ ୧୭ ତାରିଖରୁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ୪ଟି ଗସ୍ତ ବାତିଲ କଲେଣି ନୀତିଶ । ନୀତି ଆୟୋଗ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ୨୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେଇଥିବା ବେଳେ ନୀତିଶ ବୈଠକୁ ଯାଇନାହାଁନ୍ତି ।
ନୀତିଶ କାହିଁକି ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ସେନେଇ ସରକାରୀ ସୂତ୍ରରୁ କୌଣସି ସୂଚନା ଦିଆଯାଇନାହିଁ । କୋଭିଡ ପଜିଟିଭ୍ ହୋଇଥିବା ୭୧ ବର୍ଷିୟ ଏହି ନେତା ଅସୁସ୍ଥତା କାରଣରୁ ଯୋଗଦେଇନଥିବା କୁହାଯାଉଛି । ଏପରି ସ୍ଥଳେ ନୀତିଶ ଦଳର ସବୁ ବିଧାୟକ ଏବଂ ସାଂସଦମାନଙ୍କ ମଙ୍ଗଳବାର ଏକ ବୈଠକ ଡକାଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ବିଜେପି ସହ ଆଉ ସମ୍ପର୍କ ରଖିବେ ନା କାଟିଦେବେ ସେନେଇ ନୀତିଶ ବୈଠକରେ ନିଷ୍ପତି ନେଇପାରନ୍ତି ।
ଗତ ବର୍ଷ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ସାମିଲ ହୋଇଥିବା ଜେଡିୟୁ ସାଂସଦ ଆରସିପି ସିଂଙ୍କୁ ନେଇ ବିଜେପି ଏବଂ ଜେଡିୟୁ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । କାରଣ ନୀତିଶଙ୍କ ଅଜଣାତରେ ଆର୍ସିପି ସିଂ ମୋଦୀଙ୍କ କ୍ୟାବିନେଟରେ ଯୋଗଦେଇଥିଲେ । ଯେଉଁଥିପାଇଁ ଏଥର ରାଜ୍ୟସଭାରେ ତାଙ୍କର କାର୍ଯ୍ୟକାଳ ବଢାଇନଥିଲା ଜେଡିୟୁ । ୨୦୨୪ ନିର୍ବାଚନ ପୂର୍ବରୁ ଦଳ ହୁଏତ ଏକାକୀ ଲଢିପାରନ୍ତି ନୀତିଶ ।
The post ବିହାରରେ ଭାଙ୍ଗିପାରେ ବିଜେପି-ଜେଡିୟୁ ମେଣ୍ଟ । ନୀତିଶ କୁମାର ନୀତି ଆୟୋଗ ବୈଠକରେ ଯୋଗ ନ ଦେବା ପରେ ବଢୁଛି ଚର୍ଚ୍ଚା first appeared on Kanak News.
from Kanak News https://ift.tt/icVuLwe https://ift.tt/60EyF3N
No comments: